News18 Odia Digital
ଭୁବନେଶ୍ୱର: ରିଲାଏନ୍ସ ଜିଓ (Reliance Jio) ନିଜ ଗ୍ରାହକମାନଙ୍କ ପାଇଁ ଏକ ଧାଁସୁ ପ୍ଲାନ୍ ଆଣିଛି! ଏଥିରେ ମାଗଣା କଲିଂ, ୨୪ ଜିବି ଡାଟା ଓ ଆହୁରି ଅନେକ ସୁବିଧା ମାତ୍ର ୧୫୦ ଟଙ୍କାରୁ ବି କମ୍ ରିଚାର୍ଜରେ ମିଳୁଛି ।
ବାସ୍ତବରେ ଆପଣ ରିଚାର୍ଜ କରିବା ବେଳେ କେଉଁ ଯୋଜନା ଆପଣଙ୍କ ପାଇଁ ସର୍ବୋତ୍ତମ ତାହା ବୁଝିପାରୁନ୍ତି ନାହିଁ । ରିଚାର୍ଜ (Jio recharge) କରିବା ବେଳେ ଆପଣ ଏକ ଶସ୍ତା ଓ ଅଧିକ ଲାଭଦାୟକ ପ୍ଲାନ୍ ଖୋଜନ୍ତି, ହେଲେ ଅନେକ ଥର ଭଲ ପ୍ଲାନଗୁଡ଼ିକ ଆପଣଙ୍କ ଆଖିରୁ ଉଭେଇଯାଏ । ତେଣୁ ଯଦି ଆପଣ କମ୍ ମୂଲ୍ୟରେ ଏକ ମାସର ପ୍ଲାନ୍ ଖୋଜୁଛନ୍ତି, ତେବେ ଜିଓ ଏପରି ଅନେକ ଯୋଜନା ଆଣିଛି ଯାହା ସୁଲଭ ଓ ଭାରି ଲାଭଦାୟକ । ଏଇଠି ଜାଣନ୍ତୁ ଜିଓର ୧୪୯ ଟଙ୍କାର ସେହି ପ୍ଲାନ୍ ବିଷୟରେ ।
ଏହା ବି ପଢ଼ନ୍ତୁ | ‘‘ଜା ସିମରନ୍ ଜା, ଜୀ ଲେ ଅପନୀ ଜିନ୍ଦେଗୀ…’’: ‘ଦିଲୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେ’କୁ ୨୫ ପୂରିଲା; ଫିଲ୍ମର ଯାଦୁ ଏବେ ବି ସେମିତି ଅଛି!୧୪୯ ଟଙ୍କା ପ୍ଲାନର ଲାଭଜିଓର ଏହି ଶସ୍ତା ପ୍ଲାନ୍ ମାତ୍ର ୧୪୯ ଟଙ୍କାରେ ଗ୍ରାହକମାନଙ୍କୁ ମିଳୁଛି । ଏହି ପ୍ଲାନରେ ଉପଭୋକ୍ତାମାନଙ୍କୁ ୨୪ ଦିନର ବୈଧତା (validity) ମିଳେ । ଗ୍ରାହକମାନେ କେବଳ ୧୪୯ ଟଙ୍କାର ରିଚାର୍ଜ କରି ମୋଟ ୨୪ ଜିବି ଡାଟା ପ୍ଲାନର ଲାଭ ପାଇପାରିବେ । କମ୍ପାନୀର ଏହି ଯୋଜନାକୁ '୧ ଜିବି / ଡେ ପ୍ୟାକ୍' (One GB Per Day pack) ବର୍ଗରେ ରଖାଯାଇଛି ।
ଏଥିରେ ଗ୍ରାହକମାନେ ୨୪ ଦିନରେ ସମୁଦାୟ ୨୪ ଜିବି ଡାଟା ବ୍ୟବହାର କରିବାର ସୁଯୋଗ ପାଉଛନ୍ତି । ଏହା ବ୍ୟତୀତ ଯଦି ଆପଣ ୧୪୯ ଟଙ୍କା ପ୍ଲାନର ଅବଶିଷ୍ଟ ଲାଭ ବିଷୟରେ କହିବେ, ତେବେ ଗ୍ରାହକମାନେ ପ୍ରତି ଦିନ ୧୦୦ଟି SMS କରିବାର ସୁବିଧା ମଧ୍ୟ ପାଉଛନ୍ତି ।
ଏହା ବି ପଢ଼ନ୍ତୁ | କରଦାତା ମାନଙ୍କ ପାଇଁ ବଡ଼ ଆରାମ! FY-୨୦ ପାଇଁ ଆୟ କର ରିଟର୍ଣ୍ଣ ସମୟ ସୀମା ବଢ଼ିଲା; ଜାଣନ୍ତୁ ନୂଆ ତାରିଖଜିଓ-ଟୁ-ଜିଓ କଲ୍ ପାଇଁ ଏହି ପ୍ଲାନରେ ମାଗଣା ଅସୀମିତ କଲିଂ ସୁବିଧା ଗ୍ରାହକମାନଙ୍କୁ ମିଳୁଛି । ଯଦି ଗ୍ରାହକମାନେ ଅନ୍ୟ ନେଟୱାର୍କକୁ କଲ୍ କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ୩୦୦ ମିନିଟ୍ ଫ୍ରି ଦିଆଯାଉଛି । କେବଳ ଏତିକି ନୁହେଁ, ଜିଓ ନିଜ ଉପଭୋକ୍ତାମାନଙ୍କୁ ମାଗଣାରେ Jio ଆପ୍ସକୁ ବି ପ୍ରବେଶ ଦେଉଛି । ଏଥିରେ ଜିଓ ସିନେମା ଓ ଜିଓ ସାୱାନ୍ ଭଳି ଆପ୍ ଅଛନ୍ତି ।
(
Disclaimer: ନ୍ୟୁଜ୍୧୮ ଓଡ଼ିଆ ଡିଜିଟାଲ୍ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କମ୍ପାନୀର ନେଟୱାର୍କ୧୮ ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ୧୮ ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ୍ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକାନାରେ ଅଛି ।)
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।