ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Jobs Alert: ଓଡ଼ିଶାରେ ଅମିନ, RI ଓ ଫରେଷ୍ଟ ଗାର୍ଡ଼ ଆଦି ୨,୮୪୧ଟି ଖାଲି ପଦ ପାଇଁ ଆବେଦନ କରନ୍ତୁ

Jobs Alert: ଓଡ଼ିଶାରେ ଅମିନ, RI ଓ ଫରେଷ୍ଟ ଗାର୍ଡ଼ ଆଦି ୨,୮୪୧ଟି ଖାଲି ପଦ ପାଇଁ ଆବେଦନ କରନ୍ତୁ

Jobs alert for 2841 posts of ARI amin forest guard in Odisha | ଏହି ଆବେଦନ ପ୍ରକ୍ରିୟା ଅନଲାଇନରେ ହେବ । ୨,୮୪୧ଟି ଖାଲି ଥିବା ଗୃପ୍ ‘ସି’ ପଦ ପୂରଣ କରିବା ପାଇଁ ଏକ ମିଳିତ ନିଯୁକ୍ତି ପରୀକ୍ଷା ହେବ । ଏଥି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

Jobs Alert: ଓଡ଼ିଶାରେ ଅମିନ, RI ଓ ଫରେଷ୍ଟ ଗାର୍ଡ଼ ଆଦି ୨,୮୪୧ଟି ଖାଲି ପଦ ପାଇଁ ଆବେଦନ କରନ୍ତୁ
ଫରେଷ୍ଟ ଗାର୍ଡ଼ ପାଇଁ ମ୍ୟାଟ୍ରିକ୍ ପାସ୍ କିମ୍ବା ସମତୁଲ୍ୟ ପାଠ ହେଉଛି ସର୍ବନିମ୍ନ ଯୋଗ୍ୟତା ।
  • News18 Odia
  • Last Updated: October 1, 2021, 8:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଖାଲି ଥିବା ୨,୮୪୧ଟି ଅମିନ, ଆସିଷ୍ଟାଣ୍ଟ୍‌ ଆର୍‌.ଆଇ. ଓ ଫରେଷ୍ଟ ଗାର୍ଡ଼ ଆଦି ଖାଲି ପଦ ପୂରଣ କରିବା ପାଇଁ ସରକାର ଯୋଗ୍ୟ ପ୍ରାର୍ଥୀମାନଙ୍କଠାରୁ ଆବେଦନ ଲୋଡ଼ିଛନ୍ତି । ଓଡିଶା ସବ୍-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (Odisha Sub-ordinate Staff Selection Commission, OSSSC) ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି (Odisha government jobs)।

ଏହି ଆବେଦନ ପ୍ରକ୍ରିୟା ଅନଲାଇନରେ ହେବ । ୨,୮୪୧ଟି ଖାଲି ଥିବା ଗୃପ୍ ‘ସି’ ପଦ (Group C posts) ପୂରଣ କରିବା ପାଇଁ ଏକ ମିଳିତ ନିଯୁକ୍ତି ପରୀକ୍ଷା ହେବ । ଏଥି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଅକ୍ଟୋବର ୧ରେ ଆରମ୍ଭ ହୋଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | UPରେ BJP ସାଂସଦଙ୍କୁ ଗୋଡ଼େଇ ଗୋଡ଼େଇ ପିଟିବା ଘଟଣାରେ ଗିରଫ; VIDEO ଭାଇରାଲ ହୋଇଥିଲା

ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ୫୯ଟି ପରିସଂଖ୍ୟାନ କ୍ଷେତ୍ର ସର୍ବେକ୍ଷଣକାରୀ (Statistical Field Surveyor), ୫୭୬ଟି ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର (assistant revenue inspector), ୫୩୮ଟି ଅମିନ, ୮୦୬ଟି ଫରେଷ୍ଟ ଗାର୍ଡ ଓ ୩୯୨ଟି ଏକ୍ସାଇଜ୍ କନଷ୍ଟେବଳ ପଦ ପୂରଣ କରିବାକୁ ଏହି ପରୀକ୍ଷା କରାଉଛନ୍ତି ।

