ଜିଓର ସବୁଠୁ ଶସ୍ତା ପ୍ଲାନ! ମାତ୍ର ୧୨୯ ଟଙ୍କା ରିଚାର୍ଜରେ ପାଆନ୍ତୁ ମାସେ ପର୍ଯ୍ୟନ୍ତ ଅନଲିମିଟେଡ଼ ଫ୍ରି କଲ୍; ଡାଟା ମଧ୍ୟ ମିଳିବ..

ଜିଓ ନିଜର ଅତି ଶସ୍ତା ପ୍ଲାନରେ ମଧ୍ୟ ମାଗଣା କଲିଂର ସୁବିଧା ଦେଇଥାଏ । ଜିଓର ଏହିପରି ଏକ ଟାରିଫ ପ୍ଲାନ ୧୨୯ ଟଙ୍କାର ରହିଛି । ଯେଉଁଥିରେ ଅନଲିମିଟେଡ଼ ଫ୍ରି କଲିଂର ସମେତ ଡାଟା ମଧ୍ୟ ମିଳିଥାଏ ।

ଜିଓର ସବୁଠୁ ଶସ୍ତା ପ୍ଲାନ! ମାତ୍ର ୧୨୯ ଟଙ୍କା ରିଚାର୍ଜରେ ପାଆନ୍ତୁ ମାସେ ପର୍ଯ୍ୟନ୍ତ ଅନଲିମିଟେଡ଼ ଫ୍ରି କଲ୍; ଡାଟା ମଧ୍ୟ ମିଳିବ..
ଜିଓର ସବୁଠୁ ଶସ୍ତା ପ୍ଲାନ!
  • News18 Odia
  • Last Updated: February 18, 2021, 3:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ରିଲାଏନ୍ସ ଜିଓର (Reliance Jio) ଶସ୍ତା ପ୍ଲାନ ତାଲିକାରେ ଅନେକ ଭଲ ବିକଳ୍ପ ଅଛି । ଗ୍ରାହକଙ୍କ ସୁବିଧା ପାଇଁ କମ୍ପାନୀ ଏକରୁ ଅଧିକ ପ୍ଲାନ ପ୍ରଦାନ କରେ । କମ୍ପାନୀ ଗ୍ରାହକଙ୍କୁ ପାଖାପାଖି ୧୦୦ ଟଙ୍କା ମୂଲ୍ୟର ପ୍ଲାନ ମଧ୍ୟ ପ୍ରଦାନ କରିଥାଏ । ବିଶେଷ କଥା ହେଉଛି କଲିଂ ଠାରୁ ଆରମ୍ଭ କରି ଇଣ୍ଟରନେଟ୍ ଡାଟା ପର୍ଯ୍ୟନ୍ତ, ଜିଓ କମ୍ ମୂଲ୍ୟରେ ସମସ୍ତ ପ୍ରକାରର ସୁବିଧା (jio free calling benefits) ପ୍ରଦାନ କରେ । ଯଦି ଆପଣଙ୍କର ବଜେଟ୍ କମ୍ ଓ ଆପଣ ଅଧିକ ଲାଭ ଚାହୁଁଛନ୍ତି, ତେବେ Jio ୧୨୯ ର ଶସ୍ତା ରିଚାର୍ଜ ଯୋଜନାରେ ଅନେକ ସୁବିଧା ପାଇ ପାରିବେ । ଜାଣନ୍ତୁ ଜିଓର ୧୨୯ ଟଙ୍କା ପ୍ଲାନର ସମ୍ପୂର୍ଣ୍ଣ ସୂଚନା ଓ ଏହାର ଲାଭ ବିଷୟରେ ...

ଜିଓର ଏକ ଶସ୍ତା ପ୍ଲାନ ମଧ୍ୟରୁ ଏହି ୧୨୯ ପ୍ଲାନ ରହିଛି । ଯେଉଁଥିରେ ଉପଭୋକ୍ତାମାନେ ୨୮ ଦିନର ବୈଧତା ପାଇଥାନ୍ତି । ଗ୍ରାହକମାନେ କେବଳ ୧୨୯ ଟଙ୍କା ରିଚାର୍ଜ କରି ମୋଟ ୨GB ଡାଟାର ଲାଭ ପାଇପାରିବେ । କମ୍ପାନୀର ଏହି ପ୍ଲାନକୁ 'ସୁଲଭ ପ୍ୟାକ୍' (Affordable Packs) ବର୍ଗରେ ରଖିଛି । ଏଥିରେ ଗ୍ରାହକମାନେ ୨୮ ଦିନରେ ମୋଟ ୨GB ଡାଟା ବ୍ୟବହାର କରିବାର ସୁଯୋଗ ପାଇଥାନ୍ତି ।

ଏହା ବ୍ୟତୀତ ୧୨୯ ଟଙ୍କା ପ୍ଲାନରେ ୩୦୦ ଏସଏମଏସର ଅବଶିଷ୍ଟ ଲାଭ ମଧ୍ୟ ପ୍ରତିଦିନ ଗ୍ରାହକଙ୍କୁ ଦିଆଯାଉଛି ।



୧୨୯ ଟଙ୍କା ପ୍ଲାନରେ ଫ୍ରି କଲିଂ ସୁବିଧା ମଧ୍ୟ ମିଳୁଛି..
କେବଳ ଏତିକି ନୁହେଁ ଜିଓ ଏହାର ବ୍ୟବହାରକାରୀଙ୍କୁ Jio ଆପ୍ସକୁ ମାଗଣା ଆକ୍ସେସ୍ ଦେଉଛି । ଏହା କଲିଂ ପାଇଁ, ଜିଓ-ଟୁ-ଜିଓ ଏହି ପ୍ଲାନରେ ମାଗଣା ଅସୀମିତ କଲିଂ ରହିଛି ଓ ଯଦି ଗ୍ରାହକମାନେ ଅନ୍ୟ ନେଟୱାର୍କକୁ କଲ କରିବାକୁ ଚାହାଁନ୍ତି ତେବେ ଏଠାରେ ଅସୀମିତ କଲିଂର ସୁବିଧା ମଧ୍ୟ ମିଳୁଛି ।

(ପ୍ରତ୍ୟାଖ୍ୟାନ: ନ୍ୟୁଜ୍ ୧୮ ଓଡ଼ିଆ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କମ୍ପାନୀ ନେଟୱାର୍କ ୧୮ ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ୍ ର ଏକ ଅଂଶ .. ନେଟୱାର୍କ ୧୮ ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ୍ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକାନା ଅଟେ ।)
Published by: Jagdish Barik
First published: February 18, 2021, 3:27 PM IST