ଜିତେନ୍ଦ୍ର ପାଇଲେ ନୂଆ ଜୀବନ; ତାମିଲନାଡୁ ନୁହେଁ ଏବେ ଓଡ଼ିଶାରେ ଚାଲିଛି ଚିକିତ୍ସା

ସଠିକ୍ ଚିକିତ୍ସା ଅଭାବରୁ ସଙ୍କଟରେ ପଡ଼ିଥିଲା ଜିତେନ୍ଦ୍ରଙ୍କ ଜୀବନ । ଅସୁବିଧା ସମୟରେ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର । ତାମିଲନାଡୁରୁ ଆସି ଓଡ଼ିଶାରେ ଚିକିତ୍ସା ସେବା ପାଇଲେ ଜିତେନ୍ଦ୍ର।

ଜିତେନ୍ଦ୍ର ପାଇଲେ ନୂଆ ଜୀବନ; ତାମିଲନାଡୁ ନୁହେଁ ଏବେ ଓଡ଼ିଶାରେ ଚାଲିଛି ଚିକିତ୍ସା

ଜିତେନ୍ଦ୍ର ପାଇଲେ ନୂଆ ଜୀବନ; ତାମିଲନାଡୁ ନୁହେଁ ଏବେ ଓଡ଼ିଶାରେ ଚାଲିଛି ଚିକିତ୍ସା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ଵର: ସଠିକ୍ ଚିକିତ୍ସା ଅଭାବରୁ ସଙ୍କଟରେ ପଡ଼ିଥିଲା ଜିତେନ୍ଦ୍ରଙ୍କ ଜୀବନ । ଅସୁବିଧା ସମୟରେ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର । ତାମିଲନାଡୁରୁ ଆସି ଓଡ଼ିଶାରେ ଚିକିତ୍ସା ସେବା ପାଇଲେ ଜିତେନ୍ଦ୍ର ।

ଜିତେନ୍ଦ୍ର ଭାବିନଥିଲେ କି ତାଙ୍କୁ ତାମିଲନାଡୁରୁ ଓଡ଼ିଶା ଅଣାଜିବ ଏବଂ ଉତ୍ତମ ଚିକିତ୍ସା ପାଇବେ । ସେ ମନରେ ସ୍ଥିର କରି ନେଇଥିଲେ ତାଙ୍କ ଜୀବନର ସବୁ ସୁଖ ଏଇଠି ସରିଯିବ । ସବୁ ସ୍ୱପ୍ନ ଧୂଳିସାତ ହୋଇଯିବ। ଆଉ ପରିବାରର କାହାକୁ ଦେଖି ପାରିବେନି । ଗୋଟିଏ ଅଘଟଣ ତାଙ୍କ ଜୀବନରେ ଶେଷ ପୂର୍ଣ୍ଣଚ୍ଛେଦ ପକାଇଦେବ । କେବଳ ସେତିକି ନୁହେଁ ଘରର ପୁଅ ଝିଅ ବାପା ଭାବରେ ତାଙ୍କ ଉପରେ ଯେଉଁ ଆଶା ଓ ଭରସା ରଖିଥିଲେ ତାହା ଆଉ ପୂରଣ ହୋଇ ପାରିବ ନାହିଁ ।

ସୂଚନାନୁସାରେ,  ନୟାପଲ୍ଲୀ ଅଞ୍ଚଳର ୩୪ବର୍ଷିୟ ଜିତେନ୍ଦ୍ର ପ୍ରଧାନ ସପ୍ତାହେ ପୂର୍ବରୁ ରେଳ ଦୁର୍ଘଟଣାର ସମ୍ମୁଖୀନ ହୋଇ ଭେଲ୍ଲୋରସ୍ଥିତ ଏକ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗି ଭାଙ୍ଗିଯାଇଥିଲା । ବଡ଼ ଭାଇ ହସ୍ପିଟାଲରେ ପହଞ୍ଚି ତାଙ୍କୁ ଦେଖିବା ପରେ ସେଠାରେ ଭଲ ଚିକିତ୍ସା ହେଉନଥିବାର ଅନୁଭବ କରିଥିଲେ । ପରେ ଜିତେନ୍ଦ୍ରଙ୍କୁ ଭୁବନେଶ୍ଵର ନେଇ ଏମ୍ସ ହସ୍ପିଟାଲରେ ଚିକିତ୍ସା କରାଇବା ପାଇଁ ମନସ୍ଥ କରିଥିଲେ । ପରିବାର ବର୍ଗ ଆର୍ଥିକ ଚାପରେ ଥିବାରୁ ଯାତାୟାତ ସହାୟତା ଯୋଗାଇ ଦେବା ପାଇଁ ଓଡ଼ିଶା ମୋ ପରିବାର ସଦସ୍ୟ ଶ୍ରୀମତୀ ଭାରତୀ ସିଂହଙ୍କୁ ଅନୁରୋଧ କରିଥିଲେ । ଶ୍ରୀମତୀ ଭାରଚତୀ ସିଂହ ଏ ସମ୍ପର୍କରେ ଭୁବନେଶ୍ୱର ଉତ୍ତର ବିଧାୟକ ତଥା ଓଡ଼ିଶା ମୋ ପରିବାର ସଦସ୍ୟ ଶ୍ରୀ ସୁଶାନ୍ତ ରାଉତଙ୍କୁ ଜଣାଇଥିଲେ । ପରେ ଶ୍ରୀମତି ଭାରତୀ ସିଂହ ଓ ଶ୍ରୀ ସୁଶାନ୍ତ  ରାଉତ ଓଡ଼ିଶା ମୋ ପରିବାର ଆବାହକଙ୍କ ସହ ଘଟଣା ବିଷୟରେ ଆଲୋଚନା କରିଥିଲେ ।

ଓଡ଼ିଶା ମୋ ପରିବାର ଆବାହକଙ୍କ ନିର୍ଦ୍ଦେଶନାରେ ତୁରନ୍ତ ପଦକ୍ଷେପ ନିଆଯାଇ ତାଙ୍କୁ ଭେଲ୍ଲୋରରୁ ଭୁବନେଶ୍ଵର ଅଣାଯାଇଥିଲା । ଶ୍ରୀମତୀ ଭାରତୀ ସିଂହଙ୍କ ସମେତ ଓଡ଼ିଶା ମୋ ପରିବାର ଟିମ୍ ଭୁବନେଶ୍ୱର ରେଳ ଷ୍ଟେସନରେ ଉପସ୍ଥିତ ରହି ତାଙ୍କୁ ଆମ୍ବୁଲାନ୍ସରେ ଏମ୍ସ ହସ୍ପିଟାଲ ପଠାଇବାକୁ ବ୍ୟବସ୍ଥା କରିଥିଲେ । ଏଭଳି ସଙ୍କଟମୟ ପରିସ୍ଥିତିରେ ଜିତେନ୍ଦ୍ରଙ୍କ ପରିବାରବର୍ଗଙ୍କୁ ସହାୟତା ଯୋଗାଇ ଦେଇଥିବାରୁ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।
Published by:Soubhagya Mishra
First published: