News18 Odia Digital
ନୂଆ ଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ର (Reliance Industries Limited) ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ (Mukesh Ambani) ଘୋଷଣା କରିଛନ୍ତି ଯେ ରିଲାଏନ୍ସ ଜିଓ (Reliance Jio) ଓ ଗୁଗୁଲର ସହଯୋଗିତାରେ ପ୍ରସ୍ତୁତ ହୋଇଥିବା ନୂଆ ସ୍ମାର୍ଟଫୋନ୍ ‘ଜିଓଫୋନ୍ ନେକ୍ସଟ୍’ (JioPhone Next) ଅତି ସୁଲଭ ମୂଲ୍ୟରେ ସେପ୍ଟେମ୍ବର ୧୦ ଗଣେଶ ଚତୁର୍ଥୀରୁ ବଜାରରେ ମିଳିବ ।
ଏହି ନୂଆ ସ୍ମାର୍ଟଫୋନ୍ରେ ଜିଓ ଓ ଗୁଗୁଲ୍ର ବିଭିନ୍ନ ବୈଶିଷ୍ଟ୍ୟ ଓ ଆପ୍ ରହିଛି । ଆଣ୍ଡ୍ରଏଡ୍-ଭିତ୍ତିକ ଏହି ଫୋନର ଅପରେଟିଂ ସିଷ୍ଟମକୁ ଗୁଗୁଲ୍ ଓ ଜିଓ ମିଳିତ ଭାବେ ବିକଶିତ କରିଛନ୍ତି ବୋଲି କହିଛନ୍ତି ମୁକେଶ ଅମ୍ବାନୀ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ର ୪୪ତମ ବାର୍ଷିକ ସାଧାରଣ ବୈଠକରେ (Reliance AGM 2021) ନିଜ ଉଦବୋଧନରେ ସେ କହିଛନ୍ତି ଯେ ଏହି ନୂଆ ସ୍ମାର୍ଟଫୋନକୁ ସାଧାରଣ ଲୋକଙ୍କ ପକେଟକୁ ସୁହାଇବା ଭଳି ଦାମରେ ବଜାରକୁ ଛଡ଼ାଯିବ ।
ଏହା ବି ପଢ଼ନ୍ତୁ | ଡ୍ରାଇଭିଂ ଲାଇସେନ୍ସ ଏକ୍ସପାୟାର୍ ହୋଇଯାଇଥିଲେ ବି ପୋଲିସ ଆପଣଙ୍କ ଚାଲାଣ କାଟିପାରିବ ନାହିଁଭାରତୀୟ ବଜାର ପାଇଁ ବିଶେଷ ଭାବେ ପ୍ରସ୍ତୁତ କରାଯାଇଥିବା ‘ଜିଓଫୋନ୍ ନେକ୍ସଟ’ (JioPhone Next) ସ୍ମାର୍ଟଫୋନରେ ଗ୍ରାହକମାନେ ଗୁଗୁଲ୍ ପ୍ଲେ ଷ୍ଟୋର୍ରୁ ମଧ୍ୟ ଆପ୍ ଡାଉନ୍ଲୋଡ୍ କରିପାରିବେ । ଏହି ସ୍ମାର୍ଟଫୋନରେ ଉନ୍ନତ କ୍ୟାମେରା ଓ ଆଣ୍ଡ୍ରଏଡ୍ ଅପଡେଟ୍ ମଧ୍ୟ ମିଳିବ । ସବୁ ପ୍ରକାର ସୁବିଧା ସୁଯୋଗ ଥିବା ଏହି ସ୍ମାର୍ଟଫୋନ୍ କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱର ସବୁଠୁ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ହେବ ବୋଲି କହିଛନ୍ତି ମୁକେଶ ଅମ୍ବାନୀ । ଗତ ବର୍ଷ ରିଲାଏନ୍ସ ଜିଓ ପକ୍ଷରୁ ଗୁଗୁଲ୍ ସହ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଥିଲା ।
ଏଇଠି ଦେଖନ୍ତୁ ମୁକେଶ ଅମ୍ବାନୀଙ୍କ ଘୋଷଣା:
