ମନୀଷ ମୃତ୍ୟୁ ରହସ୍ୟ: ପାଣିରେ ପଡ଼ିବା ଆଗରୁ ମୃତ୍ୟୁ ହୋଇଥିଲା; ୨ ସାଙ୍ଗ ହୋଟେଲରେ ଲୁଚିଥିଲେ

Journalist Navin Das son Manish Anurag death before falling in water; 2 friends hid in another hotel | ହୋଟେଲ୍‌ ସାଉଥ୍‌ ସିଟିରେ ପାର୍ଟି ସରିବା ପରେ ସେଠାରୁ ଚାରି ଜଣ ସାଙ୍ଗଙ୍କ ସହ ମନୀଷ ବାହାରକୁ ଆସିଥିଲେ । ତା’ ପରେ ତାଙ୍କର ହତ୍ୟା ହୋଇଯିବା ପରେ ଦୁଇ ଜଣ ସାଙ୍ଗ ଭୋର୍‌ ୟୁନିଟ-୪ରେ ଥିବା ହୋଟେଲ୍‌ ସ୍ୱାଗତ ପ୍ୟାଲେସରେ ଆସି ରହିଥିଲେ ।

ମନୀଷ ଅନୁରାଗ; (ଡାହାଣ) ହୋଟେଲ ସ୍ୱାଗତ ପ୍ୟାଲେସର ମୁଖ୍ୟ ଦ୍ୱାର

ମନୀଷ ଅନୁରାଗ; (ଡାହାଣ) ହୋଟେଲ ସ୍ୱାଗତ ପ୍ୟାଲେସର ମୁଖ୍ୟ ଦ୍ୱାର

  • Share this:
News18 Odia Digital

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ ଧୀରେ ଧୀରେ ଖୋଲୁଛି । ତାଙ୍କୁ ତାଙ୍କ ସହ ହୋଟେଲରେ ଥିବା ତାଙ୍କ ସାଙ୍ଗମାନେ ହିଁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତାଙ୍କ ମୃତ୍ୟୁ ପଛର କାରଣ ତାଙ୍କର ବନ୍ଧୁମାନଙ୍କ ମଧ୍ୟରେ ହଠାତ୍‌ ବଚସା ବୋଲି ପୋଲିସର ତଦନ୍ତରୁ ଧୀରେ ଧୀରେ ସ୍ପଷ୍ଟ ହେବାକୁ ଲାଗିଛି ।

ସେଦିନ ଚାରି ଚାରି ଜଣ ସାଙ୍ଗଙ୍କ ସହ ହୋଟେଲ୍‌ ବିଲକୁ ନେଇ ମନୀଷଙ୍କ ବିବାଦ ହୋଇଥିଲା । ସେହି ବଚସା ପରେ ସେମାନେ ମନୀଷଙ୍କୁ ହତ୍ଯା କରି ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କ ମୃତ ଦେହକୁ ପୋଖରୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମନୀଷଙ୍କ ମୃତ୍ୟୁ ପରେ ତାଙ୍କର ଦୁଇ ଜଣ ସାଙ୍ଗ ଭୁବନେଶ୍ୱର ୟୁନିଟ-୪ରେ ଥିବା ହୋଟେଲ ସ୍ୱାଗତ ପ୍ୟାଲେସରେ ଆସି ଲୁଚି ରହିଥିବା ନେଇ ବି ପ୍ରମାଣ ମିଳିଛି ।

ଏହା ବି ପଢ଼ନ୍ତୁ | ଟମାଟୋରେ ଲାଗିଲା ନିଆଁ! ସାରା ଦେଶରେ ହୁ ହୁ ହୋଇ ବଢ଼ିଲା ଦାମ୍; ୭୨ ଟଙ୍କା ପାର୍ କଲା

ଅକ୍ଟୋବର ୯ ତାରିଖ ବିଳମ୍ବିତ ରାତିରେ ପାତ୍ରପଡ଼ାରେ ଥିବା ହୋଟେଲ ସାଉଥ ସିଟିରେ ପାର୍ଟି ସରିବା ପରେ ବିଲ୍‌ ପାଇଁ ସାଙ୍ଗମାନଙ୍କ ସହ ମନୀଷଙ୍କ ବଚସା ହୋଇଥିଲା ବୋଲି କୁହାଯାଉଛି । ତା’ ପରେ ମନୀଷ ବାପା ନବୀନ ଦାସଙ୍କୁ ଫୋନ୍‌ କରି ଟଙ୍କା ମାଗିଥିଲେ । ନବୀନ ଦାସ ଟଙ୍କା ପଠାଇଥିବା ତାଙ୍କ ଟ୍ରାଞ୍ଜାକ୍ସନ୍‌ ସ୍କ୍ରିନସଟରୁ ପ୍ରମାଣିତ ହୋଇଛି । ଟଙ୍କା ଦେବା ପରେ ହୋଟେଲରୁ ବାହାରକୁ ଆସିଥିଲେ ପାଞ୍ଚ ଜଣ ସାଙ୍ଗ । ପ୍ରଥମେ ଚାରି ଜଣ ହୋଟେଲରୁ ପଦାକୁ ଆସିଥିବା ବେଳେ ପଛରେ ଆସିଥିଲେ ମନୀଷ ।

ମନୀଷଙ୍କୁ ତାଙ୍କ ବାପା ପଠାଇଥିବା ଟଙ୍କାର ଏକ ସ୍କ୍ରିନଶଟ୍


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ ଭୟଙ୍କର ଥିଲା ନେପାଳରେ ବସ୍ ଦୁର୍ଘଟଣା: ନଦୀ ଭିତରକୁ ଖସି ପଡ଼ିଥିଲା ବସ୍; ୩୨ ଜୀବନ ଚାଲିଗଲା

କୁହାଯାଉଛି ଯେ କିଛି ବାଟ କାରରେ ସମସ୍ତେ ଆସିବା ପରେ ରାସ୍ତା କଡ଼ରେ ପୁଣି ହୋଇଥିଲା ବଚସା । ଉତ୍କ୍ଷିପ୍ତ ହୋଇ ସେଠାରେ ଚାରି ଜଣ ସାଙ୍ଗ ମନୀଷଙ୍କୁ ମାଡ଼ ମାରିଥିଲେ । ଫଳରେ ରାସ୍ତା କଡ଼ରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଉଛି । ତା’ପରେ ମନୀଷଙ୍କ ମୃତ ଦେହକୁ କାର୍‌ ଭିତରେ ଆଣି ପୋଖରୀରେ ଫିଙ୍ଗି ଛୁ ମାରିଥିଲେ ସେହି ଚାରି ଜଣ ସାଙ୍ଗ ।

ଏହା ବି ପଢ଼ନ୍ତୁ | ଏହି BJP ନେତାଙ୍କ ଘରେ ଜଣ ଅଛନ୍ତି, ହେଲେ ସେ ନିର୍ବାଚନ ଲଢ଼ି ମାତ୍ର ଗୋଟିଏ ଭୋଟ୍ ପାଇଲେ!

ସେମାନଙ୍କ ଭିତରୁ ଦୁଇ ସାଙ୍ଗ -- ମୃତ୍ୟୁଞ୍ଜୟ ମିଶ୍ର ଓ ଦିନେଶ ମହାପାତ୍ର – ରବିବାର ଭୋର୍‌ ୫ଟା ୩୦ରେ ୟୁନିଟ-୪ରେ ଥିବା ହୋଟେଲ୍‌ ସ୍ୱାଗତ ପ୍ୟାଲେସକୁ ଆସିଥିଲେ । ସେଠାରେ ଦୁଇଟି ରୁମ୍‌ ନେଇ ରହିଥିଲେ ସେମାନେ । ସନ୍ଧ୍ୟା ସାଢ଼େ ୫ଟା ବେଳେ ସୋହି ହୋଟେଲରୁ ଚେକ୍‌-ଆଉଟ୍‌ କରିଥିବା ହୋଟେଲର ରେଜିଷ୍ଟର୍‌ ଓ ସି.ସି.ଟି.ଭି. କ୍ୟାମେରାରୁ ଜଣା ପଡ଼ିଛି ।

ଏହା ବି ପଢ଼ନ୍ତୁ | କଶ୍ମୀରରେ ସାଧାରଣ ଲୋକଙ୍କ ହତ୍ୟାର ପ୍ରତିଶୋଧ ନେଲା Army; ଏନକାଉଣ୍ଟରରେ ଆତଙ୍କବାଦୀଙ୍କୁ ହତ୍ୟା କଲା

ଏବେ ପୋଲିସ ମୃତୁଞ୍ଜୟ ମିଶ୍ର, ଦିନେଶ ମହାପାତ୍ର, ହିମାଂଶୁ ନାୟକ ଓ ଅମ୍ରିତ ରାଉତଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏମ୍ସରୁ ଆସିବାକୁ ଥିବା ମନୀଷଙ୍କ ପୂର୍ଣ୍ଣାଙ୍ଗ ପୋଷ୍ଟମୋଟର୍ମ ରିପୋର୍ଟକୁ ଅପେକ୍ଷା କରାଯାଉଛି । ଶ୍ୱାସରୁଦ୍ଧ ହୋଇ ମନୀଷଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆସିଥିଲା । ତା’ ସହ ପାଣିରେ ପଡି଼ବା ପୂର୍ବରୁ ମନୀଷଙ୍କ ମୃତ୍ୟୁ ହୋଇଥିଲା ବୋଲି ବି ସ୍ପଷ୍ଟ କରିଥିଲା ଏମ୍‌ସର ଡାକ୍ତରୀ ଟିମ୍ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଯୌତୁକ ପାଇଁ ପତ୍ନୀକୁ କୋବ୍ରା ସାପ କାମୁଡ଼ାଇ ମାରିଥିଲା, କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲା

ହୋଟେଲ୍‌ ସ୍ୱାଗତ ପ୍ୟାଲେସର ମ୍ୟାନେଜର୍‌ କହିଛନ୍ତି ଯେ ତାଙ୍କ ହୋଟେଲରେ ରହିଥିବା ମନୀଷଙ୍କ ସାଙ୍ଗମାନଙ୍କର ପରିଚୟ ଡକ୍ୟୁମେଣ୍ଟ ଓ ସି.ସି.ଟି.ଭି. ଫୁଟେଜ୍‌ ଆଦି ସବୁ ତଥ୍ୟ ପୋଲିସକୁ ଦେଇ ସେ ତଦନ୍ତରେ ପୂରା ସହଯୋଗ କରିବେ ।
Published by:Anand S.T. Das
First published: