ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»‘‘ମୋ’ ପୁଅକୁ ତା’ ସାଙ୍ଗମାନେ ହତ୍ୟା କରିଛନ୍ତି,’’ କହିଲେ ନବୀନ ଦାସ; ମୃତ ଦେହରେ କ୍ଷତ ଚିହ୍ନ ନାହିଁ

‘‘ମୋ’ ପୁଅକୁ ତା’ ସାଙ୍ଗମାନେ ହତ୍ୟା କରିଛନ୍ତି,’’ କହିଲେ ନବୀନ ଦାସ; ମୃତ ଦେହରେ କ୍ଷତ ଚିହ୍ନ ନାହିଁ

Senior journalist Navin Das says son Manish Anurag was murdered by his friends | ପୁତ୍ର ଶୋକରେ ଭାଙ୍ଗିପଡ଼ିଥିବା ବରିଷ୍ଠ ସାମ୍ବାଦିକ ନବୀନ ଦାସ କହିଛନ୍ତି ଯେ ରାତିରେ ଶେଷ ଥର ପାଇଁ ସେ ଯେତେବେଳେ ପୁଅ ମନୀଷ ସହ ଫୋନରେ କଥା ହୋଇଥିଲେ, ତା’ ସାଙ୍ଗମାନେ ତାକୁ ମାରଧର୍‌ କରୁଛନ୍ତି ବୋଲି ସେ ତାଙ୍କୁ କହିଥିଲା ।

‘‘ମୋ’ ପୁଅକୁ ତା’ ସାଙ୍ଗମାନେ ହତ୍ୟା କରିଛନ୍ତି,’’ କହିଲେ ନବୀନ ଦାସ; ମୃତ ଦେହରେ କ୍ଷତ ଚିହ୍ନ ନାହିଁ
ମନୀଷ ଅନୁରାଗ (ଫାଇ୍ଲ୍ ଫଟୋ); (ଡାହାଣ) ତାଙ୍କ ବାପା ବରିଷ୍ଠ ସାମ୍ବାଦିକ ନବୀନ ଦାସ
  • News18 Odia
  • Last Updated: October 11, 2021, 8:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ରାଜଧାନୀ ଭୁବନେଶ୍ୱରର ଚାରିଟି ଥାନା ପୋଲିସ ତଦନ୍ତ ଚଳାଇଥିବା ବେଳେ ମନୀଷଙ୍କ ବାପା ବରିଷ୍ଠ ସାମ୍ବାଦିକ ନବୀନ ଦାସ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଏକ ଭିଡିଓ ବାର୍ତ୍ତାରେ ସେ ଅଭିଯୋଗ କରିଛନ୍ତି ଯେ ମନୀଷଙ୍କୁ ତାଙ୍କ (ମନୀଷଙ୍କ) ସାଙ୍ଗମାନେ ହିଁ ହତ୍ୟା କରିଛନ୍ତି ।

‘‘ଦୁଃଖ ହେଲା ମୁଁ ମୋ’ର ବଡ଼ ପୁଅକୁ ହରେଇଛି । ଦୁଃଖ ହେଲା ଯେ ଭୋଜି କରିବାକୁ ଯାଇକରି ସାଙ୍ଗମାନେ ତାକୁ ନେଇକରି ହତ୍ୟା କରିଛନ୍ତି,’’ ଗଣମାଧ୍ୟମକୁ ଦେଇଥିବା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ନବୀନ ଦାସ । ସେ କହିଛନ୍ତି ଯେ ରବିବାର ରାତିରେ ଶେଷ ଥର ପାଇଁ ସେ ଯେତେବେଳେ ପୁଅ ମନୀଷ ସହ ଫୋନରେ କଥା ହୋଇଥିଲେ, ତାଙ୍କୁ ସେ କହିଥିଲା ଯେ ତା’ ସାଙ୍ଗମାନେ ତାକୁ ମାରଧର୍‌ କରୁଛନ୍ତି ।

