ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମନୀଷ ମୃତ୍ୟୁ ରହସ୍ୟ: ତାଙ୍କ ତିନି ସାଙ୍ଗ ଏବେ ପୋଲିସ କବଜାରେ; କାର୍‌ ମାଲିକ ଏବେ ବି ଫେରାର୍‌ ଅଛି

ମନୀଷ ମୃତ୍ୟୁ ରହସ୍ୟ: ତାଙ୍କ ତିନି ସାଙ୍ଗ ଏବେ ପୋଲିସ କବଜାରେ; କାର୍‌ ମାଲିକ ଏବେ ବି ଫେରାର୍‌ ଅଛି

Journalist Navin Das's son Manish Anurag death: 3 friends surrender to police | ମନୀଷଙ୍କ ମୃତ୍ୟୁ ପୂର୍ବରୁ ବିଳମ୍ବିତ ରାତିରେ ତାଙ୍କ ସହ ଏହି ତିନି ଜଣ ସାଙ୍ଗ ହୋଟେଲରେ ଥିଲେ । ପାର୍ଟି ସରିବା ପରେ ଭୋର୍‌ ୪ଟା ୧୫ରେ ମନୀଷ ନିଜ ବାପାଙ୍କୁ ଫୋନ୍‌ କରି ଟଙ୍କା ମାଗିବା ସହ ମାଡ଼ ଖାଉଥିବା କଥା କହିଥିଲେ।

ମନୀଷ ମୃତ୍ୟୁ ରହସ୍ୟ: ତାଙ୍କ ତିନି ସାଙ୍ଗ ଏବେ ପୋଲିସ କବଜାରେ; କାର୍‌ ମାଲିକ ଏବେ ବି ଫେରାର୍‌ ଅଛି
ଆତ୍ମସମର୍ପଣ କରିଥିବା ତିନି ଜଣ ସାଙ୍ଗ
  • News18 Odia
  • Last Updated: October 13, 2021, 7:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ କହସ୍ୟ ଉନ୍ମୋଚନ କରିବା ଦିଗରେ ଅଗ୍ରସର ହୋଇଛି କମିଶନରେଟ୍‌ ପୋଲିସ । ମନୀଷଙ୍କ ଯେଉଁ ତିନି ଜଣ ସାଙ୍ଗ ତାଙ୍କ ମୃତ୍ୟୁ ପୂର୍ବରୁ ପାତ୍ରପଡ଼ାର ହୋଟୋଲରେ ଚାଲିଥିବା ଭୋଜିରେ ତାଙ୍କ ସହ ଥିଲେ ସେମାନେ ପୋଲିସ କବଜାକୁ ଆସିଛନ୍ତି ।

ଫୁଲବାଣୀ ଟାଉନ ଥାନାରେ ଆତ୍ମସମର୍ପଣ କରିଛନ୍ତି ମନୀଷଙ୍କ ଦୁଇ ଜଣ ସାଙ୍ଗ – ମୃତ୍ୟୁଞ୍ଜୟ ମିଶ୍ର ଓ ଦିନେଶ ମହାପାତ୍ର। ଦୁହିଁଙ୍କ ଘର ଫୁଲବାଣିରେ । ମୃତ୍ୟୁଞ୍ଜୟ ମିଶ୍ରଙ୍କ ଘର ପି.ଏନ୍‌.ପଡ଼ାରେ ଓ ଦିନେଶ ମହାପାତ୍ରଙ୍କ ଘର ଆମଲାପଡ଼ାରେ । ସେ ଦୁହିଁଙ୍କୁ ଭୁବନେଶ୍ବର ଆଣୁଛି କମିଶନରେଟ୍‌ ପୋଲିସ । ତୃତୀୟ ସାଙ୍ଗ ହିଂମାଶୁ ନାୟକ, ଯାହାଙ୍କ ଘର ବି ଫୁଲବାଣୀରେ, ତାଙ୍କୁ ଅଟକ ରଖି କମିଶନରେଟ୍‌ ପୋଲିସ କରୁଛି ପଚରାଉଚରା ।

ଏହା ବି ପଢ଼ନ୍ତୁ | PM ମୋଦିଙ୍କ ପରାମର୍ଶଦାତା ହେଲେବକବାସ୍-ନାହିଁଖ୍ୟାତିର IAS ଅଫିସର୍; ଚାରା ଘୋଟାଲା ଘାଣ୍ଟିଥିଲେ

