ସମ୍ବଲପୁର: ବାପାଙ୍କ ଠେଙ୍ଗା ମାଡ଼ରେ ମଦ ପିଇବାକୁ ଟଙ୍କା ମାଗୁଥିବା ବେରୋଜଗାର ପୁଅର ମୃତ୍ୟୁ ହେଲା

ପରିବାରର ସବୁ ଠୁ ସାନ ହୋଇଥିବାରୁ ଅଧିକ ଗେହ୍ଲା ଥିଲା ଅସୀମ । ଅତ୍ୟଧିକ ସ୍ନେହ ପାଇ ସେ ଜିଦଖୋର୍ ହେବା ସହ ନିଶାଶକ୍ତ ବି ହୋଇଯାଇଥିଲା । ନିଜେ ରୋଜଗାର ନ କରି ମଦ ପାଇଁ ବାପାଙ୍କ ଠାରୁ ଟଙ୍କା ଦାବି କରୁଥିଲା ।

ସମ୍ବଲପୁର: ବାପାଙ୍କ ଠେଙ୍ଗା ମାଡ଼ରେ ମଦ ପିଇବାକୁ ଟଙ୍କା ମାଗୁଥିବା ବେରୋଜଗାର ପୁଅର ମୃତ୍ୟୁ ହେଲା
ମଦ ପିଇବାକୁ ଟଙ୍କା ନ ପାଇଲେ ଘରେ ଥିବା ପାଳିତ ଛେଳି ବି ଅସୀମ ବିକ୍ରି କରି ଦେଉଥିଲା ।
  • News18 Odia
  • Last Updated: June 10, 2020, 12:21 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ଜିଲ୍ଲାର ବାମରା ବ୍ଲକ ଗଡଡପୋଷ ଫାଣ୍ଡି ଅନ୍ତର୍ଗତ ବଡଡଖଲିଆ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ମଦ ପିଇବାକୁ ବେରୋଜଗାର ପୁଅ ଘରେ ଟଙ୍କା ମାଗି ଝଗଡ଼ା କରୁଥିବା ବେଳେ ଏଥିରେ ଅତିଷ୍ଠ ହୋଇ ତା’ ବାପା ତାକୁ ଏକ ଠେଙ୍ଗାରେ ପିଟିବାରୁ ସେ ତଳେ ପଡ଼ିଯାଇଥିଲା ଓ ତା’ର ମୃତ୍ୟୁ ହୋଇଥିଲା । ଏହି ଅପରାଧ ପାଇଁ ଯୁବକର ବାପା ଜେମ୍ସ ତିର୍କୀଙ୍କୁ ଗିରଫ କରାଯାଇଛି । ରବିବାର ରାତିରେ ଘଟିଛି ଏହି ଘଟଣା ।

ଗଡ଼ପୋଷ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡଡଖଲିଆ ଗ୍ରାମ ନିବାସୀ  ୪୫ ବର୍ଷୀୟ ଜେମ୍ସ ତିର୍କୀଙ୍କ ପ୍ରଥମ ପତ୍ନୀଙ୍କ ଠାରୁ ଦୁଇଟି ଝିଅ ଓ ଗୋଟିଏ ପୁଅ ହେବା ପରେ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା । ଦ୍ଵିତୀୟ ପତ୍ନୀଙ୍କ ଔରସରୁ ଜନ୍ମ ହୋଇଥିବା ଅସୀମ ତିର୍କୀଙ୍କର ମୃତ୍ୟୁ ଘଟିଛି ନିଜ ପିତାଙ୍କ ଆକ୍ରମଣରେ ।

ପୋଲିସର ତଦନ୍ତ ଓ ଗ୍ରାମବାସୀଙ୍କ କହିବା ଅନୁସାରେ ଅସୀମ ପରିବାରର ସବୁ ଠୁ ସାନ ହୋଇଥିବାରୁ ପରିବାର ସଦସ୍ୟଙ୍କ ଅଧିକ ଗେହ୍ଲା ଥିଲେ । ପରିବାର ଲୋକଙ୍କ ଠାରୁ ଅତ୍ୟଧିକ ସ୍ନେହ ପାଇ ସେ ଜିଦଖୋର୍‌ ହେବା ସହ ନିଶାର ବଶବର୍ତ୍ତୀ ବି ହୋଇଯାଇଥିଲେ ଓ ଅଧିକାଂଶ ସମୟରେ ମଦ ନିଶାରେ ଚୁର ରହୁଥିଲେ ।

