ଜିଓ ସହ ଡିଲ୍ କରି ଫେସବୁକ୍ ଭାରତରେ ଟେକ୍ନୋଲୋଜି ନିବେଶରେ ସଫ୍ଟବ୍ୟାଙ୍କ୍ ଠାରୁ ଆଗୁଆ ହୋଇଛି

ଜିଓ-ଫେସବୁକ୍ ଡିଲ୍ ହେଉଛି ବିଶ୍ୱର ଯେକୌଣସି ସ୍ଥାନରେ ଏକ ଟେକ୍ନୋଲୋଜି କମ୍ପାନୀ ଦ୍ୱାରା ସଂଖ୍ୟାଲଘୁ ଅଂଶଧନ ପାଇଁ କରାଯାଇଥିବା ସବୁ ଠାରୁ ବଡ଼ ବିନିଯୋଗ ଏବଂ ଭାରତର ଟେକ୍ନୋଲୋଜି କ୍ଷେତ୍ରରେ ସବୁଠାରୁ ବଡ ଏଫ୍.ଡି.ଆଇ. ।

“ଏହି ବିନିଯୋଗ ପ୍ରକୃତରେ ଲିଗ୍ ଟେବୁଲଗୁଡିକୁ ଥରାଇ ଦେଇଛି ।’’

“ଏହି ବିନିଯୋଗ ପ୍ରକୃତରେ ଲିଗ୍ ଟେବୁଲଗୁଡିକୁ ଥରାଇ ଦେଇଛି ।’’

  • Share this:
News18 Odia Digital

ମୁମ୍ବାଇ: ରିଲାଏନ୍ସ ଜିଓରେ ଫେସବୁକର ୫.୭ ବିଲିୟନ ଡଲାରର ପୁଞ୍ଜି ବିନିଯୋଗ ଏହି ସୋସିଆଲ୍‌ ନେଟୱାର୍କକୁ ରାତାରାତି ଭାରତର ଟେକ୍ନୋଲୋଜି ନିବେଶକଙ୍କ ଶୀର୍ଷରେ ପହଞ୍ଚାଇ ଦେଇଛି । ଏହି ପ୍ରକାର ପଦ ସାଧାରଣତଃ ଜାପାନର ସଫ୍ଟବ୍ୟାଙ୍କ ପାଇଁ ସଂରକ୍ଷିତ, ଯିଏ ଫ୍ଲିପକାର୍ଟ, ଓଲା ଓ ଓୟୋ ପରି ଦେଶର ଏକ ଡଜନ ଷ୍ଟାର୍ଟଅପରେ ୧୦ ବିଲିୟନ ଡଲାରରୁ ଅଧିକ ବିନିଯୋଗ କରିଛି ।

ଜିଓ-ଫେସବୁକ୍ ଡିଲ୍ ହେଉଛି ବିଶ୍ୱର ଯେକୌଣସି ସ୍ଥାନରେ ଏକ ଟେକ୍ନୋଲୋଜି କମ୍ପାନୀ ଦ୍ୱାରା ସଂଖ୍ୟାଲଘୁ ଅଂଶଧନ ପାଇଁ କରାଯାଇଥିବା ସବୁ ଠାରୁ ବଡ଼ ବିନିଯୋଗ ଏବଂ ଭାରତର ଟେକ୍ନୋଲୋଜି କ୍ଷେତ୍ରରେ ସବୁଠାରୁ ବଡ ଏଫ୍‌.ଡି.ଆଇ. । ଅନଲାଇନ୍ ରିଟେଲର ଫ୍ଲିପକାର୍ଟରେ ସଫ୍ଟବ୍ୟାଙ୍କର ୨.୫ ବିଲିୟନ ଡ଼ଲାରର ବିନିଯୋଗ ହେଉଛି କିଛି ଦୂରରେ ଥିବା ଏହି ପ୍ରକାରର ଅନ୍ୟ ନିବେଶ ।

ବିଗତ ବର୍ଷରେ ଏହା ସାମାଜିକ ବାଣିଜ୍ୟ ସଂସ୍ଥା ମେଶୋ ଓ ଅନଲାଇନ୍ ଲର୍ନିଂ କମ୍ପାନୀ ଅନଏକାଡେମିରେ ନିବେଶ କରିବା ପରେ ଏହା ଭାରତରେ ଫେସବୁକର ତୃତୀୟ ପ୍ରତ୍ୟକ୍ଷ ବିନିଯୋଗ । ଯଦିଓ ମେଶୋ ଓ ଅନଏକାଡେମିରେ ନିବେଶ ବହୁତ ଛୋଟ, ୨୦-୩୦ ନିୟୁତ ଡଲାର ମଧ୍ୟରେ ।

“ଏହି ବିନିଯୋଗ ପ୍ରକୃତରେ ଲିଗ୍ ଟେବୁଲଗୁଡିକୁ ଥରାଇ ଦେଇଛି । ସଫ୍ଟବ୍ୟାଙ୍କ ସମ୍ପ୍ରତି ଖରାପ ଟ୍ରାକ୍ ରେକର୍ଡ ସେମାନଙ୍କ ଏକଛତ୍ରବାଦକୁ କିଛି ମାତ୍ରାରେ ସମାପ୍ତ କରୁଥିଲା, କିନ୍ତୁ ତା’ପରେ ମଧ୍ୟ ସେହି ପ୍ରକାରର ବଡ଼ ଚେକ୍ ଲେଖିବାର କ୍ଷମତା ଅନ୍ୟ କାହାରି ପାଖରେ ନ ଥିଲା,’’ ଗ୍ରାହକ ଇଣ୍ଟରନେଟ୍ ସଂସ୍ଥାଗୁଡ଼ିକୁ ପରାମର୍ଶ ଦେଉଥିବା ଏକ ନିବେଶ ବ୍ୟାଙ୍କର ନାମ ଗୋପନ ରଖିବାକୁ ଅନୁରୋଧ କରି କହିଛନ୍ତି ।

ତେବେ ଫେସବୁକ ଦ୍ୱାରା ଏତେ ବଡ଼ ଆକାରର ଏହି ଚୁକ୍ତିକୁ ଏକ ସାଧାରଣ ନିବେଶ ଭାବେ ନ ଦେଖି ଏକ ବ୍ୟତିକ୍ରମ ଭାବରେ ଦେଖାଯିବା ଉଚିତ ବୋଲି ଏହି ବ୍ୟାଙ୍କର୍ ଚେତାବନୀ ଦେଇଛନ୍ତି ।

“ସଫ୍ଟବ୍ୟାଙ୍କ ସହିତ ତୁଳନା ତୁଳନା କରିବା ଯଦିଓ ସାଧାରଣ କଥା, ହେଲେ ଫେସବୁକ୍ ନିଜକୁ ସଫ୍ଟବ୍ୟାଙ୍କ ସହିତ ତୁଳନା କରି ସେପରି ଦେଖେ କି? ମୁଁ ଏହାକୁ ବହୁତ ସନ୍ଦେହ କରୁଛି କାରଣ ସେମାନଙ୍କର (ଫେସବୁକ୍‌) ବିନିଯୋଗ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭିନ୍ନ,’’ ସେ କହିଛନ୍ତି ।

ଉଭୟ କମ୍ପାନୀ ଟେକ୍ନୋଲୋଜି କମ୍ପାନୀଗୁଡିକରେ ବିନିଯୋଗ କରୁଥିବା ସତ୍ତ୍ୱେ ଫେସବୁକର ଭାରତରେ ବିନିଯୋଗ ପାଇଁ ଏକ ସ୍ଥିର ରଣନୀତିକ ଦିଗ ରହିଛି । ଉଦାହରଣ ସ୍ୱରୂପ ଏହାର ପୋର୍ଟଫୋଲିଓ କମ୍ପାନୀ ଅନଏକାଡେମି ଓ ମେଶୋ ଫେସବୁକ୍, ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମକୁ ସେମାନଙ୍କ ଉତ୍ପାଦ ବିକ୍ରୟ ତଥା ମାର୍କେଟ ବୃଦ୍ଧି କରିବା ପାଇଁ ବହୁଳ ଭାବରେ ବ୍ୟବହାର କରିଥାନ୍ତି, ଯାହାକି ଗ୍ରାହକ ଆଧାର ମଧ୍ୟ ପ୍ରଦାନ କରିଥାଏ ।

ଡିସକ୍ଲେମର୍‌: ନ୍ୟୁଜ୍‌୧୮ ଓଡ଼ିଆ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ୧୮ ମିଡିଆ ଆଣ୍ଡ୍‌ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ ।
Published by:Anand Shankar Thankur Das
First published: