ଶେଷ CCTV ଫୁଟେଜରେ ସୁସ୍ଥ ଦିଶୁଥିଲେ ସାମ୍ବାଦିକ ନବୀନ ଦାସଙ୍କ ପୁଅ; ଶ୍ୱାସରୁଦ୍ଧ କେମିତି ହେଲେ?

Journalist Navin Das’s son Manish Anurag’s death was caused by respiratory failure, autopsy finds | ହୋଟେଲ୍‌ ବାହାରେ ଲାଗିଥିବା ଏକ CCTV କ୍ୟାମେରାର ଫୁଟେଜରେ ଭୋର୍‌ ୩ଟା ୨୯ରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଚାଲି ଚାଲି ହୋଟେଲ୍‌ ବାହାରକୁ ଆସୁଥିବା ଦେଖିବାକୁ ମିଳିଛି ।

ମନୀଷ ଅନୁରାଗ (ଫାଇ୍ଲ୍ ଫଟୋ); (ଡାହାଣ) ସି.ସି.ଟି.ଭି. ଫୁଟେଜରେ ମନୀଷଙ୍କ ଶେଷ ଦୃଶ୍ୟ

ମନୀଷ ଅନୁରାଗ (ଫାଇ୍ଲ୍ ଫଟୋ); (ଡାହାଣ) ସି.ସି.ଟି.ଭି. ଫୁଟେଜରେ ମନୀଷଙ୍କ ଶେଷ ଦୃଶ୍ୟ

  • Share this:
News18 Odia Digital

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ପୋଷ୍ଟ-ମର୍ଟମ୍‌ ରିପୋର୍ଟ୍‌ ଆସିଛି ଓ ସେଥିରେ ଦର୍ଶାଯାଇଛି ଯେ ତାଙ୍କ ମୃତ୍ୟୁ ସେ ଶ୍ବାସରୁଦ୍ଧ ହେବା କାରଣରୁ ହୋଇଛି । ଶନିବାର (ଅକ୍ଟୋବର ୯) ରାତିରେ ତାଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ତାଙ୍କର ଶେଷ ଫଟୋ ବି ସାମନାକୁ ଆସିଛି । କମିଶନରେଟ୍‌ ପୋଲିସ ଏହି ସବୁ ପ୍ରମାଣ ସହ ପୂର୍ବରୁ ମିଳିଥିବା ପ୍ରମାଣକୁ ମିଶାଇ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତକୁ ଆଗକୁ ବଢ଼ାଉଛି ।

ଏମ୍‌ସରେ (AIIMS Bhubaneswar) କରାଯାଇଥିବା ପୋଷ୍ଟମର୍ଟମର ପ୍ରାଥମିକ ରିପୋର୍ଟ ଅନୁସାରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି ମନୀଷ (Manish Anurag post mortem report)।  ତାଙ୍କ ଦେହରେ କୌଣସି କ୍ଷତ ଚିହ୍ନ ନାହିଁ । ମନୀଷ ଖାଇଥିବା ଖାଦ୍ୟ ହଜମ ହୋଇ ନ ଥିଲା ବୋଲି ବି ଏହି ରିପୋର୍ଟରେ କୁହାଯାଇଛି । ସେ ରାତ୍ରି ଭୋଜନ ଖାଇବାର ତିନି ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ସମ୍ପୂର୍ଣ୍ଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ । ଏହି ରିପୋର୍ଟ ଆସିବାକୁ ଆହୁରି ଦୁଇରୁ ତିନି ଦିନ ସମୟ ଲାଗିବ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘ଯଦିଓ ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟରେ ଶ୍ୱାସରୁଦ୍ଧ ହେବା କାରଣରୁ ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି, ତାହା ମୃତ୍ୟୁର ପ୍ରକୃତ କାରଣ ବୋଲି ଏବେ ନିଶ୍ଚିତ କରି କହି ହେବନି । ପାକସ୍ଥଳୀରେ ଥିବା ହଜମ ହୋଇ ନ ଥିବା ଖାଦ୍ୟ, ବୋନ୍‌ ମ୍ୟାରୋ ଓ ଶରୀରର ଅନ୍ୟାନ୍ୟ ତରଳ ପଦାର୍ଥ (ଫ୍ଲୁଇଡ୍‌) ଆଦି ପରୀକ୍ଷା ପାଇଁ ଯାଇଛି । ତା’ର ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ,’’ କହିଛନ୍ତି ଏମ୍‌ସର ପି.ଆର୍‌.ଓ. ଡାକ୍ତର ପ୍ରଭାତ ରଞ୍ଜନ ତ୍ରିପାଠୀ ।