ଅସୀମର ବାପା ଜେମ୍ସ ତିର୍କୀ


ଅସୀମ ବିନା ରୋଜଗାରରେ ମଦ ପାଇଁ ବାପାଙ୍କ ଠାରୁ ଟଙ୍କା ଦାବି କରୁଥିଲେ । ଟଙ୍କା ନ ପାଇଲେ ଘରେ ଥିବା ପାଳିତ ଛେଳି ମଧ୍ୟ ସେ ବିକ୍ରି କରି ଦେଉଥିବା ଅଭିଯୋଗ ହୋଇଆସୁଥିଲା । ପ୍ରତି ଦିନ ଘରେ ମଦ ନିଶାରେ ଗଣ୍ଡଗୋଳ କରୁଥିବାରୁ ପରିବାର ଲୋକେ ଅତିଷ୍ଠ ହୋଇ ପଡ଼ିଥିଲେ । ରବିବାର ରାତିରେ ପୁଣି ମଦ ପିଇବାକୁ ନେଇ ଘରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା ।

ପ୍ରତ୍ୟକ୍ଷଦର୍ଶୀମାନେ ପୋଲିସକୁ ଦେଇଥିବା ବୟାନ ଅନୁସାରେ ମଦ ନିଶାରେ ଚୁର୍ ହୋଇ ଅସୀମ ଘରେ ପାଟିତୁଣ୍ଡ ଆରମ୍ଭ କରିଦେଇଥିଲା । ମା’ ଓ ଭଉଣୀ ତାକୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବାରୁ ତା’ ବାପା ହସ୍ତକ୍ଷେପ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଉତ୍କ୍ଷିପ୍ତ ହୋଇ ବାପା ଜେମ୍ସ ତିର୍କୀ ଏକ ଠେଙ୍ଗାରେ ତାକୁ ପ୍ରହାର କରିଥିଲେ ଓ ଧକ୍କା ଦେବା ଫଳରେ ଅସୀମ ତଳେ କଚାଡ଼ି ହୋଇ ପଡ଼ିଥିଲା । ପଡ଼ିବାବେଳେ ଏକ ପଥରରେ ଅସୀମର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଘଟଣା ସ୍ଥଳରେ ହିଁ ସେ ମୃତ୍ୟୁ ବରଣ କରିଥିଲା ।

ଖବର ପାଇ କୁଚିଣ୍ଡା ଉପଖଣ୍ଡ ପୋଲିସ ଅଧିକାରୀ ରାଜକିଶୋର ମିଶ୍ର ଓ ଗୋବିନ୍ଦପୁର ଥାନା ଅଧିକାରୀ ପ୍ରତାପ ରଣା ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲେ । ଅଭିଯୁକ୍ତ ବାପାକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଠେଙ୍ଗା ଓ ପଥର ଜବତ କରିଥିଲେ । ସାଇଣ୍ଟିଫିକ ଟିମ ବି ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲା ।

‘‘ପାରିବାରିକ ଗଣ୍ଡଗୋଳରୁ ଏହି ହତ୍ୟାକାଣ୍ଡ ଘଟିଥିବା ତଦନ୍ତରୁ ଜଣା ପଡ଼ିଛି । ଅଭିଯୁକ୍ତ ଜେମ୍ସକୁ ଗୋବିନ୍ଦପୁର ଥାନା କେଶ ସଂଖ୍ୟା ୮୨/୨୦ରେ ଧାରା ୩୦୨ ଲଗାଇ ଗିରଫ କରି କୋର୍ଟ ଚାଲାଣ କରାଯାଇଛି,’’ କହିଛନ୍ତି ଗୋବିନ୍ଦପୁର ଥାନା ଅଧିକାରୀ ପ୍ରତାପ ରଣା । ବାପର ଠେଙ୍ଗା ମାଡ଼ରେ ପୁଅର ମୃତ୍ୟୁ ହେବା ଓ ବାପା ଗିରଫ ହେବା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ବାମରାରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଏହା ବି ପଢ଼ନ୍ତୁ: 

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 10, 2020, 12:21 AM IST