ଏହା ବି ପଢ଼ନ୍ତୁ | Coal Crisis: ଦେଶରେ ବିଜୁଳି ସମସ୍ୟା ଆହୁରି ବଢ଼ିବ ନା କମିବ? ଶକ୍ତି ସଚିବ ସ୍ଥିତି ସ୍ପଷ୍ଟ କଲେ

‘‘ପୋଲିସ କମିଶନର୍‌ ପ୍ରିୟଦର୍ଶୀ ମହୋଦୟ ମୋତେ ନିର୍ଭର ପ୍ରତିଶୃତି ଦେଇଛନ୍ତି ଯେ ଯେଉଁମାନେ ହତ୍ୟାକାରୀ ସେମାନଙ୍କୁ ଖୁବ୍‌ ଶୀଘ୍ର ଆଇନ ଆଗକୁ ଆଣିବେ । ଲୋକଙ୍କ ସାମନାକୁ ଆଣିବେ । ଜଣେ ବାପା ହିସାବରେ ମୋ’ର ପୋଲିସ ଉପରେ ଯଥେଷ୍ଟ ଭରସା ଅଛି,’’ କହିଛନ୍ତି ପୁତ୍ର ଶୋକରେ ଭାଙ୍ଗିପଡ଼ିଥିବା ନବୀନ ଦାସ ।

ପାତ୍ରପଡ଼ାରେ ଥିବା ସାଉଥ୍ ସିଟି ହୋଟେଲ୍‌


ଅକ୍ଟୋବର ୧୦ ତାରିଖ ଅପରାହ୍ଣ ପ୍ରାୟ ୨ଟା ବେଳେ ଭୁବନେଶ୍ୱର ପାତ୍ରପଡ଼ାର ଏକ ଫୋଖରୀରୁ ମିଳିଥିଲା ମନୀଷଙ୍କ ମୃତ ଦେହ । ଏହାର କିଛି ସମୟ ପୂର୍ବରୁ ଇନଫୋସିଟି ଥାନାରେ ପୁଅକୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ ନବୀନ ଦାସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଯୌତୁକ ପାଇଁ ପତ୍ନୀକୁ କୋବ୍ରା ସାପ କାମୁଡ଼ାଇ ମାରିଥିଲା, କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲା

ମୃତ୍ୟୁର ପୂର୍ବ ଦିନ ପାତ୍ରପଡ଼ାରେ ଥିବା ସାଉଥ୍ ସିଟି ନାମକ ହୋଟେଲରେ ବିଳମ୍ବିତ ରାତି ଯାଏଁ ନିଜ ସାଙ୍ଗମାନଙ୍କ ସହ ରହିଥିଲେ ମନୀଷ । ସେହି ହୋଟେଲକୁ ସୋମବାର ଦିନ ସିଲ୍ କରିଛି ପୋଲିସ । ସେଠାକାର ସି.ସି.ଟି.ଭି. ଯାଞ୍ଚ କରିବା ସହ କମ୍ପ୍ୟୁଟରଗୁଡ଼ିକର ହାର୍ଡ଼ ଡିସ୍କ୍‌ ବି ଜବତ କରିଛି ପୋଲିସ । ହୋଟେଲର କର୍ମଚାରୀ ଓ ମ୍ୟାନେଜରଙ୍କୁ ଜେରା କରାଯାଇଛି । ଏହି ଚାଞ୍ଚଲ୍ୟକର ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବା ପାଇଁ ପୋଲିସ ଡାଏଟମ୍ ଟେଷ୍ଟ ପ୍ରକ୍ରିୟା ଆରମ୍ଭ କରିଛି ।

ତଦନ୍ତ ବିଷୟରେ କହୁଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ।


ଏହା ବି ପଢ଼ନ୍ତୁ | ଦେଶରେ COVIDର ତୃତୀୟ ଲହରର ଭୟ: ‘ଗୁରୁତର ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୟୁନିଟ୍ ତିଆରି ହେଉ’

ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ମୃତ୍ୟୁ ପୂର୍ବ ଦିନ ସାଉଥ୍ ସିଟି ହୋଟେଲକୁ ଏକ ଧଳା ରଙ୍ଗର କାର୍ ନେଇ ଆସିଥିଲେ ମନୀଷ । ତେବେ ସେ କାହା ସାଙ୍ଗରେ ହୋଟେଲକୁ ଆସିଥିଲେ, ସେଠି କେଉଁମାନେ ତାଙ୍କ ସାଙ୍ଗରେ ଥିଲେ, ହୋଟେଲ ଭିତରେ ସାଙ୍ଗମାନଙ୍କ ସହ ମନୀଷଙ୍କର କୌଣସି ଗଣ୍ଡଗୋଳ ହୋଇଥିଲା କି ଓ କେଉଁ ପରିସ୍ଥିତିରେ ତାଙ୍କ ମୃତ ଦେହ ପୋଖରୀକୁ ଆସିଥିଲା ଏ ସବୁକୁ ନେଇ ତଦନ୍ତ ଜାରି ରହିଛି ।

ଏହା ବି ପଢ଼ନ୍ତୁ | ପୁଅ ଆର୍ୟନ୍ ଖାନ୍ ଗିରଫ ହେବା ପରେ ସୁପରଷ୍ଟାର୍ ଶାହାରୁଖ ଖାନଙ୍କୁ ଲାଗିଲା ବଡ଼ ଆର୍ଥିକ ଝଟକା

ପ୍ରାଥମିକ ରିପୋର୍ଟ ଅନୁସାରେ ମନୀଷଙ୍କ ଦେହରେ କୌଣସି କ୍ଷତ ଚିହ୍ନ ନାହିଁ । ତେଣୁ ମୃତ୍ୟୁର କାରଣକୁ ନେଇ ଉପଜୁଛି ଅନେକ ସନ୍ଦେହ । ମୃତ୍ୟୁର ସଠିକ କାରଣ ଜାଣିବା ପାଇଁ ଡାଏଟମ୍ ଟେଷ୍ଟ୍‌ ସାମ୍ପଲ ଓ ଭିସେରା ରିପୋର୍ଟ ରାଜ୍ୟ ଫରେନସିକ ଲାବରୋଟାରୀକୁ ପଠାଯାଇଛି ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ।

ଏହା ବି ପଢ଼ନ୍ତୁ | PM Kisan: ଚାଷୀଙ୍କ ପାଇଁ ଜରୁରୀ ଖବରଏହି ସବୁ ଡକ୍ୟୁମେଣ୍ଟ୍ ବିନା ମିଳିବ ନାହିଁ ,୦୦୦ ଟଙ୍କା

‘‘ପୋଲିସ ସେହି ହୋଟେଲକୁ ଯାଇ କର୍ମଚାରୀମାନଙ୍କୁ ପଚରାଉଚରା କରୁଛି ଓ ହୋଟେଲରେ ଥିବା ବିଭିନ୍ନ ପ୍ରମାଣଯୋଗ୍ୟ ସାମଗ୍ରୀ ସଂଗ୍ରହ କରୁଛି । ମୃତ୍ୟୁର କାରଣ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇ ନାହିଁ । ଏହାର ତଦନ୍ତରେ ଇନଫୋସିଟି ଥାନାର ଅଧିକାରୀ ଓ କର୍ମଚାରୀ, ସ୍ପେଶାଲ୍‌ ସ୍ୱାର୍ଡ଼ର ଇନ୍‌-ଚାର୍ଜ୍‌ ଓ ତାଙ୍କର ଷ୍ଟାଫଙ୍କ ସହ ତମାଣ୍ଡୋ ଓ ଖଣ୍ଡଗିରି ଥାନାକୁ ମିଶାଇ ଏକ ଟିମ୍‌ ଗଠନ କରାଯାଇଛି । ଏହି ମାମଲାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଛି,’’ କହିଛନ୍ତି ଦାଶ ।
Published by: Anand S.T. Das
First published: October 11, 2021, 8:11 PM IST