News18 Odia Digital
ଭୁବନେଶ୍ୱର / ମୁମ୍ବାଇ: ବର୍ଷର ସେହି ସମୟ ପୁଣି ଆସିଛି । ବିଶ୍ୱର ସବୁଠାରୁ ଲୋକପ୍ରିୟ ଟ୍ୱେଣ୍ଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ରେ ଆପଣଙ୍କ ପ୍ରିୟ ଦଳ ଓ ଖେଳାଳିମାନେ ଆକ୍ସନକୁ ଓହ୍ଲାଇବା ପରେ ବିଶ୍ୱବ୍ୟାପୀ କ୍ରିକେଟ ପ୍ରଶଂସକମାନେ ଗଗନ ପବନରେ ଏକ ରୋମାଞ୍ଚ ଅନୁଭବ କରୁଛନ୍ତି । ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର (IPL 2021) ଚଳିତ ସଂସ୍କରଣ ଏପ୍ରିଲ ୯ ତାରିଖ ଶୁକ୍ରବାର ଠାରୁ ଚେନ୍ନଇସ୍ଥିତ ଏମ୍.ଏ. ଚିଦମ୍ବରମ୍ ଷ୍ଟାଡିୟମରେ ଆରମ୍ଭ ହୋଇଛି ।
ଏହି ପରିପ୍ରେକ୍ଷୀରେ ଭାରତର ସର୍ବବୃହତ୍ ଟେଲିକମ୍ ଅପରେଟର୍ ଏବଂ ଡିଜିଟାଇଜେସନ୍ ଚାମ୍ପିୟନ୍ ଜିଓ (Jio) ଏକ ସ୍ଥାୟୀ ସ୍ମୃତି ଜାଗ୍ରତ କରିବା ଓ ଦେଶର ପ୍ରତ୍ୟେକ ନାଗରିକ ଏହି ଉତ୍ସବ ପାଳନର ଯେଭଳି ଅଂଶବିଶେଷ ହେବେ ତାହା ସୁନିଶ୍ଚିତ କରିବାକୁ ଚାହୁଁଛି । କ୍ରୀଡ଼ା ପ୍ରତି ଜିଓର ପ୍ରତିବଦ୍ଧତାର ଅଂଶବିଶେଷ ଭାବରେ ଜିଓ କ୍ରିକେଟ୍ ପ୍ରଶଂସକ ଓ ଜିଓ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ବହୁବିଧ ପ୍ରୟାସର ଶୁଭାରମ୍ଭ କରିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ବିବାହିତ ପୁରୁଷଙ୍କ ସହ ପ୍ରେମ? ଅଭିନେତ୍ରୀ ରେଖା ଏହା ବିଷୟରେ କ’ଣ କହିଲେ ଜାଣନ୍ତୁ - VIDEOଜିଓ ଏକ ମାତ୍ର ବ୍ରାଣ୍ଡ୍ ଭାବରେ ଚଳିତ ଆଇପିଏଲ୍ର ସବୁ ଆଠଟି ଦଳର ସହଭାଗୀ ହେବା ବଜାୟ ରଖିଛି । ଆଇପିଏଲ୍ ୨୦୨୧ର ସବୁ ଆଠଟି ଫ୍ରାଞ୍ଚାଇଜି ଦଳଙ୍କ ସହିତ ଜିଓ ପ୍ରାୟୋଜକ ହେବାର ଗର୍ବ ହାସଲ କରିଛି । ଜିଓ ଭାରତୀୟଙ୍କ ଦ୍ୱାରା ପ୍ରସ୍ତୁତ ଓ ଭାରତୀୟଙ୍କ ପାଇଁ, ଏବଂ ସେଥିପାଇଁ ଜିଓର ବ୍ରାଣ୍ଡ୍ ରଣକୌଶଳ ଭାରତର କୋଣ ଅନୁକୋଣ, ପ୍ରତ୍ୟେକ ସହର ଓ ପ୍ରତ୍ୟେକ ରାଜ୍ୟ ପାଇଁ ଉଦ୍ଦିଷ୍ଟ ।
ଏହା ବି ପଢ଼ନ୍ତୁ | ‘୧୪ ଦିନ ମାସ୍କ ପିନ୍ଧିବା… ସରକାର ବାହାରେ ଜଗିଛନ୍ତି, ମାଆମାନେ ଘରେ ଜଗନ୍ତୁ’: କହିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଜିଓ କ୍ରିକେଟ ପ୍ଲାନ୍ ସମୂହ ଡିଜ୍ନି+ହଟ୍ଷ୍ଟାର (Disney+ Hotstar) ସହିତ ସହଭାଗିତାରେ ବ୍ୟବହାରକାରୀଙ୍କୁ ୧୦୦% ଫାଇଦା ପହଞ୍ଚାଇବ । ଜିଓ ଆଇପିଏଲ୍ ବିଷୟବସ୍ତୁ କ୍ଷେତ୍ରରେ ଭାରତରେ ସମସ୍ତ ଅପରେଟରଙ୍କ ମଧ୍ୟରେ ସର୍ବୋତ୍ତମ ସୁବିଧା ଓ ଲାଭ ପ୍ରଦାନ ଅବ୍ୟାହତ ରଖିଛି । ସବୁ ଜିଓ ପୋଷ୍ଟପେଡ୍ ପ୍ଲସ୍ ପ୍ଲାନ୍ରେ ଆଇପିଏଲ୍ ଉପଭୋଗ କରିବାର ସୁବିଧା ଦିଆଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଯାଜପୁରରେ ଥାନା ଭିତରେ ପୁରୁଷ ଓ ମହିଳା ପୋଲିସ କର୍ମୀଙ୍କ ଡ୍ୟାନ୍ସ VIDEO ଭାଇରାଲ୍ ହେଲା; ASI ନିଲମ୍ବିତ ହେଲେଜିଓ ପ୍ରିପେଡ୍ ପ୍ଲାନଗୁଡି଼କରେ ବି ଆଇପିଏଲ୍ ଉପଭୋଗ କରିବା ପ୍ଲାନ୍ ସହିତ ଏହି ଶ୍ରେଣୀରେ ସବୁଠାରୁ ସୁଲଭ ସେବା ବି ଦିଆଯାଇଛି । ଏହି ପ୍ରି-ପେଡ୍ ପ୍ଲାନ୍ ଗୁଡିକ ମଧ୍ୟରେ ରହିଛି ୪୦୧ ଟଙ୍କା ପ୍ଲାନରେ ୨୮ ଦିନ ବୈଧତା ସହ ପ୍ରତି ଦିନ ୩ ଜିବି ଡାଟା ସହିତ ମାସିକ ଅତିରିକ୍ତ ୬ ଜିବି ଡାଟା, ଦେଶରେ ଯେକୌଣସି ନେଟୱର୍କକୁ ଅସୀମିତ ଭଏସ୍ କଲ୍ ଏବଂ ଏବଂ ଲାଇଭ୍ ମ୍ୟାଚ୍ ଦେଖିବା ପାଇଁ ଡିଜ୍ନି+ହଟ୍ଷ୍ଟାର ଭିଆଇପିର ଏକ ବର୍ଷ ସବ୍ସ୍କ୍ରିପସନ୍ ସୁବିଧା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଢେଙ୍କାନାଳ: ଚାକିରିକୁ ନ ଫେରି ଘରେ ବସିଥିଲା; ସେ କଥା କହିବାରୁ ସ୍ତ୍ରୀ ଓ ୨ ଝିଅଙ୍କୁ ଫାର୍ସାରେ ହାଣିଲାସେହିଭଳି ୫୯୮ ଟଙ୍କା ପ୍ଲାନରେ ଦିନକୁ ୨ ଜିବି ଡାଟା ସହିତ ଅସୀମିତ ଭଏସ୍ କଲ ସୁବିଧା ରହିଛି ଏବଂ ଏହା ୫୬ ଦିନ ପାଇଁ ବୈଧ ରହିବ । ୭୭୭ ଟଙ୍କା ପ୍ଲାନରେ ଦିନକୁ ୧.