ଏହି କାରରେ ହୋଟେଲକୁ ଯାଇଥିଲେ ମନୀଷ । ଏହି କାରକୁ ଜବତ କରାଯାଇଛି ।


ଏହା ବି ପଢ଼ନ୍ତୁ | PM ମୋଦିଙ୍କ ଉପଦେଷ୍ଟା ହେଲେ ‘ବକବାସ୍-ନାହିଁ’ ଖ୍ୟାତିର IAS ଅଫିସର୍; ଚାରା ଘୋଟାଲା ଘାଣ୍ଟିଥିଲେ

ପାକସ୍ଥଳୀରେ ଥିବା ହଜମ ହୋଇ ନ ଥିବା ଖାଦ୍ୟ ଏମ୍ସ ବାହାରକୁ ପରୀକ୍ଷା ପାଇଁ ଯାଇଥିବା ବେଳେ ଏମ୍ସରେ ଡାଏଟମ୍‌ ଟେଷ୍ଟ୍‌ ହେଉଛି ବୋଲି ସେ କହିଛନ୍ତି । ମନୀଷଙ୍କ ମୃତ୍ୟୁ ସେ ପାଣିରେ ପଡ଼ିବା ପୂର୍ବର ହୋଇଥିଲା ନା ପରେ ହୋଇଥିଲା ତାହା ଏହି ସବୁ ବିଭିନ୍ନ ପରୀକ୍ଷାର ରିପୋର୍ଟରୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ଡଃ ତ୍ରିପାଠୀ  (Journalist Navin Das son death case)।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଯୌତୁକ ପାଇଁ ପତ୍ନୀକୁ କୋବ୍ରା ସାପ କାମୁଡ଼ାଇ ମାରିଥିଲା, କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲା

ଅକ୍ଟୋବର ୧୦ ତାରିଖ ରବିବାର ଅପରାହ୍ଣ ପ୍ରାୟ ୨ଟା ବେଳେ ଭୁବନେଶ୍ୱର ପାତ୍ରପଡ଼ାର ଏକ ପୋଖରୀରୁ ମିଳିଥିଲା ମନୀଷଙ୍କ ମୃତ ଦେହ । ଏହାର କିଛି ସମୟ ପୂର୍ବରୁ ଇନଫୋସିଟି ଥାନାରେ ପୁଅକୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ ନବୀନ ଦାସ । ସୋମବାର ଦିନ ସେ ଏକ ଭିଡିଓ ବାର୍ତ୍ତାରେ ଅଭିଯୋଗ କରିଥିଲେ ଯେ ମନୀଷଙ୍କୁ ତାଙ୍କ (ମନୀଷଙ୍କ) ସାଙ୍ଗମାନେ ହିଁ ହତ୍ୟା କରିଛନ୍ତି ।

ଏହା ବି ପଢ଼ନ୍ତୁ | Coal Crisis: ଦେଶରେ ବିଜୁଳି ସମସ୍ୟା ଆହୁରି ବଢ଼ିବ ନା କମିବ? ଶକ୍ତି ସଚିବ ସ୍ଥିତି ସ୍ପଷ୍ଟ କଲେ

ମୃତ୍ୟୁର ପୂର୍ବ ଦିନ ପାତ୍ରପଡ଼ାରେ ଥିବା ସାଉଥ୍ ସିଟି ନାମକ ହୋଟେଲରେ (Bhubaneswar Patrapara South City Hotel) ଶନିବାର ବିଳମ୍ବିତ ରାତି ଯାଏଁ ନିଜ ସାଙ୍ଗମାନଙ୍କ ସହ ରହିଥିଲେ ମନୀଷ । ସିଲ୍‌ ହୋଇଥିବା ସେହି ହୋଟେଲ୍‌ ବାହାରେ ଲାଗିଥିବା ଏକ ସି.ସି.ଟି.ଭି. କ୍ୟାମେରାର ଫୁଟେଜରେ ବିଳମ୍ବିତ ରାତିରେ ମନୀଷ ଚାଲି ଚାଲି ହୋଟେଲ୍‌ ବାହାରକୁ ଆସୁଥିବା ଦେଖିବାକୁ ମିଳିଛି । ଏହା ତାଙ୍କର ଶେଷ ଫଟୋ ବୋଲି କୁହାଯାଉଛି । ଭୋର୍‌ ୩ଟା ୨୯ରେ ମନୀଷ ସୁସ୍ଥ ଭାବେ ବଡ଼ ଆରାମରେ ହୋଟେଲରୁ ଚାଲି ଚାଲି ବାହାରକୁ ଯାଉଥିବା ଦେଖିବାକୁ ମିଳୁଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସମାନ୍ଥା ପିଲା ଚାହୁଁ ନ ଥିଲେ, ଗର୍ଭପାତ କରିଥିଲେ? ନାଗା ଚୈତନ୍ୟଙ୍କଠାରୁ ଛାଡ଼ପତ୍ରର କାରଣ କ’ଣ ଥିଲା?

ଘଟଣାର ରହସ୍ୟ ଖୋଲିବା ପାଇଁ ତନାଘନା ଚଳାଇଛି କମିଶନରେଟ୍‌ ପୋଲିସ । ଇନଫୋସିଟିରେ ନିଜ କାର୍‌ ଥୋଇ ମନୀଷ ଯେଉଁ ଧଳା କାରରେ ହୋଟେଲକୁ ଯାଇଥିଲେ ତାକୁ ଜବତ କରାଯାଇଛି । କାରଟି ଏବେ ଭୁବନେଶ୍ବର ଡିସିପି କାର୍ଯ୍ୟାଳୟରେ (Bhubaneswar DCP office) ଅଛି । ଏହି କାର୍‌ ଅଦ୍ୱିତ ପ୍ରସାଦ ବିଶ୍ବାଳଙ୍କ ନାମରେ ଅଛି । ଏହି ଅଦ୍ବିତ କିଏ ଓ ମନୀଷଙ୍କ ସହ ତାଙ୍କର କ’ଣ ସମ୍ପର୍କ ଥିଲା ତାହା ଉପରେ ପୋଲିସ ତଦନ୍ତ କରୁଥିବା ଜାଣିବାକୁ ମିଳିଛି ।

ଏହା ବି ପଢ଼ନ୍ତୁ | ପୁଅ ଆର୍ୟନ୍ ଖାନ୍ ଗିରଫ ହେବା ପରେ ସୁପରଷ୍ଟାର୍ ଶାହାରୁଖ ଖାନଙ୍କୁ ଲାଗିଲା ବଡ଼ ଆର୍ଥିକ ଝଟକା

ମନୀଷଙ୍କ ମୃତ୍ୟୁ ପରଠାରୁ ଅଦ୍ବିତ ବିଶ୍ୱାଳ ଫେରାର ଅଛି ବୋଲି କହିଛନ୍ତି ଜଣେ ପୋଲିସ ଅଧିକାରୀ (Bhubaneswar Commissionerate Police) । ମନୀଷ ଓ ଅଦ୍ବିତଙ୍କ ସହ ଥିବା ତୃତୀୟ ଯୁବକଙ୍କୁ ନେଇ ବି ତନାଘନା ଚାଲିଛି । ହୋଟେଲରୁ ମନୀଷ ଏକୁଟିଆ ବାହାରୁଥିବା ବେଳେ ସେଠାରେ ତାଙ୍କ ସହ ଥିବା ଅନ୍ୟମାନେ ସେତେବେଳେ କେଉଁଠି ଥିଲେ ତାହା ଜାଣିବାକୁ ଚେଷ୍ଟା କରୁଛି ପୋଲିସ । ଏବେ ପାଞ୍ଚ ଜଣଙ୍କୁ ଅଟକ ରଖି ଜେରା କରାଯାଉଛି ।
Published by:Anand S.T. Das
First published: