ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବାଲେଶ୍ୱରରେ ଦୁଇ ଜଣ ରେଳ ଟିକେଟ ଚ଼ୋରା ଚ଼ାଲାଣକାରୀ ଧରା ପଡ଼ିଲେ; ସେଥିରୁ ଜଣେ ସାମ୍ବାଦିକ!

ବାଲେଶ୍ୱରରେ ଦୁଇ ଜଣ ରେଳ ଟିକେଟ ଚ଼ୋରା ଚ଼ାଲାଣକାରୀ ଧରା ପଡ଼ିଲେ; ସେଥିରୁ ଜଣେ ସାମ୍ବାଦିକ!

ଟିକେଟ ଚ଼ାଲାଣକାରୀ ସାମ୍ବାଦିକ ଜଗନ୍ନ।ଥ ଦାସ ରେଳ ବିଭାଗର କର୍ମଚ଼ାରୀ ହେମନ୍ତ କୁମାର ପୃଷ୍ଟିଙ୍କ ସହାୟତାରେ ତତ୍କାଳ ଟିକେଟ ବୁକ କରି ବାହାର ରାଜ୍ୟର ଯାତ୍ରୀମାନଙ୍କୁ ଚଢ଼ା ଦରରେ ବିକ୍ରୀ କରୁଥିଲେ ବୋଲି ଏସ୍‌ଟିଏଫ୍ ଟିମ୍ କହିଛି ।

ବାଲେଶ୍ୱରରେ ଦୁଇ ଜଣ ରେଳ ଟିକେଟ ଚ଼ୋରା ଚ଼ାଲାଣକାରୀ ଧରା ପଡ଼ିଲେ; ସେଥିରୁ ଜଣେ ସାମ୍ବାଦିକ!
ଏସ୍‌ଟିଏଫ୍‌ ଟିମ୍‌ ସହିତ ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ
  • News18 Odia
  • Last Updated: January 23, 2020, 12:01 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ରାଜ୍ୟ ବାହାରକୁ ରେଳ ଟିକେଟ ଚ଼ୋରା ଚ଼ାଲାଣର ପ୍ରୟାସ ହେଉଥିବା ବେଳେ ଖଡ଼ଗପୁର ରେଳ ଡିଭିଜନର ଏସ୍‌ଟିଏଫ୍‌ ଟିମ୍‌ ସୋର ଠାରେ ଚଢ଼ାଉ କରି ପେଶାରେ ସାମ୍ବାଦିକ ଥିବା ଜଣେ ଟିକେଟ ଚ଼ାଲାଣକାରୀ ଓ ତାକୁ ସହଯୋଗ କରୁଥିବା ଆରଏମଏସର ଜଣେ କର୍ମଚ଼ାରୀଙ୍କୁ ଗିରଫ କରିଛି ।

ଗିରଫ ହେବା ସମୟରେ ସେମାନଙ୍କ ଠାରୁ ୧୭ ହଜାର ୨୩୫ ଟଙ୍କା ମୂଲ୍ୟର ପାଞ୍ଚଟି ତତ୍କାଳ ରେଳ ଟିକେଟ ସହ ନଗଦ ଚ଼ାରି ହଜ।ର ଶହେ ଟଙ୍କା ମଧ୍ୟ ଜବତ କରାଯାଇଛି । ଏ ନେଇ ଆରପିଏଫ ୧୪୩/୨୦ନମ୍ବରରେ ଏକ ମାମଲା ରୁଜୁ କରି ଦୁଇ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚ଼ାଲାଣ କରିଛି ।

ଗିରଫ ହୋଇଥିବା ଦୁଇ ଜଣ ବ୍ୟକ୍ତି ହେଲେ ସୋର ଥାନା ଅର୍ନ୍ତଗତ ରାଇପୁରଚକ ଅଞ୍ଚଳର ବାସିନ୍ଦା ସହ ଏକ ଖବରକାଗଜର ସାମ୍ବାଦିକ ଜଗନ୍ନାଥ ଦାସ (୩୩) ଏବଂ ରେଳ ଡାକ ବିଭାଗର ମ୍ୟାନେଜର ହେମନ୍ତ କୁମାର ପୃଷ୍ଟି (୨୮) ।

ରେଳ ବିଭାଗର ଜଣେ ଅଧିକାରୀଙ୍କ ଅନୁସାରେ ଟିକେଟଗିଡ଼ିକୁ ବେଆଇନ ଭାବେ ରାଜ୍ୟ ବ।ହ।ରେ ବିକ୍ରୀ କର।ଯ।ଉଥିବା ସମ୍ପର୍କରେ ରେଳ ବିଭାଗର ଏସଟିଏଫ ଟିମ୍‌ ଖବର ପ।ଇଥିଲ। । ତେବେ ବାଲେଶ୍ୱର ରେଳ ଷ୍ଟେସନରୁ ତତ୍କାଳ ଟିକେଟ ବୁକ୍‌ କରାଯାଇ ଅନ୍ୟ ରାଜ୍ୟରେ ସେ ଟିକେଟକୁ ଚଢ଼଼ା ଦରରେ ବିକ୍ରୀ କର।ଯ।ଉଥିବା ନେଇ ଖଡଗପୁର ଡିଭିଜନର ଏସଟିଏଫ ଟିମ ପାଖରେ ଅଭିଯୋଗ ହୋଇଥିଲ। । ଏହ।କୁ ଆଧ।ର କରି ତଦନ୍ତ ହେଉଥିଲା ।