୫ ଜିବି ଡାଟା ସହିତ ଅତିରିକ୍ତ ୫ ଜିବି ଡାଟା ଓ ଅସୀମିତ ଭଏସ କଲ୍ ସୁବିଧା ୮୪ ଦିନ ପାଇଁ ଉପଲବ୍ଧ ହେଉଛି । ଏକ ବର୍ଷ ବା ୩୬୫ ଦିନ ବୈଧତା ରହିଥିବା ୨୫୯୯ ଟଙ୍କା ପ୍ଲାନ୍ରେ ଦିନକୁ ୨ ଜିବି ଡାଟା (ଏଥି ସହିତ ଅତିରିକ୍ତ ୧୦ ଜିବି) ଓ ଅସୀମିତ ଭଏସ୍ କଲ୍ ସୁବିଧା ରହିଛି । ଏହି ସବୁ ପ୍ଲାନରେ ଅତିରିକ୍ତ ଫାଇଦା ଭାବରେ ମ୍ୟାଚଗୁଡି଼କର ସିଧା ପ୍ରସାରଣ ଦେଖିବାକୁ ଏକ ବର୍ଷର ଡିଜ୍ନି+ହଟ୍ଷ୍ଟାର ଭିଆଇପି ସବସ୍କ୍ରିପ୍ସନ୍ ସୁବିଧା ବି ଉପଲବ୍ଧ ହୋଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ପୁରୀରେ ସ୍କୁଲ୍ ହତାରେ ଜଘନ୍ୟ କାଣ୍ଡ: ନବମ ଶ୍ରେଣୀର ୨ ଛାତ୍ର ସହପାଠୀର ହାତକୁ ଛୁରୀରେ କାଟିଲେଜିଓ କ୍ରିକେଟ୍ ପ୍ଲେ-ଏଲଙ୍ଗ ଏକ ନୂଆ ଅବତାରରେଚଳିତ ଆଇପିଏଲ୍ ସିଜିନରେ ଜିଓ କ୍ରିକେଟ୍ ପ୍ଲେ-ଏଲଙ୍ଗ ଏକ ନୂଆ ଅବତାରରେ ଏବଂ ଆକର୍ଷଣୀୟ ପୁରସ୍କାର ସହିତ ଉପଲବ୍ଧ ହୋଇଛି । କ୍ରିକେଟର ମନମୋହକ ଅବସରକୁ ଅଧିକ ଭଲ ଭାବରେ ଉପଭୋଗ କରିବାକୁ ଜିଓର ଲାଇଭ୍ ଗେମିଂ ପ୍ରୟାସ ‘ଜିଓ କ୍ରିକେଟ୍ ପ୍ଲେ-ଏଲଙ୍ଗ୍’ ପ୍ରତିଯୋଗିତା ଏହାର ପ୍ରଶଂସକମାନଙ୍କୁ ମନୋରଞ୍ଜନର ଏକ ଭିନ୍ନ ସ୍ୱାଦ ପ୍ରଦାନ କରିବ । ଏହି ଆନ୍ତଃନିୟୋଜନକାରୀ ଖେଳ ସବୁ ବ୍ୟବହାରକାରୀଙ୍କ (ଜିଓ ଅଥବା ଅଣ-ଜିଓ) ପାଇଁ ମାଗଣାରେ ଉପଲବ୍ଧ ହୋଇଛି ଏବଂ କିଛି ବୃହତ ପୁରସ୍କାର ଜିତିବାର ସୁଯୋଗ ପ୍ରଦାନ କରୁଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ପୁରୀରେ ସ୍କୁଲ୍ ହତାରେ ଜଘନ୍ୟ କାଣ୍ଡ: ନବମ ଶ୍ରେଣୀର ୨ ଛାତ୍ର ସହପାଠୀର ହାତକୁ ଛୁରୀରେ କାଟିଲେକ୍ରିକେଟପ୍ରେମୀମାନେ ସେମାନଙ୍କର ଭାବପ୍ରବଣତାକୁ ଖେଳର ଏକ ସ୍ୱତନ୍ତ୍ର ଚାଟ୍ ବାରରେ ଇମୋଜି ଷ୍ଟିକର୍ ଜରିଆରେ ପ୍ରକାଶ କରିପାରିବେ । ସାଧାରଣ କ୍ରିକେଟ୍ ପ୍ରଶଂସକମାନେ କ୍ରିକେଟ୍-ଭିତ୍ତିକ କୁଇଜରେ ନିଜ ଜ୍ଞାନର ପରିଚୟ ଦେଇପାରିବେ । ଜିଓ କ୍ରିକେଟ୍ ପ୍ଲେ-ଏଲଙ୍ଗ୍ ଖେଳ ମାଇଁ ଜିଓ ଆପ୍ ଜରିଆରେ ବ୍ୟବହାର କରାଯାଇପାରିବ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଭୁବନେଶ୍ୱରରେ ‘ମୋ ବସ୍’ କଣ୍ଡକ୍ଟର୍ ଯାତ୍ରୀଙ୍କୁ ଚଳନ୍ତା ବସ୍ରୁ ଠେଲିଦେଲା, ପାଦ ଉପରେ ଚଢ଼ିଗଲା ବସ୍ଜିଓଫୋନ ବ୍ୟବହାରକାରୀଙ୍କ ପାଇଁ ଜିଓ କ୍ରିକେଟ ଆପ୍ ପ୍ରଚଳନ