ଏହା ବି ପଢ଼ନ୍ତୁ | ବଙ୍ଗାଳୀ ଯୁବକ ଏକ କୋଟି ଟଙ୍କା ଲଟେରୀରେ ଜିତିଲେ, ଭୟରେ ଦୌଡ଼ି ଦୌଡ଼ି ଥାନାରେ ପହଞ୍ଚିଲେ

ପରିସଂଖ୍ୟାନ କ୍ଷେତ୍ର ସର୍ବେକ୍ଷଣକାରୀ ଓ ଅମିନମାନେ ମାସକୁ ୮,୭୫୦ ଟଙ୍କା ବେତନ ପାଇବେ । ଏ.ଆର୍‌.ଆଇ. ଫରେଷ୍ଟ ଗାର୍ଡ ଓ ଏକ୍ସାଇଜ୍ କନଷ୍ଟେବଳମାନେ ମାସକୁ ୮,୮୮୦ ଟଙ୍କା ଦରମା ପାଇବେ । ଏହି ସବୁ ପଦରେ ନିଯୁକ୍ତି ପ୍ରଥମେ ଚୁକ୍ତିଭିତ୍ତିକ ହେବ ଓ ପରେ ଓଡିଶା ଗୃପ୍-ସି ଓ ଗୃପ୍-ଡି ପୋଷ୍ଟସ୍ (ଚୁକ୍ତିନାମା ନିଯୁକ୍ତି) ନିୟମ, ୨୦୧୩ ଅନୁଯାୟୀ ନିଯୁକ୍ତିଗୁଡ଼ିକୁ ନିୟମିତ କରିବା ଉପରେ ବିଚାର କରାଯିବ ।

ଏହା ବି ପଢ଼ନ୍ତୁ | ନୂଆ ମୋବାଇଲ୍ ସିମ୍ ନେବାର ନିୟମ ବଦଳିଲା; ଜାଣନ୍ତୁ କେମିତି ଲୋକକୁ ଆଉ ମିଳିବ ନାହିଁ SIM କାର୍ଡ଼

ଶିକ୍ଷାଗତ ଯୋଗ୍ୟତା ?

ଫରେଷ୍ଟ ଗାର୍ଡ଼ ଓ ଏକ୍ସାଇଜ୍ କନଷ୍ଟେବଳଙ୍କ ପାଇଁ ମ୍ୟାଟ୍ରିକ୍ ପାସ୍‌ କିମ୍ବା ସମତୁଲ୍ୟ ପାଠ ହେଉଛି ସର୍ବନିମ୍ନ ଯୋଗ୍ୟତା । ପରିସଂଖ୍ୟାନ କ୍ଷେତ୍ର ସର୍ବେକ୍ଷଣକାରୀ, ଆସିଷ୍ଟାଣ୍ଟ ରାଜସ୍ୱ ନୀରିକ୍ଷକ (ଏ.ଆର୍‌.ଆଇ.) ଓ ଅମିନ ପଦ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା (୧୦ +୨) ହେଉଛି ସର୍ବନିମ୍ନ ଯୋଗ୍ୟତା ।

ଏହା ବି ପଢ଼ନ୍ତୁ | WhatsApp Pay: ଭଲ ଖବରଏବେ ହ୍ୱାଟ୍ସଆପରେ ଟଙ୍କା ପଠେଇଲେ ମିଳିବ କ୍ୟାଶବ୍ୟାକ୍

ବୟସ ସୀମା

କେବଳ ଫରେଷ୍ଟ ଗାର୍ଡ଼ ପଦ ପାଇଁ ବୟସ ସୀମା ହେଉଛି ୧୮ ବର୍ଷରୁ ୩୨ ବର୍ଷ । ଅନ୍ୟ ସବୁ ପଦ ପାଇଁ ବୟସ ସୀମା ୨୧ରୁ ୩୨ ବର୍ଷ ।

