ଓଡ଼ିଶା ମୋ ପରିବାର ପକ୍ଷରୁ ଅଭିନବ ପ୍ରୟାସ; ବସ୍ତିରେ ଆୟୋଜିତ ହେଲା ଝୋଟି ପ୍ରତିଯୋଗିତା

ଲୋପ ପାଇବାକୁ ବସିଥିବା ପରମ୍ପରା ଓ ଚଳଣିକୁ ଉଜ୍ଜିବିତ କରିବାକୁ ଅନୁ୍ଷ୍ଠାନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ପାଟଦେଇ ବସ୍ତିରେ ଗୁରୁବାର ଆୟୋଜିତ ହୋଇଯାଇଛି ମଧ ଝୋଟି ପ୍ରତିଯୋଗିତା।

ବସ୍ତିରେ ଆୟୋଜିତ ହେଲା ଝୋଟି ପ୍ରତିଯୋଗିତା (ପ୍ରତୀକାତ୍ମକ ଛବି)

ବସ୍ତିରେ ଆୟୋଜିତ ହେଲା ଝୋଟି ପ୍ରତିଯୋଗିତା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଓଡ଼ିଶା-ମୋ ପରିବାର ଅନୁଷ୍ଠାନର ପ୍ରଶଂସନୀୟ ପ୍ରୟାସ। ଲୋପ ପାଇବାକୁ ବସିଥିବା ପରମ୍ପରା ଓ ଚଳଣିକୁ ଉଜ୍ଜିବିତ କରିବାକୁ ଅନୁ୍‌ଷ୍ଠାନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ପାଟଦେଇ ବସ୍ତିରେ ଗୁରୁବାର ଦିନ ବସ୍ତି ବାସିନ୍ଦାଙ୍କ ମଧ୍ଯରେ ଆୟୋଜିତ ହୋଇଛି ଝୋଟି ପ୍ରତିଯୋଗିତା।

ମହିଳାମାନେ ନିଜ ଘର ସାମ୍ନାରେ ଝୋଟି ପକାଇବା ସହିତ ତାକୁ କିଭଳି ଅଧିକ ଆକର୍ଷଣୀୟ ହୋଇପାରିବ ସେନେଇ ମଧ୍ୟ ଉଦ୍ୟମ କରିଥିବା ଦେଖିବାକୁ ମିଳିଥିଲା । ଗୁରୁବାର ଅପରାହ୍ନରେ ପାଟଦେଇ ବସ୍ତିରେ ଅନୁଷ୍ଠିତ ଏହି ଝୋଟି ପ୍ରତିଯୋଗିତାର ସମୟସୀମା ଦୁଇ ଘଣ୍ଟା ରଖାଯାଇଥିଲା। ଏହି ସମୟ ଭିତରେ ମହିଳାମାନେ ନିଜର ଭାବନା ଅନୁସାରେ ଝୋଟି ପକାଇଥିଲେ। ମୁଖ୍ୟ କଥା ହେଉଛି ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଘରର ମହିଳାଙ୍କ ସମେତ ତେଲୁଗୁ, ବିହାରୀ ସମ୍ପ୍ରଦାୟର ମହିଳାମାନେ ମଧ୍ୟ ଭାଗ ନେଇଥିଲେ। ଏଥିପାଇଁ ଓଡ଼ିଶା ମୋ ପରିବାର ପକ୍ଷରୁ ପୂର୍ବରୁ ମହିଳାମାନଙ୍କୁ ଝୋଟି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅନୁରୋଧ କରାଯାଇଥିଲା ।

ଝୋଟି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶା ମୋ-ପରିବାର ଅନୁଷ୍ଠାନର ଅଧ୍ୟକ୍ଷ୍ୟ ଅରୂପ ପଟ୍ଟନାୟକ କହିଛନ୍ତି,"ସବୁବେଳେ ଜୀବନବିନ୍ଦୁ ଓ ଅନ୍ୟ ଏକାଧିକ କାର୍ଯ୍ୟକ୍ରମ ଚଳାଇ ଆସିଥିବା ଏହି ଅନୁଷ୍ଠାନ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ରହିଥିବା ପ୍ରତିଭାକୁ ପରିଚିତି ଦେବା ପାଇଁ ଏଭଳି ଏକ ପ୍ରୟାସ କରାଯାଇଛି । ଏଥିପାଇଁ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଥିବା  ବିଭିନ୍ନ ବସ୍ତିରେ ପ୍ରାରମ୍ଭିକ ସର୍ବେକ୍ଷଣ କରାଯାଇଥିଲା"।

ସେ କହିଛନ୍ତି ଯେ, ମହିଳମାନେ ମଧ୍ୟ ଆଗ୍ରହର ସହିତ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବାରୁ ଏହା ଆମକୁ ଉତ୍ସାହିତ କରିଛି । ଆଗକୁ ଏଭଳି କାର୍ଯ୍ୟକ୍ରମ ନିୟମିତ ଭାବେ କରାଯିବ ।

ଓଡ଼ିଶା ମୋ ପରିବାରର ଅନ୍ୟତମ କର୍ମକର୍ତ୍ତା ରୁଦ୍ର ନାରାୟଣ ମହାପାତ୍ର କହିଛନ୍ତି,"ବିଭିନ୍ନ ବସ୍ତି ବୁଲି ଲୋକଙ୍କ ମତାମତ ସଂଗ୍ରହ ସମୟରେ ଏଭଳି ପ୍ରତିଯୋଗିତା କଥା ମନକୁ ଆସିଥିଲା। ପ୍ରଥମେ ଏହି ପାଟଦେଇ ବସ୍ତିରେ ଏହା ଆରମ୍ଭ ହୋଇଥିଲା ବେଳେ ଆଗକୁ ଏହା ବିଭିନ୍ନ ବସ୍ତିରେ ଆୟୋଜନ ପାଇଁ ଯୋଜନା ରହିଛି"।
Published by:Soumya Das
First published: