News18 Odia Digital
ନୂଆ ଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଡେଡ଼ର (Reliance Industries Limited) ୪୪ତମ ବାର୍ଷିକ ସାଧାରଣ ସଭାରେ (Reliance AGM 2021) କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ (Reliance CMD Mukesh Ambani) ଦୃଢ଼ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ କେବଳ ରିଲାଏନ୍ସ ଜିଓ (Reliance Jio) ଦେଶରେ 5G ଆରମ୍ଭ କରିବ ।
ଅତ୍ୟାଧୁନିକ ଷ୍ଟାଣ୍ଡଏଲୋନ୍ 5G ଟେକ୍ନୋଲୋଜିର (5G technology) ବିକାଶରେ ରିଲାଏନ୍ସ ଜିଓ ଅତୁଳନୀୟ ସଫଳତା ହାସଲ କରିଛି, ଯାହା ୱାୟରଲେସ୍ ବ୍ରୋଡବ୍ୟାଣ୍ଡ ପାଇଁ ଏକ ବଡ଼ ପ୍ରଗତି ବୋଲି ସେ କହିଛନ୍ତି । ଅମ୍ବାନୀ ଆହୁରି କହିଛନ୍ତି ଯେ 5Gର ପରୀକ୍ଷଣ ସମୟରେ ଜିଓ ସଫଳତାର ସହିତ 1Gbpsରୁ ଅଧିକ ବେଗ ହାସଲ କରିଛି । ସି.ଏମ୍.ଡି. ମୁକେଶ ଅମ୍ବାନୀ ଜିଓର ‘ମେଡ୍ ଇନ୍ ଇଣ୍ଡିଆ’ ସମାଧାନକୁ ବିଶ୍ୱସ୍ତରୀୟ ବୋଲି ବର୍ଣ୍ଣନା କରିଛନ୍ତି ।
ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଗୋଟି ଗୋଟି କରି ୪ ଛୁଆ ଓ ସ୍ତ୍ରୀକୁ ହାଣିଲା, ନିଜ ତଣ୍ଟି କାଟିଲା; ଗୋଟିଏ ପିଲା ଓ ବାପା ମଲେ
ନିକଟରେ 5G ପରୀକ୍ଷଣ କରିବାକୁ କମ୍ପାନୀଗୁଡିକୁ ଆବଶ୍ୟକ ହେଉଥିବା ସ୍ପେକ୍ଟ୍ରମ୍ ଦିଆଯାଇଥିଲା । ଦିଲ୍ଲୀ ଓ ମୁମ୍ବାଇ ସମେତ ଅନେକ ସହରରେ ଜିଓ 5G ଟେକ୍ନୋଲୋଜି ପରୀକ୍ଷା କରୁଛି । ମୁକେଶ ଅମ୍ବାନୀ କହିଛନ୍ତି ଯେ ସାରା ଦେଶରେ ଥିବା ଡାଟା ସେଣ୍ଟରରେ 5G ଷ୍ଟାଣ୍ଡଏଲୋନ ନେଟୱାର୍କ ସ୍ଥାପନ କରାଯାଇଛି ଓ ରିଲାଏନ୍ସ ଜିଓର ଦୃଢ଼ ନେଟୱାର୍କ ସ୍ଥାପତ୍ୟ (network architecture) ଯୋଗୁଁ 4Gରୁ 5Gକୁ ନବୀକରଣ ସହଜରେ ହୋଇପାରିବ ।
ଏହା ବି ପଢ଼ନ୍ତୁ | ୬ ମାସ ପରେ ଜେଲ୍ରୁ ବାହାରିବା ବେଳେ BJD ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମୁହଁରେ ହସ ନ ଥିଲା
ଜିଓ ସର୍ବୋତ୍ତମ ଆପ୍ ବିକାଶ କରିବ
ଆତ୍ମନିର୍ଭରଶୀଳ ଭାରତ ବିଷୟରେ ସୂଚନା ଦେଇ ରିଲାଏନ୍ସ ସି.ଏମ୍.ଡି. ମୁକେଶ ଅମ୍ବାନୀ କହିଛନ୍ତି ଯେ 5G ଇକୋସିଷ୍ଟମର ବିକାଶ ପାଇଁ ଏହି କମ୍ପାନୀ ଅଗ୍ରଣୀ ବିଶ୍ୱସ୍ତରୀୟ ଅଂଶୀଦାରମାନଙ୍କ ସହିତ 5G ଉପକରଣର ସମ୍ପୂର୍ଣ୍ଣ ପରିସର ବିକାଶ କରୁଛୁ । ସ୍ୱାସ୍ଥ୍ୟ ସେବା, ଶିକ୍ଷା, ମନୋରଞ୍ଜନ, ଖୁଚୁରା କାରବାର ଓ ଅର୍ଥନୀତି ପାଇଁ ଜିଓ ସର୍ବୋତ୍ତମ ଆପ୍ ବିକଶିତ କରିବ ବୋଲି ସେ କହିଛନ୍ତି । ଏହାର ଏକ ଉଦାହରଣ ହେଉଛି ଅତ୍ୟାଧୁନିକ 5G ସଂଯୁକ୍ତ ଆମ୍ବୁଲାନ୍ସ, ଯାହାକୁ ସାର୍ ଏଚ୍.ଏନ୍. ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ୍ ସହିତ ମିଳିତ ଭାବରେ ରିଲାଏନ୍ସ ଜିଓ ବିକାଶ କରୁଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ରାୟଗଡ଼ାରେ ଜଣେ ଯୁବତୀକୁ ଦୁଇ ଯୁବକ ପ୍ରେମ କଲେ; ଈର୍ଷାରେ ଜଣେ ଅନ୍ୟକୁ ହତ୍ୟା କରି ପୋତିଦେଲା
ଜିଓ ଭାରତକୁ 5Gର ବିକାଶ ଓ ରପ୍ତାନି ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବାକୁ ଚେଷ୍ଟା କରିବ । ଜିଓର 5G ସମାଧାନ ଭାରତ ସ୍ତରରେ ସଫଳ ହେଲେ, ଏହାକୁ ବିଶ୍ୱର ଅନ୍ୟ ଦେଶକୁ ରପ୍ତାନି କରିବାର ସମ୍ଭାବନା ବୃଦ୍ଧି ପାଇବ । ମୁକେଶ ଅମ୍ବାନୀ ଏହା ବି କହିଛନ୍ତି ଯେ ଜିଓ 5G ସହିତ ଆର୍ଟଫିସିଆଲ୍ ଇଣ୍ଟେଲିଜେନ୍ସ (AI / ML) ଓ ବ୍ଲକଚେନ୍ (Blockchain) ପରି ଅତ୍ୟାଧୁନିକ ଟେକ୍ନୋଲୋଜିରେ ବି ପାରଦର୍ଶୀତା ହାସଲ କରିଛି ।
(
ଡିସକ୍ଲେମର୍: News18 Odia Digital ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।