ଏହା ବି ପଢ଼ନ୍ତୁ | Reliance AGM 2021: ଦେଶରେ ସର୍ବ ପ୍ରଥମେ 5G ଲଞ୍ଚ୍ କରିବ ରିଲାଏନ୍ସ Jio, କହିଲେ ମୁକେଶ ଅମ୍ବାନୀ‘‘ଭାରତରେ ବାସ୍ତବରେ ଡିଜିଟାଲ୍ ସଂଯୋଗୀକରଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ଜିଓ । ବିଶ୍ୱର ସବୁଠାରୁ ଉଚ୍ଚକୋଟୀର ୪ଜି ନେଟ୍ୱର୍କ ସବୁଠାରୁ ସୁଲଭ ମୂଲ୍ରରେ ପ୍ରଦାନ କରି ଜିଓ ଡାଟା ବ୍ୟବହାର କ୍ଷେତ୍ରରେ ଏକ କ୍ରାନ୍ତି ଆଣିଛି । ରିଲାଏନ୍ସ ଜିଓ ନେଟ୍ୱର୍କରେ ପ୍ରତି ମାସ ୬୩୦ କୋଟି ଜିବି ଡାଟା ବ୍ୟବହାର ହେଉଛି । ଏବେ ଗୁଗୁଲ୍ ଓ ଜିଓ ଟିମ୍ ମିଳିତ ଭାବରେ ଏକ ଯୁଗାନ୍ତକାରୀ ସ୍ମାର୍ଟଫୋନ୍ ପ୍ରସ୍ତୁତ କରିଛନ୍ତି, ଯାହାକୁ ଆମେ ‘ଜିଓଫୋନ୍ ନେକ୍ସଟ୍’ (JioPhone Next) ବୋଲି କହୁଛୁ । ଆଣ୍ଡ୍ରଏଡ୍ ଅପରେଟିଙ୍ଗ୍ ସିଷ୍ଟମ୍ର ଏକ ବର୍ଦ୍ଧିତ ଭର୍ସନ ରହିଥିବା ଏହି ଫୋନ୍ ଅତି ସୁଲଭ ମୂଲ୍ୟରେ ଉପଲବ୍ଧ ହେବ,’’ କହଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ।
ଏହା ବି ପଢ଼ନ୍ତୁ | ମଶାଣିରେ ବଳାତ୍କାର: ଦୁଇ ଭଉଣୀଙ୍କ ସହ ମଶାଣି ଭିତରେ ଦୁଷ୍କର୍ମ କରି ସେନାର ୨ ଯବାନ ଗିରଫ ହେଲେଜିଓଫୋନ୍ ନେକ୍ସଟରେ ଗୁଗୁଲ୍ ଆସିଷ୍ଟାଣ୍ଟ୍, ସ୍କ୍ରିନରେ ରହିଥିବା ଲେଖାର ସ୍ୱୟଂକ୍ରିୟ ଭାଷ୍ୟ, ଭାଷା ଅନୁବାଦ, ଅଗ୍ମେଣ୍ଟେଡ୍ ରିଅଲିଟି ଫିଲ୍ଟର୍ ସହିତ ସ୍ମାର୍ଟ କ୍ୟାମେରା ଓ ଆହୁରି ଅନେକ ଅତ୍ୟାଧୁନିକ ସୁବିଧା ରହିଛି ବୋଲି କହିଛନ୍ତି ଅମ୍ବାନୀ । ‘‘ବିଶ୍ୱର ଏକ ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ଓ ଦେଶର ଏକ ଟେକ୍ନୋଲୋଜି ଚାମ୍ପିଅନ୍ ମଧ୍ୟରେ ସହଭାଗିତା ବଳରେ ଏକ ଯୁଗାନ୍ତକାରୀ ଉତ୍ପାଦର ପ୍ରସ୍ତୁତି ର ଏହା ପରିଚାୟକ । ଜିଓଫୋନ୍ ନେକ୍ସଟ୍ ଆସନ୍ତା ସେପ୍ଟେମ୍ବର ୧୦, ଗଣେଷ ଚତୁର୍ଥୀରୁ ବଜାରରେ ଉପଲବ୍ଧ ହେବ," ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ପ୍ରେମ ପରେ ରେପ୍ ଅଭିଯୋଗ କରିଥିଲେ ଯୁବତୀ; ଯୁବକ ନାବାଳକ ବୋଲି ଜଣାପଡ଼ିଲା; ଜେଲ୍ ଗଲେ ଯୁବତୀଗୁଗୁଲର ସିଇଓ ସୁନ୍ଦର ପିଚାଇ (Google CEO Sundar Pichai) ଏହି ନୂଆ ସ୍ମାର୍ଟଫୋନ୍ ବିଷୟରେ କହିଛନ୍ତି, ‘‘ଭାରତୀୟମାନଙ୍କ ପାଇଁ ସୁଲଭ ମୂଲ୍ୟରେ ସେମାନଙ୍କ ନିଜ ଭାଷାରେ ସୂଚନା ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖି ଆମେ ଭାରତୀୟମାନଙ୍କ ଆବଶ୍ୟକତା ଅନୁସାରେ ନୂଆ ଉତ୍ପାଦ ଓ ସେବା ପ୍ରସ୍ତୁତ କରିବା ସହିତ ବ୍ୟବସାୟଗୁଡିକୁ ଟେକ୍ନୋଲୋଜି ବଳରେ ସଶକ୍ତ କରିବାକୁ ଉଦ୍ୟମ କରୁଛୁ । ଏହି ଦିଗରେ ଆମର ଆଗାମୀ ପଦକ୍ଷେପ ସ୍ୱରୂପ ଗୁଗୁଲ୍ ଓ ଜିଓ ମିଳିତ ଭାବେ ପ୍ରସ୍ତୁତ କରିଥିବା ଏହି ନୂଆ ଓ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ଆସୁଛି ।’’
ଏହା ବି ପଢ଼ନ୍ତୁ | PM Kisan: କେନ୍ଦ୍ର ସରକାର ଏହି ମାସ କୃଷକମାନଙ୍କ ଆକାଉଣ୍ଟକୁ ୪,୦୦୦ ଟଙ୍କା ଟ୍ରାନ୍ସଫର୍ କରିପାରନ୍ତି‘‘ଏହି ନୂଆ ଫୋନ୍ ଭାରତ ଲାଗି ପ୍ରସ୍ତୁତ କରାଯାଇଛି । ଏହା ଲକ୍ଷ ଲକ୍ଷ ନୂଆ ଉପଭୋକ୍ତାଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ । ଗୁଗୁଲ୍ କ୍ଲାଉଡ୍ ଓ ଜିଓ ମଧ୍ୟରେ ଏକ ନୂଆ ୫ଜି (5G) ସହବନ୍ଧନ ଶହେ କୋଟିରୁ ଅଧିକ ଭାରତୀୟଙ୍କୁ ଇଣ୍ଟରନେଟ୍ ଦୁନିଆ ସହ ଯୋଡ଼ି ହେବାରେ ସହାୟକ ହେବ ଓ ଡିଜିଟାଲ୍ ଇଣ୍ଡିଆର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ମୂଳଦୁଆ ପକାଇବ,’’ କହିଛନ୍ତି ପିଚାଇ ।
ଏହା ବି ପଢ଼ନ୍ତୁ | COVID ହୋଇଥିଲା, ଉଚ୍ଚ ଜ୍ୱର ଥିଲା, ତଥାପି ଏହି ଓଡ଼ିଆ IAS ଅଧିକାରୀ ଅମ୍ଳଜାନ ଯୋଗାଉଥିଲେ; ଚାଲିଗଲେଜିଓ ଓ ଗୁଗୁଲ୍ଲର ଆଣ୍ଡ୍ରଏଡ୍-ଭିତ୍ତିକ ସ୍ମାର୍ଟଫୋନ୍ ‘ଜିଓଫୋନ୍ ନେକ୍ସଟ୍’ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଟେକନୋଲୋଜି ଓ ଅର୍ଥନୀତି ବିଶେଷଜ୍ଞମାନେ କହିଛନ୍ତି । ଯେଉଁ ୩୦ କୋଟି ଲୋକଙ୍କ ହାତରେ ଏବେବି ୨ଜି ଫୋନ୍ ରହିଛି ଏହା ସେମାନଙ୍କ ଜୀବନ ବଦଳାଇଦେବ ବୋଲି ଆଶା କରାଯାଉଛି । ହାଇ ସ୍ପିଡ୍ ଇଣ୍ଟରନେଟ୍, ଭଲ ଅପରେଟିଂ ସିଷ୍ଟମ୍ ଓ ସୁଲଭ ମୂଲ୍ୟ ଯୋଗୁଁ ଏହି ନୂଆ ସ୍ମାର୍ଟଫୋନ୍ ଜିଓର ଗ୍ରାହକଙ୍କ ସଂଖ୍ୟା ଆହୁରି ବଢ଼ାଇବ ।
(
ଡିସକ୍ଲେମର୍: News18 Odia Digital ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।