୬୩ ବର୍ଷ ବୟସରେ ୪୦୦ କି.ମି. ଦୌଡ଼ିବା ଆରମ୍ଭ କରିଛନ୍ତି; ହୃଦୟରେ ସୁସ୍ଥ ଓଡ଼ିଶା ଗଠନର ମନ୍ତ୍ର

ଝାରସୁଗୁଡ଼ାରୁ ପୁରୀ ଯାଏଁ ପଦଯାତ୍ରା କରୁଥିବା ଅଭିରାମ ଶତପଥୀ ୨୦୧୬ ମସିହାରେ ଶ୍ୱାସଜନିତ ରୋଗରେ ଆକ୍ରାନ୍ତ ହେବା ପରେ ଟଙ୍କା ଅଭାବରୁ ଅପରେସନରୁ ବଞ୍ଚିତ ହୋଇଥିଲେ । ହେଲେ ଦୌଡ଼ିବା ଓ ବ୍ୟାୟାମ ଦ୍ୱାରା ସେ ଏ ପର୍ଯ୍ୟନ୍ତ ସୁସ୍ଥ ଅଛନ୍ତି ।

୬୩ ବର୍ଷ ବୟସରେ ୪୦୦ କି.ମି. ଦୌଡ଼ିବା ଆରମ୍ଭ କରିଛନ୍ତି; ହୃଦୟରେ ସୁସ୍ଥ ଓଡ଼ିଶା ଗଠନର ମନ୍ତ୍ର
ଅଭିରାମ ଶତପଥୀ; (ଡାହାଣ) ସେ ଢେଙ୍କାନାଳରେ ଡୌଡ଼ୁଛନ୍ତି
  • News18 Odia
  • Last Updated: January 19, 2021, 10:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଆଶିଷ ରଞ୍ଜନ ଶତପଥୀ | News18 Odia Digital

ଢେଙ୍କାନାଳ: କେବଳ ଦୃଢ଼ ଇଚ୍ଛା ଶକ୍ତି ବଳରେ ‘ସୁସ୍ଥ ଓଡ଼ିଶା ଗଠନ’ ମନ୍ତ୍ର ଜପ କରି ପାଦରେ ଚାଲିଚାଲି ଯାତ୍ରା କରିଚାଲିଛନ୍ତି ଜଣେ ୬୩ ବର୍ଷୀୟ ବ୍ୟକ୍ତି । ନିଶା ନିବାରଣ ଓ ଶାରୀରିକ ବ୍ୟାୟାମ ଦ୍ୱାରା ହିଁ ସୁସ୍ଥ ଓଡ଼ିଶା ଗଠନ ସମ୍ଭବ ହୋଇପାରିବ ବୋଲି ତାଙ୍କର ଆଶା ।

ଝାରସୁଗୁଡ଼ା ଜିଲ୍ଲାରୁ ପୁରୀ ପର୍ଯ୍ୟନ୍ତ ଦୀର୍ଘ ୪୦୦ କିଲୋମିଟରର ପଦଯାତ୍ରା କରିବା ପାଇଁ ମନସ୍ଥ କରି ବାହାରିଛନ୍ତି ଅଭିରାମ ଶତପଥୀ । ଗତ ୬ ତାରିଖରୁ ଏହି ଯାତ୍ରା ଆରମ୍ଭ କରି ସେ ଏବେ ଢେଙ୍କାନାଳ ପାର ହୋଇ ସାରିଛନ୍ତି । ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ସେ ଯୋଜନା କରିଛନ୍ତି । ମୁଖ୍ୟ ମନ୍ତ୍ରୀଙ୍କୁ ନିଶା ନିବାରଣ ଓ ମଦ ମୁକ୍ତ ଓଡ଼ିଶା ଗଠନର ତାଙ୍କର ପରିକଳ୍ପନା ବିଷୟରେ କହିବାକୁ ତଙ୍କର ଇଚ୍ଛା । ତା’ ପରେ ଭୁବନେଶ୍ବରରୁ ବାହାରି ପୁରୀ ଶ୍ରୀକ୍ଷେତ୍ର ଧାମରେ ଆସନ୍ତା ୨୨ ତାରିଖରେ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ଝାରସୁଗୁଡ଼ା ଫେରିଆସିବେ ସେ।

ଏହା ବି ପଢ଼ନ୍ତୁ | କରୋନା ଟିକା ନେବାର ଦିନକ ପରେ ହସପିଟାଲ୍ ାର୍ଡ଼ ବୟଙ୍କ ମୃତ୍ୟୁ ହେଲ

ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିକଟରେ ଥିବା ଦୁର୍ଲଗା ଗାଁରେ ଅଭିରାମ ଶତପଥୀଙ୍କ ଘର । ତାଙ୍କୁ ପଦଯାତ୍ରା ଓ ବିଭିନ୍ନ ସରକାରୀ ତଥା ବେସରକାରୀ ମାରାଥନରେ ଭାଗ ନେବାର ନିଶା ଘାରିଥିଲା ପାଞ୍ଚ ବର୍ଷ ତଳେ । ପୂର୍ବରୁ ଓ.ପି.ଟି.ସି.ଏଲ୍‌.ରେ ଜଣେ ଚତୁର୍ଥ ବର୍ଗ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଶତପଥୀ ପ୍ରଥମେ ପାଞ୍ଚ କିଲୋମିଟର ପାଦରେ ଚାଲିବା ଆରମ୍ଭ କରିଥିଲେ । ପରେ ଦିନକୁ ଦିନ ଏହାକୁ ବଢ଼ାଇ ଚାଲିଥିଲେ ।

ଢେଙ୍କାନାଳରେ ପହଞ୍ଚିବା ପରେ ଅଭିରାମ ଶତପଥୀ


ଏବେ ଝାରସୁଗୁଡ଼ାରୁ ପୁରୀ ଅଭିମୁଖେ 'ନିଶା ନିବାରଣ' ଓ 'ସୁସ୍ଥ ଓଡିଶା' ଏବଂ 'ସୁସ୍ଥ ଭାରତ' ଗଠନ କରିବା ଆହ୍ୱାନ ନେଇ ୪୦୦ କିଲୋମିଟରର ପଦଯାତ୍ରା ଆରମ୍ଭ କରିଛନ୍ତି ସେ । ଏ ଭଳି ପଦଯାତ୍ରା ପାଇଁ ତାଙ୍କ ପରିବାର ପକ୍ଷରୁ ସହଯୋଗ ରହିଥିବା କହିଛନ୍ତି ଶତପଥୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କି ନିର୍ଦୟ! ବାଡ଼ି ରଡ଼ରେ ପିଟି ପିଟି ଡଲଫିନକୁ ହତ୍ୟା କଲେ; VIDEO ଭାଇରାଲ ହେଲା; ଗିରଫ

‘‘୨୦୧୬ ମସିହାରେ ହଠାତ ଶ୍ୱାସଜନିତ ରୋଗରେ ଆକ୍ରାନ୍ତ ହୋଇ ମୁଁ କଟକ ବଡ଼ ମେଡିକାଲ ସହ ସମ୍ବଲପୁର ହସପିଟାଲରେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲି । ଅପରେସନ ପାଇଁ ୬୦ ହଜାର ଟଙ୍କା ଆବଶ୍ୟକ ବୋଲି ଡାକ୍ତର କହିଥିଲେ । ପରିସ୍ଥିତି ଏ ଭଳି ହୋଇ ପଡିଥିଲା ଯେ ଡାକ୍ତର ମୋ’ ବଞ୍ଚିବାକୁ ନେଇ ଭରସା ତୁଟାଇ ସାରିଥିଲେ । ହେଲେ ଟଙ୍କା ଯୋଗାଡ଼ କରି ନ ପାରିବାରୁ ମୋ’ ଅପରେସନ ହୋଇ ପାରି ନ ଥିଲା । ଏଭଳି ଅବସ୍ଥାରେ ମୋତେ ଶାରୀରିକ ବ୍ୟାୟାମ କରିବାକୁ ପରାମର୍ଶ ଦେଇଥିଲେ ମୋ’ ସମୁଦି ରବୀନ୍ଦ୍ର ନାଥ ମିଶ୍ର । ତାଙ୍କ କଥା ମାନି ମୁଁ ଦିନକୁ ପାଞ୍ଚ କିଲୋମିଟର ପ୍ରତ୍ୟେକ ଦିନ ଚାଲିବା ସହ କିଛି ଶାରୀରିକ ବ୍ୟାୟାମ ଆରମ୍ଭ କରିଥିଲି । ଫଳ ସ୍ୱରୂପ ବିନା ଚିକିତ୍ସାରେ ମୁଁ ଏବେ ବି ସମ୍ପୂର୍ଣ୍ଣ ସୁସ୍ଥ ଅଛି,’’ କହିଛନ୍ତି ଶତପଥୀ ।

ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବିରାଟ ଅନୁଷ୍କାଙ୍କ ଝିଅ ଭଲ ଅଛି; ତା ଜନ୍ମ ଦିନ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ଜନ୍ମ ଦିନ ସହ ମେଳ ଖାଉଛି

୨୦୧୭ ମସିହାରେ ପଞ୍ଚାୟତିରାଜ ଦିବସରେ ଅଭିରାମ ଶତପଥୀ ଭୁବନେଶ୍ଵରର ବିଜୁ ପଟ୍ଟନାୟକ ପାର୍କରୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ମିନି ମାରାଥନରେ ଯୋଗ ଦେଇ ନବମ ସ୍ଥାନ ଅଧିକାର କରିଥିଲେ । ତାଙ୍କର ଏହି କୃତିତ୍ୱ ପାଇଁ ମୁଖ୍ୟ ମନ୍ତ୍ରୀ ତାଙ୍କୁ ୧୦ ହଜାର ଟଙ୍କାର ଚେକ୍‌ ଓ ମାନପତ୍ର ମଧ୍ୟ ଦେଇଥିଲେ ।



ଝାରସୁଗୁଡ଼ାରୁ ବାହାରିବା ପରେ ଶତପଥୀ ଜୁଜୁମରା, ଅନୁଗୁଳ ଓ ବଇଣ୍ଡା ଦେଇ ଢେଙ୍କାନାଳ ମହାଦିଆ ପରେ ହିନ୍ଦୋଳ ରୋଡ଼ ପାର୍‌ କରି ଢେଙ୍କାନାଳରେ ଅଟକିଥିଲେ । ‘‘ମୋ’ର ଦୃଢ଼ ବିଶ୍ୱାସ ରହିଛି ଯେ ନିଶା ନିବାରଣ ତଥା ମଦମୁକ୍ତ ହେବା ଦ୍ୱାରା ଓ ନିୟମିତ ଶାରୀରିକ ବ୍ୟାୟାମ କରିବା ଦ୍ୱାରା ଆମେ ଏକ ସୁସ୍ଥ ଓଡ଼ିଶାଓ ସୁସ୍ଥ ଭାରତ ଗଠନ କରିପାରିବା,’’ ସେ କହିଛନ୍ତି ।
Published by: Anand Shankar Thankur Das
First published: January 19, 2021, 10:31 PM IST