Jio ବିଶ୍ୱ ସ୍ତରରେ ପଞ୍ଚମ ସୁଦୃଢ଼ ବ୍ରାଣ୍ଡ୍ ବିବେଚିତ ହେଲା; ଆପଲ୍, ଆମାଜନ୍, ଡିଜ୍ନି ଠାରୁ ଆଗରେ
ଟେଲିକମ୍ କ୍ଷେତ୍ରରେ ଜିଓ ବ୍ରାଣ୍ଡର ବିଶେଷ କିଛି ଦୁର୍ବଳତା ନାହିଁ ଓ ବିଶ୍ୱର ଅନ୍ୟ ଟେଲିକମ୍ ବ୍ରାଣ୍ଡଗୁଡ଼ିକ ତୁଳନାରେ ଜିଓ ପ୍ରଦର୍ଶିତ କରିଛି ଯେ ଏହା ଚିରାଚରିତ ଢାଞ୍ଚାକୁ ବଦଳାଇଛି ଏବଂ ଗ୍ରାହକମାନଙ୍କ ବାସ୍ତବ ଭଲ ପାଇବା ଉପଭୋଗ କରୁଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି
- News18 Odia
- Last Updated: January 28, 2021, 9:04 PM IST
ମୁମ୍ବାଇ: ରିଲାଏନ୍ସ ଜିଓ (Reliance jio) ପ୍ରଥମ ଥର ପାଇଁ ରାଙ୍କିଙ୍ଗ୍ରେ ପ୍ରବେଶ କରି ବିଶ୍ୱର ପଞ୍ଚମ ସୁଦୃଢ଼ ବ୍ରାଣ୍ଡର ମାନ୍ୟତା (ଟାଇଟଲ୍) ହାସଲ କରିଛି । ଭାରତର ଏହି ଅଗ୍ରଣୀ ଟେଲିକମ୍ କମ୍ପାନିର ବି.ଏସ୍.ଆଇ. ସ୍କୋର୍ ୧୦୦ରୁ ୯୧.୭ ରହିଛି ଏବଂ ଏହାକୁ ଏଲିଟ୍ (ସଂଭ୍ରାନ୍ତ) ଏଏଏ+ ବ୍ରାଣ୍ଡ୍ ଦୃଢ଼ତା ରେଟିଂ ମିଳିଛି ।
୨୦୧୬ରେ ସ୍ଥାପିତ ହେବା ସତ୍ତ୍ୱେ ଜିଓ ଦ୍ରୁତ ଗତିରେ ଭାରତର ସର୍ବବୃହତ ମୋବାଇଲ୍ ନେଟୱର୍କ ଅପରେଟର ଓ ସାରା ବିଶ୍ୱରେ ତୃତୀୟ ବୃହତ ମୋବାଇଲ୍ ନେଟୱର୍କ ଅପରେଟର ହେବାର ଗୌରବ ହାସଲ କରିଛି । କମ୍ପାନି ପାଖରେ ୪୦ କୋଟିରୁ ଅଧିକ ଗ୍ରାହକ ରହିଛନ୍ତି ।
ଏହା ବି ପଢ଼ନ୍ତୁ | ଜେଲ୍ରେ ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟ; ଭେଟିବାକୁ ଆସିଲେ ପତ୍ନୀ ରାବିଡ଼ି ଦେବୀ, ପୁଅ ତେଜସ୍ୱୀ ଓ ମିସା
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଭୁବନେଶ୍ୱର ରମାଦେବୀ ବିଶ୍ବବିଦ୍ୟାଳୟରେ ପଢ଼ୁଥିଲେ ମୟୂରଭଞ୍ଜର ଝିଅ; ତାଙ୍କ ଶବ ମିଳିଲା ଯାଜପୁରରେ
ସମସ୍ତ ମାନକରେ ଜିଓ ଉଚ୍ଚତମ ସ୍କୋର ହାସଲ କରିଛି – ବିଚାର ରୂପାନ୍ତରିତ କରିବା, ଖ୍ୟାତି ବା ଲୋକପ୍ରିୟତା, ସୁପାରିସ, ୱାର୍ଡ ଅଫ୍ ମାଉଥ୍ (ଲୋକମୁଖରେ ପ୍ରଚାର), ନବସୃଜନ, ଗ୍ରାହକ ସେବା ଏବଂ ଅର୍ଥର ଉଚିତ ମୂଲ୍ୟ (ଭାଲ୍ୟୁ ଫର ମନି) କ୍ଷେତ୍ରରେ ଏହା ଭାରତରେ ପ୍ରତିଦ୍ୱନ୍ଦ୍ୱୀ ଅପରେଟରମାନଙ୍କ ତୁଳନାରେ ଉଚ୍ଚ ସ୍କୋର ହାସଲ କରିଛି ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଯାଜପୁରରେ ଦୁଇ ଜଣ ଯୁବତୀ ପରସ୍ପରକୁ ବାହା ହେଲେ; ପରିବାର ଡରରେ ଥାନାକୁ ଆସିଲେ
ଟେଲିକମ୍ କ୍ଷେତ୍ରରେ ଜିଓ ବ୍ରାଣ୍ଡର ବିଶେଷ କିଛି ଦୁର୍ବଳତା ନାହିଁ ଓ ବିଶ୍ୱର ଅନ୍ୟ ଟେଲିକମ୍ ବ୍ରାଣ୍ଡଗୁଡ଼ିକ ତୁଳନାରେ ଜିଓ ପ୍ରଦର୍ଶିତ କରିଛି ଯେ ଏହା ଚିରାଚରିତ ଢାଞ୍ଚାକୁ ବଦଳାଇଛି ଏବଂ ଗ୍ରାହକମାନଙ୍କ ବାସ୍ତବ ଭଲ ପାଇବା ଉପଭୋଗ କରୁଛି ।
ବ୍ରାଣ୍ଡର ଦୃଢ଼ତା ଦୃଷ୍ଟିରୁ ସମ୍ପୂର୍ଣ୍ଣ ଅଲଗା ପ୍ରତୀୟମାନ ହେବା ସହିତ ଟେଲିକମ୍ ଶିଳ୍ପର ନକାରାତ୍ମକ ଧାରାକୁ ପ୍ରତିହତ କରି ୫୦% ବୃଦ୍ଧି ସହ ୪.୮ ବିଲିଅନ୍ ଡଲାର ମୂଲ୍ୟରେ ରହି ଜିଓ ବ୍ରାଣ୍ଡ୍ ମୂଲ୍ୟ ଦୃଷ୍ଟିରୁ ଟେଲିକମ୍ ଶିଳ୍ପ ରାଙ୍କିଙ୍ଗ୍ରେ ଦ୍ରୁତ ଅଭିବୃଦ୍ଧିଶୀଳ ଏକ ବ୍ରାଣ୍ଡ୍ ହୋଇଛି ।