ମୃତ୍ୟୁ ପୂର୍ବରୁ ବିଳମ୍ବିତ ରାତିରେ ମନୀଷଙ୍କ ସହ ଏହି ତିନି ଜଣ ସାଙ୍ଗ ହୋଟେଲ୍‌ ସାଉଥ୍‌ ସିଟିରେ ଥିଲେ । ଅକ୍ଟୋବର ୧୦ ତାରିଖ ରବିବାର ଅପରାହ୍ଣ ପ୍ରାୟ ୨ଟା ବେଳେ ଭୁବନେଶ୍ୱର ପାତ୍ରପଡ଼ାର ଏକ ଫୋଖରୀରୁ ମିଳିଥିଲା ମନୀଷଙ୍କ ମୃତ ଦେହ । ଏହାର କିଛି ସମୟ ପୂର୍ବରୁ ଇନଫୋସିଟି ଥାନାରେ ପୁଅକୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ ନବୀନ ଦାସ । ସୋମବାର ଦିନ ସେ ଏକ ଭିଡିଓ ବାର୍ତ୍ତାରେ ଅଭିଯୋଗ କରିଥିଲେ ଯେ ମନୀଷଙ୍କୁ ତାଙ୍କ (ମନୀଷଙ୍କ) ସାଙ୍ଗମାନେ ହିଁ ହତ୍ୟା କରିଛନ୍ତି ।

ମନୀଷ ଅନୁରାଗ (ଫାଇ୍ଲ୍ ଫଟୋ); (ଡାହାଣ) ସି.ସି.ଟି.ଭି. ଫୁଟେଜରେ ମନୀଷଙ୍କ ଶେଷ ଦୃଶ୍ୟ


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଶାହରୁଖ ଖାନଙ୍କ ସାନ ପୁଅ ତାଙ୍କ ବଡ଼ ପୁଅ ଆର୍ୟନଙ୍କ ଅବୈଧ ସନ୍ତାନ? ଗୁଜବ ଉପରେ କହିଥିଲେ SRK

ଏହି ମୃତ୍ୟୁ ରହସ୍ୟକୁ ଭେଦ କରିବା ପାଇଁ ତନାଘନା କରୁଥିବା କମିଶନରେଟ୍‌ ପୋଲିସକୁ ମୃତ୍ୟୁଞ୍ଜୟ ଓ ଦିନେଶକୁ ହସ୍ତାନ୍ତର କରିଛି ଫୁଲବାଣୀ ପୋଲିସ । ତିନି ଜଣ ସାଙ୍ଗଙ୍କ ସହ ପଚରାଉଚରା ଚାଲିଛି ବୋଲି କହିଛନ୍ତି କମିଶନରେଟ୍‌ ପୋଲିସର ଅଧିକାରୀମାନେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଯୌତୁକ ପାଇଁ ପତ୍ନୀକୁ କୋବ୍ରା ସାପ କାମୁଡ଼ାଇ ମାରିଥିଲା, କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲା

ତଦନ୍ତର ପ୍ରଗତି ବିଷୟରେ ଜାଣିଥିବା ସୂତ୍ରଙ୍କ ଅନୁସାରେ ମନୀଷଙ୍କ ମୃତ୍ୟୁ ପୂର୍ବରୁ ହୋଟେଲ ସାଉଥ ସିଟିରେ ଜମିଥିଲା ଭୋଜିର ଆସର । ଏହି ଭୋଜିରେ ଥିଲେ ମୋଟ ପାଞ୍ଚ ଜଣ ଯୁବକ । ରାତି ବଢ଼ିବା ସାଙ୍ଗକୁ ମାହୋଲ ଜମିଥିଲା । ୯ ତାରିଖ ଅର୍ଥାତ ଶନିବାର ବିଳମ୍ବିତ ରାତି ପାଖାପାଖି ସାଢେ ୩ଟାରେ ସରିଥିଲା ପାର୍ଟି । ପ୍ରଥମେ ଚାରି ଜଣ ସାଙ୍ଗ ବାହାରକୁ ଆସି କାର୍‌ ପାଖରେ ଛିଡ଼ା ହୋଇଥିଲେ । ତା’ପରେ ରାତି ୩ଟା ୨୯ରେ ମନୀଷ ଏକୁଟିଆ ହୋଟେଲ ଭିତରୁ ବାହାରିଥିଲେ । ସେହି ଦୃଶ୍ୟ ସି.ସି.ଟି.ଭି. କ୍ୟାମେରାରେ କଏଦ ହୋଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସମାନ୍ଥା ପିଲା ଚାହୁଁ ଥିଲେ, ଗର୍ଭପାତ କରିଥିଲେ? ନାଗା ଚୈତନ୍ୟଙ୍କଠାରୁ ଛାଡ଼ପତ୍ରର କାରଣ ଥିଲା?

ପରେ ୪ଟା ୧୫ରେ ମନୀଷ ନିଜ ବାପାଙ୍କୁ ଫୋନ୍‌ କରି ଟଙ୍କା ମାଗିବା ସହ ମାଡ଼ ଖାଉଥିବା କଥା କହିଥିଲେ। ତେବେ ରାତି ସାଢ଼େ ୩ଟାରୁ ୪ଟା ୧୫ ମଧ୍ୟର ୪୫ ମିନିଟ୍‌ ଏବେ ପୋଲିସ ସ୍କାନରରେ। ଏବେ ମନୀଷଙ୍କ ତିନି ଜଣ ସାଙ୍ଗ ପୋଲିସ କବଜାରେ ଥିବାରୁ ପୋଲିସ ଖୁବ୍‌ ଶୀଘ୍ର ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇପାରିବ ବୋଲି କହିଛନ୍ତି ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀ ବଟକୃଷ୍ଣ ତ୍ରିପାଠୀ ।

ପାତ୍ରପଡ଼ାରେ ଥିବା ସାଉଥ୍ ସିଟି ହୋଟେଲ୍‌


ଏହା ବି ପଢ଼ନ୍ତୁ | ପୁଅ ଆର୍ୟନ୍ ଖାନ୍ ଗିରଫ ହେବା ପରେ ସୁପରଷ୍ଟାର୍ ଶାହାରୁଖ ଖାନଙ୍କୁ ଲାଗିଲା ବଡ଼ ଆର୍ଥିକ ଝଟକା

‘‘ଏବେ ତଦନ୍ତକାରୀ ପୋଲିସ ଟିମ୍‌ ପାଇଁ ରହସ୍ୟ ଉଦ୍ଘାଟନ କରିବା ସହଜ ହେବ । ପୋଷ୍ଟମର୍ଟମ୍‌ ରିପୋର୍ଟର ସବୁ ଅଂଶ ଆସିବା ପରେ ସ୍ପଷ୍ଟ ହୋଇଯିବ ଯେ ପୋଖରୀ ଭିତରେ ପଡ଼ିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା ନା ତା’ ପୂର୍ବରୁ ହୋଇଥିଲା । ସେ (ମନୀଷ) ଯେ ଟଙ୍କା ଧାର୍‌ କରିଥିଲେ ଓ ସେମାନେ (ସାଙ୍ଗମାନେ) ତାଙ୍କୁ ଟଙ୍କା ମାଗୁଥିଲେ ଏ ସବୁ କଥା ଯେହେତୁ ସାମନାକୁ ଆସିଛି, ସାଙ୍ଗମାନଙ୍କ ସହ ଜେରାରୁ ସ୍ଥିତି ସ୍ପଷ୍ଟ ହୋଇଯିବ,’’ କହିଛନ୍ତି ତ୍ରିପାଠୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପ୍ରିୟଙ୍କା ଚୋପ୍ରା ହଳଦିଆ ମୋନୋକିନି ଓ ଲାଲ୍ ବିକିନି ପିନ୍ଧି ଚମକାଇଲେ ସ୍ୱାମୀ ନିକ୍ ଜୋନାସ୍‌ଙ୍କୁ

ଅକ୍ଟୋବର ୯ ତାରିଖ ଅର୍ଥାତ ଶନିବାର ସନ୍ଧ୍ୟା ୬ଟାରେ ଦୁଇ ଜଣ ଯୁବକଙ୍କ ସହ ମନୀଷ ଇନଫୋସିଟିରୁ ଏକ ଧଳା ରଙ୍ଗର କାରରେ ବସିଥିଲେ । ପରେ ଏକ ଢାବାକୁ ଯାଇ ସମସ୍ତେ ଖାଇଥିଲେ । ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ହୋଟେଲ୍‌ ସାଉଥ ସିଟିକୁ ଯାଇଥିଲେ ସେମାନେ । ସେଠାରେ ହୋଇଥିଲା ପାର୍ଟି । ପୂର୍ବରୁ ମନୀଷ ଯେଉଁ କାରରେ ଯାଇଥିଲେ, ସେ ଗାଡିକୁ ଜବତ କରିସାରିଛି ପୋଲିସ । ହେଲେ କାର ମାଲିକ ଅଦ୍ଵୈତ ପ୍ରସାଦ ବିଶ୍ୱାଳ ଏବେ ବି ଫେରାର ଅଛି ।
Published by: Anand S.T. Das
First published: October 13, 2021, 7:57 PM IST