ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Jio ର ଦମଦାର ପ୍ଲାନ! କେବଳ ଥରେ ରିଚାର୍ଜ କରି ବର୍ଷସାରା କରନ୍ତୁ ମାଗଣା ଅସୀମିତ କଲ୍; ମିଳିବ ୨୪ ଜିବି ଡାଟା

Jio ର ଦମଦାର ପ୍ଲାନ! କେବଳ ଥରେ ରିଚାର୍ଜ କରି ବର୍ଷସାରା କରନ୍ତୁ ମାଗଣା ଅସୀମିତ କଲ୍; ମିଳିବ ୨୪ ଜିବି ଡାଟା

Jio ନିଜ ଗ୍ରାହକମାନଙ୍କ ପାଇଁ ଏପରି ଏକ ପ୍ରିପେଡ୍ ପ୍ଲାନ ପ୍ରଦାନ କରୁଛି ଯେଉଁଥିରେ ଥରେ ରିଚାର୍ଜ କଲେ ୩୩୬ ଦିନ ବୈଧତା ସମେତ ଅନେକ ଡାଟା ମଧ୍ୟ ମିଳିଥାଏ ... ଜାଣନ୍ତୁ ଏହି ପ୍ଲାନର ପୂରା ବିବରଣୀ ।

Jio ର ଦମଦାର ପ୍ଲାନ! କେବଳ ଥରେ ରିଚାର୍ଜ କରି ବର୍ଷସାରା କରନ୍ତୁ ମାଗଣା ଅସୀମିତ କଲ୍; ମିଳିବ ୨୪ ଜିବି ଡାଟା
Jio ର ଦମଦାର ପ୍ଲାନ!
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
କରୋନା ଭାଇରସ୍ (Coronavirus) ଯୁଗରେ ଅନେକ ଲୋକ ଏବେ ମଧ୍ୟ ୱାର୍କ ଫର୍ମ ହୋମ କରୁଛନ୍ତି । ଏପରି ପରିସ୍ଥିତିରେ ଯଦି ଆପଣଙ୍କର ଇଣ୍ଟରନେଟ ବ୍ୟବହାର ଅଧିକ ହେଉଥାଏ ତେବେ ରିଲାଏନ୍ସ ଜିଓ ଆପଣଙ୍କ ପାଇଁ ଅନେକ ଉନ୍ନତ ପ୍ଲାନ ପ୍ରଦାନ କରୁଛି । ପ୍ରିପେଡ୍ ବ୍ୟବହାରକାରୀଙ୍କ ପାଇଁ କମ୍ପାନୀ ଅନେକ ସ୍ୱତନ୍ତ୍ର ପ୍ଲାନ ପ୍ରଦାନ କରେ । ବିଶେଷ କଥା ହେଉଛି କମ୍ପାନୀର ପ୍ଲାନ ତାଲିକାରେ ବଜେଟ୍ ମୂଲ୍ୟର ମାଗଣା କଲିଂ ଭଳି ସୁବିଧା ମଧ୍ୟ ଦିଆଯାଇଛି । କେବଳ ଏତିକି ନୁହେଁ, ଅଧିକ ଡାଟା ଓ ଅନ୍ୟାନ୍ୟ ଲାଭ ସହିତ ଅନେକ ପ୍ଲାନଗୁଡ଼ିକର ଦୀର୍ଘ ବୈଧତା ମଧ୍ୟ ରହିଛି । ଆଜି ଆମେ ରିଲାଏନ୍ସ ଜିଓର ଏପରି ଏକ ପ୍ଲାନ ବିଷୟରେ କହୁଛୁ ଯେଉଁଥିରେ ଥରେ ରିଚାର୍ଜ କରି ପ୍ରାୟ ବର୍ଷସାରା ଲାଭ ଉଠାଇ ପାରିବେ ।

ହଁ ଆଜ୍ଞା, କମ୍ପାନୀ ୩୩୬ ଦିନର ବୈଧତା ସହ ଏକ ପ୍ଲାନ ମଧ୍ୟ ପ୍ରଦାନ କରେ । ଯେଉଁଥିରେ ଗ୍ରାହକଙ୍କୁ ମଧ୍ୟ ଅନେକ ଡାଟା ସୁବିଧା ଦିଆଯାଏ । ଜିଓର ୧,୨୯୯ ଟଙ୍କା ରିଚାର୍ଜ ପ୍ଲାନର ବୈଧତା ୩୩୬ ଦିନ ପର୍ଯ୍ୟନ୍ତ ରହିଥାଏ । ଯଦି ଆପଣ ଏହାକୁ ରିଚାର୍ଜ କରିବାକୁ ଚାହାନ୍ତି ତେବେ ଆପଣ ଏହି ପ୍ଲାନକୁ ଜିଓର ୱେବସାଇଟରେ 'Other' କେଟେଗୋରୀରେ ପାଇ ପାରିବେ । ଏହି ପ୍ରିପେଡ୍ ପ୍ଲାନରେ ଗ୍ରାହକଙ୍କୁ ସମୁଦାୟ ୨୪ ଜିବି ଡାଟା ପ୍ରଦାନ କରାଯାଉଛି ।

କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଥିବା ହାଇ ସ୍ପିଡ୍ ୨୪ଜିବି ଡାଟା ସମାପ୍ତ ହେବା ପରେ ଏହାର ସ୍ପିଡ୍ ୬୪Kbps କୁ କମିଯାଏ ।

Jio ର 1299 ଟଙ୍କା ପ୍ଲାନ (ଫଟୋ: Jio.com)


ଏହି ପ୍ଲାନରେ ଜିଓ ଆପ୍ସର ସପ୍ଲିମେଣ୍ଟାରୀ ସବସ୍କ୍ରିପସନ୍ ମିଳିଥାଏ..
କେବଳ ଏତିକି ନୁହେଁ ଉପଭୋକ୍ତାମାନେ ମାଗଣାରେ ଲାଇଭ ଆପ୍ସରେ ପ୍ରବେଶ କରିପାରିବେ । କଲିଂ ପାଇଁ, ଜିଓ-ଟୁ-ଜିଓ ଓ ଅନ୍ୟ ସମସ୍ତ ନେଟୱାର୍କକୁ ଏହି ପ୍ଲାନରେ ମାଗଣା କଲିଂର ସୁବିଧା ମଧ୍ୟ ଦିଆଯାଉଛି ।

ଏହା ସହିତ ଏହି ପ୍ଲାନରେ ୩୬୦୦ SMS ମାଗଣାରେ ଉପଲବ୍ଧ । ଏହି ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ଅସୀମିତ ଭଏସ୍ କଲ୍ ଯୋଗାଇ ଦିଆଯାଉଛି । ଅର୍ଥାତ୍ ଗ୍ରାହକମାନେ ଏହି ପ୍ଲାନକୁ ଥରେ ରିଚାର୍ଜ କରିବେ ଓ ପ୍ରାୟ ଏକ ବର୍ଷ ପାଇଁ ଡାଟା ଓ ମାଗଣା କଲିଂ ବ୍ୟବହାର କରିପାରିବେ ।

(ପ୍ରତ୍ୟାଖ୍ୟାନ: ନ୍ୟୁଜ ୧୮ ଓଡ଼ିଆ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କମ୍ପାନୀ ନେଟୱାର୍କ ୧୮ ମିଡିଆ ଓ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ ୧୮ ମିଡିଆ ଓ ଇନଭେଷ୍ଟମେଣ୍ଟ ଲିମିଟେଡ୍ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ମାଲିକାନା ଅଟେ )
Published by: Jagdish Barik
First published: March 6, 2021, 3:49 PM IST