ସଡ଼କ ଦୁର୍ଘଟଣାରେ ସାମ୍ୱାଦିକ ଦୁଷ୍ମନ୍ତ ମହାନ୍ତିଙ୍କ ଦେହାନ୍ତ ।
- News18 Odia
- Last Updated :
- Odisha (Orissa)
News 18 Odia Digital
ଭୁବନେଶ୍ୱର; ସଡକ ଦୁର୍ଘଟଣାରେ ଆଖି ବୁଜିଲେ ଏକ ଘରୋଇ ଟିଭି ଚ୍ୟାନେଲର ଯୁବ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି । ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି ଆଜି ନିଜ ଗାଁରୁ ମୋଟର ସାଇକେଲ ଯୋଗେ ଭୁବନ ଆସୁଥିବା ସମୟରେ ଭୁବନ ଥାନା ସାମ୍ନାରେ ଭାରସାମ୍ୟ ହରାଇ ପଡିଯିବାରୁ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା ।
ଚିକିତ୍ସା ପାଇଁ ପ୍ରଥମେ ଭୁବନ ଡାକ୍ତରଖାନା ଏବଂ ପରେ କଟକ ବଡ଼ ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ରହିଥିଲା । ଚିକିତ୍ସାଧୀନ ଥିବା ବେଳେ ଶ୍ରୀ ଦୁଷ୍ମନ୍ତ ମହାନ୍ତି ମାତ୍ର ୨୮ ବର୍ଷ ମୃତ୍ୟୁ ବରଣ କରି କରିଛନ୍ତି । ଶ୍ରୀ ମହାନ୍ତି ଜଣେ ପର ଉପକାରୀ ମଣିଷ ଥିଲେ । ସାମ୍ବାଦିକ ହିସାବରେ ପାରଦର୍ଶିତା ଦେଖାଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଅସମୟରେ ତାଙ୍କର ମୃତ୍ୟୁ ହେବା ଖବର ସମସ୍ତଙ୍କ ମନରେ ଦୁଃଖ ଭରି ଦେଇଛି । ସୋସିଆଲ୍ ମିଡିଆରେ ବନ୍ଧୁ ଓ ପ୍ରିୟଜନମାନେ ଦୁଖଦ ଖବରଟିକୁ ପୋଷ୍ଟ କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।