ଜିଓର ସବୁଠୁ ଶସ୍ତା ପ୍ଲାନ! ୨୦୦ ଟଙ୍କା ରିଚାର୍ଜରେ ପାଆନ୍ତୁ ୫୬ ଜିବି ଡାଟା; ଅସୀମିତ ମାଗଣା କଲିଂ ଓ ଅନେକ ସୁବିଧା

ରିଲାଏନ୍ସ ଜିଓ ଏହାର ଜିଓଫୋନ୍ ଗ୍ରାହକଙ୍କ ପାଇଁ ୨୦୦ ଟଙ୍କା କମ୍ ମୂଲ୍ୟରେ ବହୁତ ଭଲ ଅଫର୍ ଓ ବେନିଫିଟ୍ସ ପ୍ରଦାନ କରେ । ଏଥିପାଇଁ ଗ୍ରାହକଙ୍କୁ ୧୮୫ କିମ୍ବା ୧୫୫ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଜାଣନ୍ତୁ ପ୍ଲାନର ଲାଭ ।

ଜିଓର ସବୁଠୁ ଶସ୍ତା ପ୍ଲାନ! ୨୦୦ ଟଙ୍କା ରିଚାର୍ଜରେ ପାଆନ୍ତୁ ୫୬ ଜିବି ଡାଟା; ଅସୀମିତ ମାଗଣା କଲିଂ ଓ ଅନେକ ସୁବିଧା
ଜିଓର ସବୁଠୁ ଶସ୍ତା ପ୍ଲାନ!
  • News18 Odia
  • Last Updated: February 13, 2021, 12:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଟେଲିକମ୍ କ୍ଷେତ୍ରରେ ବଢ଼ୁଥିବା ପ୍ରତିଯୋଗିତା ଯୋଗୁଁ ଅନେକ କମ୍ପାନୀ ସେମାନଙ୍କ ଗ୍ରାହକଙ୍କୁ ବହୁତ ଭଲ ଅଫର୍ ଦେଉଛନ୍ତି । ରିଲାଏନ୍ସ ଜିଓ ବିଷୟରେ କହିବାକୁ ଗଲେ ଏହା ସର୍ବଦା ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର୍ ପ୍ରଦାନ କରେ । ରିଲାଏନ୍ସ ଜିଓ ଏହାର ଗ୍ରାହକମାନଙ୍କୁ ସୁଲଭ ପ୍ରିପେଡ୍ ପ୍ଳାନ ପ୍ରଦାନ କରିଥାଏ । ଏହି କ୍ରମରେ ରିଲାଏନ୍ସ ଜିଓ ଏହାର ଜିଓଫୋନ୍ ଗ୍ରାହକଙ୍କ ପାଇଁ ୨୦୦ ଟଙ୍କା କମ୍ ମୂଲ୍ୟରେ ବହୁତ ଅଫର୍ ଓ ବେନିଫିଟ୍ସ ପ୍ରଦାନ କରୁଛି । ଏଥିପାଇଁ ଗ୍ରାହକଙ୍କୁ ୧୮୫ ଓ ୧୫୫ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଜାଣନ୍ତୁ ଏହି ଦୁଇଟି ପ୍ଲାନର ଲାଭ ବିଷୟରେ ...

ଜିଓର ୧୫୫ ଟଙ୍କା ପ୍ଲାନରେ ପ୍ରତିଦିନ ୧ ଜିବି ଡାଟା ଦିଆଯାଏ । ତାହା ହେଉଛି ଏଥିରେ ଗ୍ରାହକଙ୍କୁ ସମୁଦାୟ ୨୮ ଜିବି ଡାଟା ମିଳିଥାଏ । ୧ ଜିବି ଡାଟା ସରିଯିବା ପରେ ଡାଟା ସ୍ପିଡ଼ ୬୪ Kbps କୁ କମିଯାଏ ।

୧୫୫ ଟଙ୍କା ପ୍ଲାନରେ ମାଗଣା କଲିଂ
ଏହି ପ୍ୟାକ୍ ର ବୈଧତା ୨୮ ଦିନ ଅଟେ । ଏହା ସହିତ ପ୍ରତିଦିନ ୧୦୦ ଟି SMS ମାଗଣାରେ ଦିଆଯାଏ । କଲିଂ ଆକାରରେ ଅସୀମିତ ଭଏସ୍ କଲିଂ ପ୍ରଦାନ କରାଯାଉଛି । ଏହା ବ୍ୟତୀତ ଜିଓ ଆପ୍ସର ସବସ୍କ୍ରିପସନ୍ ମଧ୍ୟ ମାଗଣାରେ ଉପଲବ୍ଧ ।

ରିଲାଏନ୍ସ ଜିଓର ୧୮୫ ଟଙ୍କାର ପ୍ଲାନ
ଜିଓର ୧୮୫ ଟଙ୍କା ପ୍ଲାନରେ ଗ୍ରାହକଙ୍କ ପାଇଁ ୨୮ ଦିନର ବୈଧତା ରହିଛି । ଏହି ପ୍ୟାକ୍ ରେ ପ୍ରତିଦିନ ୨GB ଡାଟା ଦିଆଯାଏ । ଏହା ଦ୍ୱାରା ଗ୍ରାହକମାନେ ଏଥିରେ ୫୬ ଜିବି ହାଇ ସ୍ପିଡ୍ ଡାଟାର ଲାଭ ପାଇପାରିବେ । ପ୍ରତିଦିନ ପ୍ରାପ୍ତ ଡାଟାର ସମାପ୍ତି ପରେ ଇଣ୍ଟରନେଟ୍ ସ୍ପିଡ଼ 64Kbps କୁ କମିଯାଏ ।

ଏହା ବ୍ୟତୀତ ଅସୀମିତ ଭଏସ୍ କଲିଂ ମଧ୍ୟ ଏହି କଲିଂ ରୂପରେ ଦିଆଯାଏ । ୧୦୦ ଟି SMS ମଧ୍ୟ ମାଗଣାରେ ଉପଲବ୍ଧ । କେବଳ ଏତିକି ନୁହେଁ ଲାଇଭ୍ ଆପ୍ସର ସଦସ୍ୟତା ମଧ୍ୟ ଗ୍ରାହକଙ୍କୁ ମାଗଣାରେ ଦିଆଯାଏ ।
(ପ୍ରତ୍ୟାଖ୍ୟାନ: ନ୍ୟୁଜ୍ ୧୮ ଓଡ଼ିଆ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କମ୍ପାନୀ ନେଟୱାର୍କ ୧୮ ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ୍ ର ଏକ ଅଂଶ .. ନେଟୱାର୍କ ୧୮ ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ୍ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକାନା ଅଟେ )
Published by: Jagdish Barik
First published: February 13, 2021, 12:59 PM IST