Jio Platformsର ତୃତୀୟ ତ୍ରୈମାସିକ ନେଟ୍ ଲାଭ ୧୫.୫% ବୃଦ୍ଧି ପାଇ ୩,୪୮୯ କୋଟି ଟଙ୍କା ହେଲା

୨୦୨୦ ଡିସେମ୍ବର ୩୧ ସୁଦ୍ଧା ଜିଓ ପ୍ଲାଟଫର୍ମସ୍‌ର ମୋଟ ଗ୍ରାହକ ସଂଖ୍ୟା ୪୧ କୋଟି ହୋଇଛି । ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ରିଲାଏନ୍ସ ଜିଓର ଗ୍ରାହକ ପିଛା ଡାଟା ବ୍ୟବହାର ମାସିକ ହାରାହାରି ୧୨.୯ ଜିବି ଓ ଭଏସ୍ କଲ୍ ଉପଯୋଗ ୭୯୫ ମିନିଟ୍ ରହିଥିଲା ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି

  • Share this:
News18 Odia Digital
ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକରେ (ଅକ୍ଟୋବର-ଡିସେମ୍ବର) ଜିଓ ପ୍ଲାଟଫର୍ମସ୍‌ର (Jio Platforms) ନେଟ୍ ଲାଭ ତା’ର ପୂର୍ବ ତିନି ମାସ ତୁଳନାରେ ୧୫.୫% ବୃଦ୍ଧି ପାଇ ୩,୪୮୯ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି ।

ଶୁକ୍ରବାର ସନ୍ଧ୍ୟାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (Reliance Industries Limited) ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍‌ର (Jio Platforms Limited) ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣାରେ ଏହି ସୂଚନା ଦିଆଯାଇଛି । ଡିଜିଟାଲ ଓ ଟେଲିକମ୍ ସେବା ଯୋଗାଇ ଦେଉଥିବା ଜିଓ ପ୍ଲାଟଫର୍ମସ୍ ତାହାର ପୂର୍ବ ତିନି ମାସରେ (ଜୁଲାଇ-ସେପ୍ଟେମ୍ବର) ୩,୦୨୦ କୋଟି ଟଙ୍କାର ନେଟ୍ ଲାଭ ହାସଲ କରିଥିଲା । ୨୦୨୦ ଅକ୍ଟୋବର-ଡିସେମ୍ବର ତିନି ମାସରେ କମ୍ପାନୀର ମୋ’ଟ ରାଜସ୍ୱ ଆୟ ୨୨,୮୫୮ କୋଟି ଟଙ୍କା ହୋଇଥିବା ଜଣାପଡିଛି ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଗଞ୍ଜାମରେ ମଦ୍ୟପ ପୁଅ ହାତୁଡ଼ିରେ ପିଟି ପିଟି ନିଜ ମାକୁ ହତ୍ୟା କଲା; ଗିରଫ ହେଲା

୨୦୨୦ ଡିସେମ୍ବର ୩୧ ସୁଦ୍ଧା ଜିଓ ପ୍ଲାଟଫର୍ମସ୍‌ର ମୋଟ ଗ୍ରାହକ ସଂଖ୍ୟା ୪୧ କୋଟି ହୋଇଥିବା ଜଣାଯାଇଛି । ଏହି ତିନି ମାସ ଅବଧିରେ ରିଲାଏନ୍ସ ଜିଓର (Reliance Jio) ଗ୍ରାହକ ପିଛା ଡାଟା ବ୍ୟବହାର ମାସିକ ହାରାହାରି ୧୨.୯ ଗିଗାବାଇଟ (ଜିବି) ହୋଇଥିବା ବେଳେ ଭଏସ୍ କଲ୍ ଉପଯୋଗ ୭୯୫ ମିନିଟ୍ ହୋଇଥିବା କମ୍ପାନୀ ପ୍ରକାଶ କରିଛି ।

ଜିଓର ପ୍ରତି ବ୍ୟବହାରକାରୀ ପିଛା ରାଜସ୍ୱ (ଆର୍ପୁ, ARPU) ୨୦୨୦ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକର ମାସିକ ହାରାହାରି ୧୪୫ ଟଙ୍କାରୁ ବୃଦ୍ଧି ପାଇ ଅକ୍ଟୋବର-ଡିସେମ୍ବର ତିନି ମାସରେ ୧୫୧ ଟଙ୍କାରେ ପହଞ୍ଚିଛି । ଏହି ତିନି ମାସରେ ଜିଓ ନେଟୱର୍କରେ (Jio network) ମୋ’ଟ ଡାଟା ବ୍ୟବହାର ବୃଦ୍ଧି ପାଇ ୧,୫୮୬ କୋଟି ଜିବିରେ ପହଁଞ୍ଚିଥିବା ବେଳେ ମୋଟ ଭଏସ୍ ଟ୍ରାଫିକ୍ ବୃଦ୍ଧି ପାଇ ୯୭,୪୯୬ କୋଟି ମିନିଟ୍ ରହିଥବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ସେହି ଭଳି ଏହି ତିନି ମାସରେ ଜିଓ ଫାଇବର (Jio Fiber) ଗ୍ରାହକ ସଂଖ୍ୟାରେ ଦ୍ରୁତ ବୃଦ୍ଧି ହେବା ସହିତ ନିୟୁତାଧିକ ଉପଭୋକ୍ତାଙ୍କ ପାଇଁ ଜିଓ ଫାଇବର ଜୀବନରେଖା ପାଲଟିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି ।

ଏହା ବି ପଢ଼ନ୍ତୁ | ‘‘ମୋଧନ ଆଉ ନାହିଁ, ମୁଁ ତାଙ୍କ ସାଙ୍ଗରେ ଯାଉଛି’’: ଜଗତସିଂହପୁର କରୋନା ୱାର୍ଡ଼ରେ ପତ୍ନୀର ଶେଷ କଥା

“ସମ୍ପ୍ରତି ବିଶ୍ୱରେ ଡିଜିଟାଲ ବିପ୍ଳବକୁ ନେତୃତ୍ୱ ଦେଉଥିବା ରାଷ୍ଟ୍ରଗୁଡିକ ମଧ୍ୟରେ ଭାରତ ଅନ୍ୟତମ । ଏହି ନେତୃତ୍ୱ ସ୍ଥାନ ବଜାୟ ରଖିବା ପାଇଁ ଜିଓ ନିଜ ଡିଜିଟାଲ ପ୍ଲାଟଫର୍ମ ସମୂହ ଓ ସ୍ୱଦେଶୀ ସ୍ତରରେ ବିକଶିତ ପରବର୍ତ୍ତୀ ପିଢିର ୫ଜି ସେବା (5G service) ପ୍ରଚଳନକୁ ତ୍ୱରାନ୍ୱିତ କରିବା ପ୍ରୟାସ ଜାରି ରଖିବ ତଥା ଏହାକୁ ସୁଲଭ ଏବଂ ପ୍ରତ୍ୟେକ ସ୍ଥାନରେ ଉପଲବ୍ଧ କରାଇବ । ଜିଓର ୫ଜି ସେବା ଆତ୍ମନିର୍ଭର ଭାରତର ଲକ୍ଷ୍ୟର ଏକ ଦୃଢ ପରିଚାୟକ ହେବ,’’ କମ୍ପାନୀର ଆର୍ଥିକ ଫଳାଫଳ ସମ୍ପର୍କରେ ବିବୃତି ଦେଇ କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି (Mukesh Ambani) ।

ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଯାଜପୁରରେ ଦୁଇ ଜଣ ଯୁବତୀ ପରସ୍ପରକୁ ବାହା ହେଲେ; ପରିବାର ଡରରେ ଥାନାକୁ ଆସିଲେ

ସେ ଆହୁରି କହିଛନ୍ତି, ‘‘ଭାରତକୁ ୨ଜି-ମୁକ୍ତ କରିବାକୁ ଜିଓ ପ୍ରତିବଦ୍ଧ ଏବଂ ଏଥି ସହିତ ପ୍ରତ୍ୟେକ ଭାରତୀୟଙ୍କୁ ନିଜ ପାଖରେ ସୁଲଭ ମୂଲ୍ୟର ସ୍ମାର୍ଟଫୋନ ସହିତ ଡିଜିଟାଲ ଓ ଡାଟା ବିପ୍ଳବରେ ସାମିଲ୍ କରାଇବାକୁ ସଶକ୍ତ କରୁଛି । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସବୁ ଠାରୁ ସୁଲଭ ମୂଲ୍ୟରେ ବିଶ୍ୱମାନର ଡିଜିଟାଲ ସେବା ଉପଲବ୍ଧ କରାଇବା ପାଇଁ ଆମେ ସମସ୍ତ ଅଂଶୀଦାରଙ୍କୁ ଆମନ୍ତ୍ରଣ ଓ ଉତ୍ସାହିତ କରୁଛୁ ।”

ଏହା ବି ପଢ଼ନ୍ତୁ | ମ୍ୟାଟ୍ରିକ ପରୀକ୍ଷା ଫି ଛାଡ଼ ହେଲା; ଆଦେଶ ଦେଲେ CM ନବୀନ; ଲକ୍ଷରୁ ଅଧିକ ପିଲା ଲାଭ ପାଇବେ

ଶୁକ୍ରବାର ଘୋଷଣା କରାଯାଇଥିବା ୨୦୨୦ ଅକ୍ଟୋବର-ଡିସେମ୍ବର ତିନି ମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ମୋ’ଟ ରାଜସ୍ୱ ପୂର୍ବ ତିନି ମାସ ତୁଳନାରେ ୭.୪% ବୃଦ୍ଧିପାଇ ୧,୩୭,୮୨୯ କୋଟି ଟଙ୍କା ହୋଇଛି । ଏହି ଅବଧିରେ କମ୍ପାନୀର ନେଟ୍ ଲାଭ ପୂର୍ବ ତିନି ମାସ ତୁଳନାରେ ୪୧.୬ ପ୍ରତିଶତ ବୃଦ୍ଧିପାଇ ୧୫,୦୧୫ କୋଟି ଟଙ୍କାରେ ପହଞ୍ଚିଥିବା ଆରଆଇଏଲ୍ (RIL) ପକ୍ଷରୁ ସୂଚନା ଦିଆଯାଇଛି ।



(ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ।)
Published by:Anand ST Das
First published: