ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ନବୀନ, ମମତା ଓ ଅରବିନ୍ଦ ସଂଘୀୟ ବ୍ୟବସ୍ଥାକୁ ସ୍ଥିରତା ଦେଇଛନ୍ତି: ଶେଖର ଗୁପ୍ତା

ନବୀନ, ମମତା ଓ ଅରବିନ୍ଦ ସଂଘୀୟ ବ୍ୟବସ୍ଥାକୁ ସ୍ଥିରତା ଦେଇଛନ୍ତି: ଶେଖର ଗୁପ୍ତା

ନବୀନ ପଟ୍ଟନାୟକ, ମମତା ବାନାର୍ଜୀ, ଅରବିନ୍ଦ କେଜରିଓ୍ବାଲ ପରି ନେତା ସଂଘୀୟ ବ୍ୟବସ୍ଥାକୁ ସ୍ଥିରତା ଦେଇଛନ୍ତି। ସେମାନେ ବିକାଶରେ ଅଧିକ ଖର୍ଚ୍ଚ କରୁଛନ୍ତି ବୋଲି କହିଛନ୍ତି ଜାତୀୟ ସାମ୍ୱାଦିକ ଶେଖର ଗୁପ୍ତା ।

ନବୀନ, ମମତା ଓ ଅରବିନ୍ଦ ସଂଘୀୟ ବ୍ୟବସ୍ଥାକୁ ସ୍ଥିରତା ଦେଇଛନ୍ତି: ଶେଖର ଗୁପ୍ତା
ହରିଶ୍ଚନ୍ଦ ବକ୍ସିପାତ୍ର ଜୟନ୍ତୀ ସ୍ମାରକୀ ବକ୍ତୃତା ଉତ୍ସବରେ ସାମ୍ବାଦିକ ଶେଖର ଗୁପ୍ତା ଯୋଗ ଦେଇଥିଲେ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 18, 2021, 6:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶାରେ ରାଜନୈତିକ ପରିବର୍ତ୍ତନ ହୁଏ ନାହିଁ କି ଏଠି ନିର୍ବାଚନରେ ରୋମାଞ୍ଚ ନାହିଁ। ତେଣୁ ଓଡ଼ିଶା ରାଜନୀତି ସମ୍ପର୍କରେ ଅଧିକ କିଛି ଜାଣି ହୁଏ ନାହିଁ। ଓଡ଼ିଶା ପ୍ରଥମ ରାଜ୍ୟ ଯାହା ଭାଷାଭିତ୍ତିକ ଗଠନ ହୋଇଥିଲା। ଯାହା ସ୍ଵାଧିନତା ପୂର୍ବରୁ ହୋଇଥିଲା। ମଧୁସୂଦନ ଦାସଙ୍କ ସମ୍ପର୍କରେ ଏଠି ଜଣା ପଡ଼େ। ଏହା ଦ୍ଵିତୀୟ ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ଥିବା ରାଜ୍ୟ। ସର୍ବାଧିକ ସମୟ ଜ୍ୟୋତି ବାସୁ ଥିଲେ। ଭାରତରେ ସଂଘୀୟ ବ୍ୟବସ୍ଥା ବହୁତ ନମନୀୟ। ଯାହା ସମୟ ଅନୁସାରେ ଶକ୍ତିଶାଳୀ ହୋଇଛି। ୮୮ ତମ ହରିଶ୍ଚନ୍ଦ ବକ୍ସିପାତ୍ର ଜୟନ୍ତୀ ସ୍ମାରକୀ ବକ୍ତୃତା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏମିତି କହିଛନ୍ତି ଜାତୀୟ ସାମ୍ବାଦିକ ଶେଖର ଗୁପ୍ତା।

ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ହୋଇ ଯାଇଛି ହରିଶ୍ଚନ୍ଦ ବକ୍ସିପାତ୍ର ଜୟନ୍ତୀ ଉତ୍ସବ। ଏହି ଅବସରରେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ଓଡ଼ିଆ ପାକ୍ଷିକ ପତ୍ରିକା ଲୋକନୀତିର ସ୍ବତନ୍ତ୍ର ସଂଖ୍ୟାକୁ ଅତିଥିମାନେ ଉନ୍ମୋଚିତ କରିଛନ୍ତି। ମୁଖ୍ୟ ଅତିଥି ପଦ୍ମ ଭୁଷଣ ଶେଖର ଗୁପ୍ତା କହିଛନ୍ତି, "ଦୁଇ ପ୍ରକାର ସ୍ତରରେ ରାଜନୀତିକୁ ବିଭକ୍ତ କରାଯାଏ। ଗୋଟିଏ ସେହି ସବୁ ରାଜ୍ୟ ଯେଉଁମାନେ ୪୦ ସାଂସଦ ଦିଅନ୍ତି ଓ ଦ୍ଵିତୀୟ ଓଡ଼ିଶା ପରି ରାଜ୍ୟ ଯେଉଁଠୁ ୨୦ରୁ ୪୦ ସାଂସଦ ଥାଆନ୍ତି। ଅତୀତରେ କଂଗ୍ରେସ ସରକାର ମୁଖ୍ୟମନ୍ତ୍ରୀମାନଙ୍କୁ ଖେଳନା କରି ଦେଇଥିଲେ। ଗୋଟିଏ ସମୟରେ ସାରା ଦେଶରେ କଂଗ୍ରେସ ଶାସନ କରୁଥିଲା। ହେଲେ ଯେଉଁ ରାଜ୍ୟରେ କଂଗ୍ରେସ ନଥିଲା, ସେଠି ସରକାର ଭାଙ୍ଗି ଦେଉଥିଲେ। ଯାହାର ଉଦାହରଣ ଥିଲା କେରଳକୁ ଧରାଯାଇ ପାରିବ। ରାଜୀବ ଗାନ୍ଧୀଙ୍କ ଭୁଲ ଯୋଗୁଁ ଶରଦ ପାୱାର ଭାବେ ଜଣେ ବଡ଼ ନେତାଙ୍କ ଜନ୍ମ ହେଲା। ଧୀରେ ଧୀରେ ସଂଘୀୟ ବ୍ୟବସ୍ଥା ଆହୁରି ଶକ୍ତିଶାଳୀ ହେଲା। ଓଡ଼ିଶା ଆଞ୍ଚଳିକ ଦଳ ଦ୍ୱାରା ଦେଶକୁ ଶକ୍ତି ଦେଇଛି। କିନ୍ତୁ1 ଦୁର୍ବଳ କରି ନାହିଁ। ନବୀନ ପଟ୍ଟନାୟକ, ମମତା ବାନାର୍ଜୀ, ଅରବିନ୍ଦ କେଜରିଓ୍ବାଲ ପରି ନେତା ସଂଘୀୟ ବ୍ୟବସ୍ଥାକୁ ସ୍ଥିରତା ଦେଇଛନ୍ତି। ଏମାନଙ୍କ ଭିତରେ ଗୋଟିଏ କଥା ସମାନ ରହିଛି। ତାହା ହେଉଛି ବିକାଶ କାମ। ସେମାନେ ବିକାଶରେ ଅଧିକ ଖର୍ଚ୍ଚ କରୁଛନ୍ତି। ଯାହା ପ୍ରତିଶୃତି ଦେଇଥିଲେ ଭୋଟରଙ୍କୁ, ତାହା କରୁଛନ୍ତି।"

ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଏଥିରେ ଅଧକ୍ଷତା କରିଥିବା ବେଳେ ବିଧାୟକ ଅମର ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ବର୍ଗତ ହରିଶ୍ଚନ୍ଦ ବକ୍ସିପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ। ବିଧାୟକ ଅମର ଶତପଥୀ କହିଛନ୍ତି "ସମୄଦ୍ଧ ଓଡ଼ିଶା ଗଢିବା, ଗରୀବ ଲୋକଙ୍କ ସ୍ବରକୁ ଶାଣିତ କରୁଥିବା ନେତା ହେଉଛନ୍ତି ସ୍ବର୍ଗତ ହରିଶ୍ଚନ୍ଦ ବକ୍ସିପାତ୍ର। ସେ ଉତ୍କଳ କଂଗ୍ରେସରୁ ପ୍ରାର୍ଥୀ ହୋଇ ବିଧାନସଭାକୁ ପ୍ରଥମେ ନିର୍ବାଚିତ ହୋଇଥିଲେ। ସେ ସମୟରେ ଆମେ ଯେଉଁମାନେ ଛାତ୍ର ରାଜନୀତି କରୁଥିଲୁ ଆମକୁ ସର୍ବଦା ପ୍ରେରଣା ଯୋଗାଇ ଆସିଥିଲେ"। କାର୍ଯ୍ୟକ୍ରମରେ ସଭାପତିତ୍ବ କରୁଥିବା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି,"ମୌଳିକ ଚେତନାକୁ ଜାହିର କରୁଥିବା ନେତା ଥିଲେ ହରିଶ୍ଚନ୍ଦ ବକ୍ସିପାତ୍ର। ସେ ଥିଲେ ସୀମାନ୍ତ ରକ୍ଷକ ସେନାପତି। ଆନ୍ଧ୍ରପ୍ରଦେଶ ଯେତେବେଳେ ଓଡ଼ିଶା ଆଡ଼କୁ ମାଡି ଆସୁଛି ସେତେବେଳେ ହରିଶ୍ଚନ୍ଦ ବକ୍ସିପାତ୍ର ମନେପଡନ୍ତି। ସାଲିସ ବୀହିନ ଓ ସ୍ୱାଭିମାନ ଜୀବନାଦର୍ଶ ହିଁ ତାଙ୍କୁ ଓଡ଼ିଶାର ଅନ୍ୟତମ ତୁଙ୍ଗ ନେତା ଭାବେ ପରିଚିତ କରାଇପାରିଥିଲା। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ସେ ଛାତ୍ର ଜୀବନରୁ ପ୍ରତିଭାବାନ ବ୍ୟକ୍ତି ପରିଚିତ ଥିଲେ। ତାଙ୍କ ଜୟନ୍ତୀ ଉତ୍ସବ ପାଳନ ଓଡ଼ିଶାର ନୂଆ ପିଢ଼ି ପାଇଁ ଏକ ମାର୍ଗ ଦର୍ଶନ"।
Published by: Soumya Das
First published: November 18, 2021, 6:40 PM IST