ଚୟନ ପ୍ରକ୍ରିୟା

ଏହି ପଦଗୁଡ଼ିକ ପାଇଁ ଚୟନ ପ୍ରକ୍ରିୟାରେ ଲିଖିତ ପରୀକ୍ଷା, ଶାରୀରିକ ମାନକ ମାପ ପରୀକ୍ଷା ଓ ଶାରୀରିକ ଦକ୍ଷତା ପରୀକ୍ଷା ହେବ । ସେହି ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

ଏହା ବି ପଢ଼ନ୍ତୁ | EPFO: ସୁପ୍ରିମ୍କୋର୍ଟଙ୍କ ଗୋଟିଏ ରାୟରେ ୩୦୦% ବଢ଼ିଯିବ ପେନସନ୍‌; ଜାଣନ୍ତୁ କେଉଁ ହିସାବରେ

ଆବେଦନର ଶେଷ ତାରିଖ

ଏହି ବିଜ୍ଞପ୍ତି ପାଇଁ ଅନଲାଇନ୍ ଆବେଦନ ଗ୍ରହଣ କରିବାର ଶେଷ ତାରିଖ ହେଉଛି ଅକ୍ଟୋବର ୨୧, ୨୦୨୧ । ସେହି ତାରିଖ ପରେ ସିଷ୍ଟମ୍ ସ୍ୱୟଂଚାଳିତ ଭାବରେ ଅକ୍ଷମ ହୋଇଯିବ ଓ ତା’ ପରେ ଏହି ପଦଗୁଡ଼ିକ ପାଇଁ ଆସିଥିବା କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ ବୋଲି କୁହାଯାଇଛି ।

ପରୀକ୍ଷା ଫିସ୍‌ କେତେ?
ପଦବୀ ପାଇଁ ଆବେଦଏହି ସବୁ ପଦ ପାଇଁ ଆବେଦନ କରିବା ପାଇଁ କୌଣସି ପରୀକ୍ଷା ଦେୟ (ଫିସଂ, fees) ଦେବାକୁ ପଡ଼ିବ ନାହିଁ । ଏହା ନିଃଶୁଳ୍କ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଦିଲ୍ଲୀରେ କୋର୍ଟ ଭିତରେ ଗୁଳି ଚଳାଇଲେ ଗ୍ୟାଙ୍ଗଷ୍ଟର୍; ଗ୍ୟାଙ୍ଗଷ୍ଟର୍ ମଲେ; ଆସିଲା VIDEO

କେମିତି ଆପ୍ଲାଇ କରିବେ

ଆୟୋଗର ପୂର୍ବ ନିଯୁକ୍ତି ପାଇଁ ପୂର୍ବରୁ ପଞ୍ଜୀକୃତ ହୋଇ ନ ଥିବା ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଆୟୋଗର ୱେବସାଇଟ୍ www.osssc.gov.in ର ମୂଳ ପୃଷ୍ଠାରେ ଥିବା “ପଞ୍ଜୀକରଣ” ବଟନ୍ ଉପରେ କ୍ଲିକ୍ କରି ଏହି ପଦ ପାଇଁ ପଞ୍ଜିକରଣ କରିବାକୁ ପଡି଼ବ। ଯେଉଁମାନେ ପୂର୍ବରୁ ପଞ୍ଜୀକୃତ ହୋଇଛନ୍ତି ଓ ୟୁଜର୍ ଆଇଡି ପାଇଛନ୍ତି, ସେମାନେ ଏହି ୱେବସାଇଟରେ ଆବେଦନକାରୀ ମେନୁରେ (Applicant Menu) ଥିବା "ପୁନଃପଞ୍ଜୀକରଣ" (Re-Registration) ବିକଳ୍ପ ଚୟନ କରି ଏହି ସବୁ ପଦ ପାଇଁ ଲଗ୍‌-ଇନ୍ କରିବେ ଓ ପୁନଃପଞ୍ଜିକରଣ କରିବେ । ତା’ପରେ ଅନଲାଇନ୍ ଆବେଦନ ଫର୍ମ ପୂରଣ କରି ଦାଖଲ କରିବାକୁ ପଡ଼ିବ ।
Published by: Anand S.T. Das
First published: October 1, 2021, 8:50 PM IST