‘‘ବୁଧବାର ସୋର ଅଞ୍ଚଳରେ ଜଣେ ଟିକେଟ ଚ଼ାଲାଣକାରୀ ଜଗନ୍ନ।ଥ ଦାସ ଜଣେ ରେଳ ବିଭ।ଗର କର୍ମଚ।ରୀଙ୍କ ସହ।ୟତ।ରେ ତତକ।ଳରେ ଟିକେଟ ବୁକ କରି ବ।ହ।ର ର।ଜ୍ୟର ଯ।ତ୍ରୀମ।ନଙ୍କୁ ଚଢ଼। ଦରରେ ବିକ୍ରୀ କରୁଥିଲେ । ହ।ଇଦ୍ର।ବ।ଦ ଇଷ୍ଟ କୋଷ୍ଟ ଟ୍ରେନରେ ଥିବା ଏକ ଆରଏମଏସ (ରେଳ ଡ।କ ଟିକଟ ବିଭ।ଗ)ର ମ୍ୟ।ନେଜର ହେମନ୍ତ ଜଗନ୍ନ।ଥଙ୍କୁ ଏହି ରେଳ ଟିକେଟ ତତକ।ଳରେ ବୁକ କରିବ। ପ।ଇଁ ସ।ହ।ଯ୍ୟ କରୁଥିଲେ,’’ କହିଛନ୍ତି ଏସ୍‌ଟିଏଫ୍‌ ଟିମର ଜଣେ ଅଧିକାରୀ ।

ରେଳ ବିଭ।ଗ ଏସଟିଏଫ ଦ୍ୱାରା ଜବତ କର।ଯ।ଇଥିବା ପାଞ୍ଚଟି ରେଳଟିକଟ ମଧ୍ୟରେ ହ।ୱଡ।ରୁ ପୁନେ ଅଭିମୁଖେ ତିନି ଜଣ ଯାତ୍ରୀଙ୍କ ନାମରେ ବୁକ କର।ଯ।ଇଥିବା ଟିକେଟର ମୂଲ୍ୟ ୨,୯୭୦ ଟଙ୍କ। ଥିଲା । ସେମିତି ଯଶୋବନ୍ତପୁର ଅଭିମୁଖେ ଚ଼ାରି ଜଣ ଯାତ୍ରୀଙ୍କ ନାମରେ ଟିକଟ କଟାଯ।ଇଥିଲା, ଯାହାର ମୂଲ୍ୟ ଥିଲା ୩,୮୭୫ ଟଙ୍କା । ସେହିପରି ଶ।ଲିମ।ରରୁ ଅଲୱାର ଅଭିମୁଖେ ମୋଟ ଆଠ ଜଣ ଯ।ତ୍ରୀଙ୍କ ନ।ମରେ ଟିକଟେ କଟ।ଯ।ଇଥିଲା, ଯାହାର ମୂଲ୍ୟ ଥିଲା ୮,୨୮୦ ଟଙ୍କା । ଠିକ୍‌ ସେମିତି ଶାଲିମାରରୁ କୋଟ୍ଟାୟମ ଅଭିମୁଖେ ଦୁଇ ଜଣ ଯାତ୍ରୀଙ୍କ ନାମରେ ଟିକେଟ କଟାଯ।ଇଥିଲା, ଯାହାର ମୂଲ୍ୟ ଥିଲା ୨,୧୧୦ ଟଙ୍କା ।

‘‘ଟିକେଟ ଚ଼ାଲ।ଣକ।ରୀମ।ନେ ଏହି ସବୁ ଟିକେଟକୁ ଚଢ଼। ଦରରେ ବିକ୍ରୀ ବେଶ ମୋଟା ଅଙ୍କର ଅର୍ଥ ଉପ।ର୍ଜନ କରୁଥିଲେ । ତେବେ ଏସଟିଏଫ ଟିମ ସୋର ଠାରେ ଚଢ଼।ଉ କରି ଟିକେଟ ଚ।ଲ।ଣକ।ରୀ ଟିକଟଗୁଡ଼ିକୁ ବିକ୍ରୀ କରୁଥିବ। ବେଳେ ତ।ଙ୍କୁ ଧରିବ।ରେ ସଫଳ ହୋଇଥିଲା,’’ କହିଛନ୍ତି ଅଧିକାରୀ ଜଣକ ।

ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଏସଟିଏଫ ଟିମ ବାଲେଶ୍ୱର ଆରପିଏଫକୁ ହସ୍ତ।ନ୍ତର କରିଥିଲା । ଜଗନ୍ନ।ଥଙ୍କ ଠ।ରୁ ଜବତ ହୋଇଥିବ। ନଗଦ ୪,୧୦୦ ଟଙ୍କା ମଧ୍ୟ ହସ୍ତ।ନ୍ତର କରିଥିଲ। । ଏହି ଚଢ଼ାଉରେ ଆରପିଏଫ ଇନସପେକ୍ଟର କେ. ସମ।ଜଦ।ର, ଏଏସଆଇ ଏସ୍‌.ଆର୍‌. ମଲ୍ଲ।, ହାବିଲଦ।ର ଡି ଦ।ସ ଓ ବି ଭୋଇଙ୍କ ସମେତ ଅନ୍ୟମ।ନେ ସ।ମିଲ ଥିଲେ ।
First published: January 22, 2020, 11:58 PM IST