ଜିଓଫୋନ୍ ବ୍ୟବହାରକାରୀମାନେ ନୂଆ ଜିଓ କ୍ରିକେଟ୍ ଆପ୍ ଦ୍ୱାରା କ୍ରିକେଟର ଏହି ମହାଉତ୍ସବ ପାଳନରେ ସାମିଲ ହୋଇପାରିବେ । ଏହି ଆପ୍ ସବୁ ଜିଓ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ମାଗଣାରେ ଉପଲବ୍ଧ ହେଉଛି । ବ୍ୟବହାରକାରୀମାନେ ସ୍କୋର୍ ଅପ୍ଡେଟ ଦେଖିବା ସହିତ କୁଇଜରେ ଭାଗ ନେଇ ପୁରସ୍କାର ଜିତିପାରିବେ । ଉଲ୍ଲେଖଯୋଗ୍ୟ ଯେ ଅନ୍ୟ ଅପରେଟରମାନେ କେବଳ ସ୍କୋର୍ ଜାଣିବା ପାଇଁ ସେମାନଙ୍କ ଫିଚର ଫୋନ୍ ଗ୍ରାହକମାନଙ୍କୁ ଦିନକୁ ୫ ଟଙ୍କା ଚାର୍ଜ କରୁଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ହୋଲିରେ ଭୁବନେଶ୍ୱରରେ ମହିଳାଙ୍କ ଅଭାବନୀୟ କାଣ୍ଡ: ବ୍ଲେଡରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କଲେପ୍ରତି ଦିନ ଜିଓ ବ୍ୟବହାରକାରୀମାନେ ବିଭିନ୍ନ ପ୍ରତିଯୋଗିତା ଓ ଆଇପିଏଲ୍ କ୍ରୀଡ଼ା ସାମଗ୍ରୀ ଜିତିପାରିବେ । ଜିଓ ବ୍ୟବହାରକାରୀମାନେ ଚମତ୍କାର ବିଷୟବସ୍ତୁରେ ଅଂଶଗ୍ରହଣ କରିପାରିବେ ଓ ପ୍ରତି ଦିନ କ୍ରୀଡା ସାମଗ୍ରୀ ଜିତିପାରିବେ । ଉକ୍ତ ସାମଗ୍ରୀଗୁଡି଼କ ମଧ୍ୟରେ ରହିଛି ସ୍ୱତନ୍ତ୍ର ଭାବରେ ସ୍ୱାକ୍ଷର କରାଯାଇଥିବା କ୍ରିକେଟ ବ୍ୟାଟ୍ ଓ ବଲ୍, ଦଳର ଜର୍ସି ଏବଂ ତା’ ସହିତ ଜିଓ ବ୍ୟବହାରକାରୀଙ୍କ ପାଇଁ ଆହୁରି ଅନେକ କିଛି ଉପଲବ୍ଧ ହୋଇଛି ।
ଜିଓ ବ୍ୟବହାରକାରୀଙ୍କ ପାଇଁ ସବୁ ଦଳକୁ ଭେଟିବା ଓ ଅଭିନନ୍ଦନ ଜଣାଇବା ସୁଯୋଗଜିଓ ବ୍ୟବହାରକାରୀମାନେ ସବୁ ଆଠଟି ଦଳର ଖେଳାଳିମାନଙ୍କୁ ଏକ ମିଟ୍ ଓ ଗ୍ରିଟ୍ କଫି ସେସନରେ ଭେଟିବା ଏବଂ ସେମାନଙ୍କୁ ଅଭିନନ୍ଦନ ଜଣାଇବାର ସୁଯୋଗ ନେଇପାରିବେ । ଏହି ଭଳି ଅନନ୍ୟ ଫାଇଦା ବ୍ୟବହାରକାରୀଙ୍କୁ ଆଗକୁ ଆସି ସେମାନଙ୍କର ପ୍ରିୟ କ୍ରିକେଟ୍ ଖେଳାଳିଙ୍କ ନିକଟତର ହେବାକୁ ସୁଯୋଗ ଦେବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।