News18 Odia Digital
ଭୁବନେଶ୍ୱର: ନୂଆବର୍ଷରେ ନୂଆ ଭେଟି। ପୁନର୍ଗଠନ ହେଲା ବିଜେଡି ଗଣମାଧ୍ୟମ ସେଲ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତିଆରି ହେଲା ମିଡିଆ ସେଲ। ବିଶିଷ୍ଟ ସାମ୍ବାଦିକ ସ୍ୱୟଂ ପ୍ରକାଶ ମହାପାତ୍ରଙ୍କୁ ସୋସିଆଲ ମିଡ଼ିଆ ସେଲ ହେଡ ଦାୟିତ୍ୱ ମିଳିଛି। ସୋସିଆଲ ମିଡ଼ିଆ ସେଲର ମୁଖ୍ୟ ଭାବେ ସ୍ୱୟଂପ୍ରକାଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ପୂର୍ବବତ ମିଡିଆ କୋଡିନେଟର ତଥା ସଂଯୋଜକ ଦାୟିତ୍ୱରେ ରହିବେ ଲେନିନ ମହାନ୍ତି । ସହ ମିଡିଆ କୋଡିନେଟର ହୋଇଛନ୍ତି ଦଳର ଯୁବ ଚେହେରା ମଧୁସ୍ମିତା ନାୟକ । ସେହିପରି ଜାତୀୟ ମୁଖପାତ୍ର ହେଉଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଶର୍ମିଷ୍ଠା ସେଠୀ, ସସ୍ମିତ ପାତ୍ର ଓ ମାନସ ରଞ୍ଜନ ମଙ୍ଗରାଜ ।
ଦେବୀ ପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ଚନ୍ଦ୍ରାଣୀ ମୁର୍ମୁ, ପ୍ରଦୀପ ମାଝୀ, ଅନୁଭବ ପଟନାୟକ, ଲେନିନ ମହାନ୍ତି, ସୁଲତା ଦେଓ, ସଞ୍ଜୟ ବାବୁ, ଶ୍ରୀମୟ ମିଶ୍ର, ଚିନ୍ମୟ ସାହୁ, ହରିଷ ଚୌଧୁରୀ, ଗୌତମ ବୁଦ୍ଧ ଦାସ, ଅମିତ ମଲ୍ଲିକ, ତମ୍ବୁନାଥ ପଣ୍ଡା, ଓମ୍ ପ୍ରକାଶ ସାହୁ ଓ ପ୍ରିୟବ୍ରତ ମାଝୀଙ୍କୁ ମୁଖପାତ୍ର ଦାୟିତ୍ୱ ପ୍ରଦାନ କରାଯାଇଛି।

ଗଣମାଧ୍ୟମ ପେନାଲିଷ୍ଟ ଭାବେ ସ୍ୱୟଂ ପ୍ରକାଶ ମହାପାତ୍ର, ଇପ୍ସିତା ସାହୁ, ମଧୁସ୍ମିତା ନାୟକ, ସୋଫିଆ ଆଲମ, ମହେକସୀତା ମିଶ୍ର, ଲୋରା ମହାପାତ୍ର, ସ୍ଵାଗତିକା ମହାନ୍ତି ମିହିର ରାୟ ଓ ଅପୂର୍ବା ଅପୂର୍ବାଙ୍କୁ ଦାୟିତ୍ୱ ମିଳିଛି।

ଦଳର ଅନ୍ୟତମ ପ୍ୟାନେଲିଷ୍ଟ ଭାବେ ସୁଯୋଗ ଦେଇଥିବାରୁ Biju Janata Dal Odisha ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaikଙ୍କୁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ସ୍ବୟଂ ପ୍ରକାଶ ମହାପାତ୍ର।

ଏହା ସହ ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ତଥା ଦଳର ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ବିଶ୍ବାସ ରଖିଥିବାରୁ ଧନ୍ୟବାଦ ଜଣାଇଛନ୍ତି।
ଜଣାଶୁଣା ଟିଭି ଉପସ୍ଥାପକ, ବୈଦ୍ୟୁତିକ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ସ୍ୱୟଂ ପ୍ରକାଶ ମହାପାତ୍ର କିଛି ମାସ ପୂର୍ବରୁ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଥିଲେ । ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବରେ ଦଳରେ ସାମିଲ ହୋଇଥିଲେ।
ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ କୁମରାଙ୍ଗ ଗାଁରେ ଜନ୍ମିତ ସ୍ୱୟଂ ପ୍ରକାଶ ଗତ ପ୍ରାୟ ୧ ଦଶନ୍ଧି ଧରି ସ୍ୱୟଂ ମହାପାତ୍ର ଏକାଧିକ ଓଡ଼ିଆ ବୈଦ୍ୟୁତିକ ଗଣମାଧ୍ୟମରେ ବିଭିନ୍ନ ପଦରେ କାର୍ଯ୍ୟ କରିଛନ୍ତି। ବିଜେଡ଼ିରେ ଯୋଗ ଦେବା ବେଳକୁ ସେ ଏକ ଘରୋଇ ବୈଦ୍ଯୁତିକ ଗଣମାଧ୍ଯମରେ କାର୍ଯ୍ୟରତ ଥିଲେ । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡ଼ିରେ ଯୋଗ ଦେଇଛନ୍ତି ବୋଲି କହିଥିଲେ ସାମ୍ୱାଦିକ । ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହା ସେ ନିର୍ବାହ କରିବେ ବୋଲି କହିଥିଲେ ସ୍ୱୟଂ ପ୍ରକାଶ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।