ଆଇ.ସି.ସି ମହିଳା ଉଦ୍ୟୋଗୀ ପରିଷଦ ଓ ଜୟ ଓଡ଼ିଶା ଅନୁଷ୍ଠାନର ମିଳିତ ପ୍ରୟାସ; ଆରମ୍ଭ ହେଲା 'ଦାନଲକ୍ଷ୍ମୀ'

ଆଇ.ସି.ସି ମହିଳା ଉଦ୍ୟୋଗୀ ପରିଷଦ ଓ ଜୟ ଓଡ଼ିଶାର ନିଆରା ପ୍ରୟାସ । ' ଦାନଲକ୍ଷ୍ମୀ ଉତ୍ସବ' ଆୟୋଜନ କରି ୩୦ ପରିବାରକୁ ଦିଆଗଲା ଆବଶ୍ୟକୀୟ ଉପକରଣ ।

ଆଇ.ସି.ସି ମହିଳା ଉଦ୍ୟୋଗୀ ପରିଷଦ ଓ ଜୟ ଓଡ଼ିଶା ଅନୁଷ୍ଠାନର ମିଳିତ ପ୍ରୟାସ; ଆରମ୍ଭ ହେଲା 'ଦାନଲକ୍ଷ୍ମୀ'

ଆଇ.ସି.ସି ମହିଳା ଉଦ୍ୟୋଗୀ ପରିଷଦ ଓ ଜୟ ଓଡ଼ିଶା ଅନୁଷ୍ଠାନର ମିଳିତ ପ୍ରୟାସ; ଆରମ୍ଭ ହେଲା 'ଦାନଲକ୍ଷ୍ମୀ'

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଆଇ.ସି.ସି ମହିଳା ଉଦ୍ୟୋଗୀ ପରିଷଦ ଓ ଜୟ ଓଡ଼ିଶାର ନିଆରା ପ୍ରୟାସ । ' ଦାନଲକ୍ଷ୍ମୀ ଉତ୍ସବ' ଆୟୋଜନ କରି ୩୦ ପରିବାରକୁ ଦିଆଗଲା ଆବଶ୍ୟକୀୟ ଉପକରଣ । ଆଇ.ସି.ସି ମହିଳା ଉଦ୍ୟୋଗୀ ପରିଷଦ, ଜୟ ଓଡ଼ିଶା ଓ ଭୁବନେଶ୍ୱର କ୍ଲବ ସହଯୋଗର ଭୁବନେଶ୍ୱରର ନାଗରିକଙ୍କ ପାଇଁ ଅବ୍ୟହୃତ ଘରୋଇ ସାମଗ୍ରୀ ଦାନ କରିବା ପାଇଁ ଦାନଲକ୍ଷ୍ମୀ ଏକ ସ୍ୱତନ୍ତ୍ର ପଦକ୍ଷେପ ଆରମ୍ଭ କରାଯାଇଛି ।



ଭୁବନେଶ୍ୱର କ୍ଲବ ପରିସରରେ ଏହି ଉଦଘାଟନୀ ଉତ୍ସବର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବେ ଭୁବନେଶ୍ୱର ମେୟର୍ ସୁଲୋଚନା ଦାସଙ୍କ ସମେତ ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ, ଜେଲ୍ ଡ଼ିଜି ତଥା ଆଇ.ପି.ଏସ୍ ମନୋଜ କୁମାର ଛାବ୍ରା, ମୋ କଲେଜ୍ ଅଧ୍ୟକ୍ଷ ଆକାଶ ଦାସନାୟକ ଓ ଆଇ.ସି.ସି ମହିଳା ଉଦ୍ୟୋଗୀ ପରିଷଦର ଆବାହକ ସ୍ବୀକୃତି ପଟ୍ଟନାୟକ, ରୁଦ୍ର ନାରାୟଣ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଏହି ନିଆରା ଉଦ୍ୟମର ପ୍ରଶଂସା କରିଥିଲେ ।

ଆୟୋଜକଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଅନେକ ବ୍ୟକ୍ତି ସମାଜର ଉନ୍ନତି ପାଇଁ ସହଯୋଗ କରିବାକୁ ଇଚ୍ଛୁକ ଅଛନ୍ତି । କିନ୍ତୁ ସେମାନେ କିପରି ଯୋଗଦାନ କରିବେ ଜାଣନ୍ତି ନାହିଁ । ଏହି ଚିନ୍ତାଧାରାକୁ ପାଥେୟ କରି, ଆଇ.ସି.ସି ମହିଳା ଉଦ୍ୟୋଗୀ ପରିଷଦ ଏବଂ ଜୟ ଓଡ଼ିଶା ଉତ୍ସର୍ଗୀକୃତ ସ୍ୱେଚ୍ଛାସେବୀମାନଙ୍କର ଏକ ସ୍ୱତନ୍ତ୍ର ଟିମ୍ ଉଦ୍ୟମ ଆରମ୍ଭ କରିଛନ୍ତି । ଧନଲକ୍ଷ୍ମୀ ହେଉଛି ଏଭଳି ଏକ କାର୍ଯ୍ୟକ୍ରମ ଯାହା ଜରିଆରେ ନିଜ ଆବଶ୍ୟକତା ଠାରୁ ଅଧିକ ଜିନିଷ ରଖିଥିବା ଲୋକମାନେ ଏହି ସାମଗ୍ରୀକୁ ଅନ୍ୟ ଆବଶ୍ୟକତା ଥିବା ଲୋକଙ୍କୁ ଦେଇପାରିବେ ।

ଉଦ୍ଘାଟନୀ ଉତ୍ସବରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ୩୦ରୁ ଅଧିକ ପରିବାରକୁ ଏହି ସାମଗ୍ରୀ ଗୁଡ଼ିକ ପ୍ରଦାନ କରାଯାଇଥିଲା । ଏହି ସାମଗ୍ରୀ ଭିତରେ ଅଛି, ପିଲାମାନଙ୍କ ପାଇଁ ପୋଷାକ, ଘରୋଇ ଜିନିଷ ଏବଂ ଖେଳନା ଇତ୍ୟାଦି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପକୃତ ହୋଇଥିବା ପରିବାରମାନେ କୃତଜ୍ଞତା ଜଣାଇବା ସହ ଆୟୋଜକଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ । ଏହି ଅବସରରେ ଆୟୋଜଙ୍କ ପକ୍ଷରୁ ଆସନ୍ତା ୧୫ ଦିନ ପାଇଁ ଦାନ ଲକ୍ଷ୍ମୀ ସଂଗ୍ରହ ଡ୍ରାଇଭ୍ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି । ଏହି ସମୟ ମଧ୍ୟରେ ଆୟୋଜକମାନେ ଜୟ ଓଡ଼ିଶାର ସ୍ୱେଚ୍ଛାସେବୀମାନଙ୍କ ସହିତ ଦାତାମାନଙ୍କଠାରୁ ଘରୋଇ ସାମଗ୍ରୀ ସଂଗ୍ରହ କରିବେ । ସେମାନେ ସଂଗୃହୀତ ସାମଗ୍ରୀ ଗୁଡ଼ିକୁ ପୃଥକ କରିବେ ଏବଂ ଏହା ଯେଭଳି ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିବ ସେନେଇ ମଧ୍ୟ ଉଦ୍ୟମ କରିବେ ।

ଏହି ଅବସରରେ ଯୋଗ ଆଇ.ସି.ସି ମହିଳା ଉଦ୍ୟୋଗୀ ପରିଷଦର ଆବାହକ ସ୍ୱୀକୃତି ପଟ୍ଟନାୟକ ଭୁବନେଶ୍ୱରବାସୀଙ୍କୁ ଏହିପରି ଏକ ପଦକ୍ଷେପକୁ ସମର୍ଥନ ଓ ଉତ୍ସାହ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ଯେ, ଦାନ ଲକ୍ଷ୍ମୀ କିଛି ନାଗରିକଙ୍କ ମୁହଁରେ ହସ ଆଣିବାପାଇଁ ଏକ ମାଧ୍ୟମ । ଏହି କାର୍ଯ୍ୟକ୍ରମ ଉନ୍ମୋଚନ ପୂର୍ବରୁ ମଧ୍ୟ ଏହି ପଦକ୍ଷେପକୁ ଅନେକ ସକରାତ୍ମକ ପ୍ରତିକ୍ରିୟା ମିଳି ପାରିଥିଲା । ଦାନ କରିବାପାଇଁ ଇଚ୍ଛୁକ ଥିବା ବ୍ୟକ୍ତି ବା ସଂସ୍ଥା ଦାନଲକ୍ଷ୍ମୀ ଟିମର ମୋବାଇଲ ନମ୍ବର ୯୮୫୩୨୨୦୦୨୩ ମାଧ୍ୟମରେ ଯୋଗାଯୋଗ କରିପାରିବେ ।
Published by:Soubhagya Mishra
First published: