ଝାରସୁଗୁଡା ଉପନିର୍ବାଚନ ତାତି: ହେଭିୱେଟଙ୍କ ଗହଣରେ ନାମାଙ୍କନ ଭରିଲେ ଟଙ୍କଧର

Jharsuguda byelection: ନେତା କହିଲେ ଆଇନ ଶୃଙ୍ଖଳାକୁ ପ୍ରସଂଗ କରି ଜିତିବ ପଦ୍ମକ୍ୟାମ୍ପ । କାଲି ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡିର ଦୀପାଳି ଦାସ । ସାଥିରେ ରହିବେ ବରିଷ୍ଠ । ବିକାଶକୁ ନେଇ ଲଢିବ ଶାସକ ଦଳ ।

ଝାରସୁଗୁଡା ଉପନିର୍ବାଚନ ତାତି: ହେଭିୱେଟଙ୍କ ଗହଣରେ ନାମାଙ୍କନ ଭରିଲେ ଟଙ୍କଧର

ଝାରସୁଗୁଡା ଉପନିର୍ବାଚନ ତାତି: ହେଭିୱେଟଙ୍କ ଗହଣରେ ନାମାଙ୍କନ ଭରିଲେ ଟଙ୍କଧର

  • News18 Odia
  • Last Updated :
  • Jharsuguda, India
  • Share this:
News 18 Odia Digital

ଝାରସୁଗୁଡା: ଉଷ୍ମ ହେଲା ଝାରସୁଗୁଡା ଉପନିର୍ବାଚନ (byelection) ମାହୋଲ। କଂଗ୍ରେସ ପରେ ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ। ହେଭିୱେଟଙ୍କ ଗହଣରେ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଟଙ୍କଧର। ସେପଟେ କାଲି ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ (bjd candidate) ଦୀପାଳି ଦାସ। ଆଉ ସାଥିରେ ରହିବେ ଦଳୀୟ ହେଭିୱେଟ। ଆଇନ ଶୃଙ୍ଖଳାକୁ ପ୍ରସଂଗ କରି ବିରୋଧୀ ଲଢିବାକୁ ସଜବାଜ ହେଉଥିବା ବେଳେ ବିଜେଡି କହିଛି ବିକାଶ ହେବ ମୁଖ୍ୟ ପ୍ରସଂଗ ।

ଝାରସୁଗୁଡାରେ ପାରଦ ବଢିବା ସହ ବଢିଛି ରାଜନୈତିକ ଉଷ୍ମତା। ମେ ୧୦ର ଭୋଟ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ। ନାମାଙ୍କନ ଦାଖଲ କରିବା ପୂର୍ବରୁ ବାବା ଝାଡ଼େଶ୍ୱର ମନ୍ଦିର ଏବଂ ମାଆ କନକ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରି ଆଶିଷ ନେଇଥିଲେ ଟଙ୍କଧର। ଏହାପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲା ଶୋଭାଯାତ୍ରା। ମନମୋହନ ଏମ.ଇ ସ୍କୁଲ ଗ୍ରାଉଣ୍ଡରୁ ବାହାରି ସହର ପରିକ୍ରମା କରିଥିଲା ଶୋଭାଯାତ୍ରା । ଆଉ ପ୍ରବଳ ଖରା ସତ୍ତ୍ବେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଶହ ଶହ କର୍ମୀ। ଆଉ କର୍ମୀ ଓ ନେତାଙ୍କ ଗହଣରେ ୫ କିଲୋମିଟର ଚାଲି ଚାଲି ଝାରସୁଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଟଙ୍କଧର। ହେଭିୱେଟଙ୍କ ଗହଣରେ ଅପରାହ୍ନ ଗୋଟିଏରେ ଦାଖଲ କରିଥିଲେ ନାମାଙ୍କନ। ପ୍ରାର୍ଥିପତ୍ର ଦାଖଲ ବେଳେ ଉପସ୍ଥିତ ଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିଧାୟକ ମୁକେଶ ମହାଲିଙ୍ଗଙ୍କ ଭଳି ନେତା। ବିଜେପି କହିଛି ଉପନିର୍ବାଚନ ଏକ ଭିନ୍ନ ମୋଡ଼ ନେବ ଏବଂ ମୁଖ୍ୟତଃ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଏକ ବଡ଼ ପ୍ରସଙ୍ଗ ରହିବ। ରାଜ୍ୟ ସରକାରକୁ ଉଚିତ ଜବାବ ଦେବେ ଝାରସୁଗୁଡାବାସୀ ଏବଂ ବିଜୟୀ ହେବେ ବିଜେପି ପ୍ରାର୍ଥୀ ଟଙ୍କଧର ।

ଅନ୍ୟପଟେ ମଙ୍ଗଳବାର ଦିନ ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ନାମାଙ୍କନ ବେଳେ ଉପସ୍ଥିତି ରହିବେ ଝାରସୁଗୁଡା ଉପନିର୍ବାଚନ ଦାୟିତ୍ୱ ରେ ଥିବା ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରାସଦ ମିଶ୍ର ଓ ସାରଦା ନାୟକଙ୍କ ସମେତ ଅନ୍ୟ ହେଭିୱେଟ। ଅପରାହ୍ନ ୧୨ଟାରୁ ଗୋଟାଏ ମଧ୍ୟରେ ଦୀପାଳି ନାମାଙ୍କନ ଦାଖଲ କରିବା କାର୍ଯ୍ୟକ୍ରମ ରହିଛି। ସେପଟେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକଙ୍କ ନିକଟତର ହେଉଛନ୍ତି ଦୀପାଳି। ସେପଟେ ବିଜେଡି କହିଛି ବିଜେପି ଯେଉଁ ଆଇନଶୃଙ୍ଖଳା ପ୍ରସଙ୍ଗ ନିର୍ବାଚନରେ ଉଠାଉଛି ତାହା ଚାଲୁଣି ପୁଣି କହୁଛି ଛୁଞ୍ଚିକୁ କହିବା ସଦୃଶ୍ୟ ।

ସେପଟେ କଂଗ୍ରେସ କହିଛି ଝାରସୁଗୁଡ଼ା ମାଟିର ପୁଅ ହେଇଥିବାରୁ ତରୁଣ ପାଣ୍ଡେଙ୍କ ସପକ୍ଷରେ ଯିବ ଅନୁକମ୍ପା ଭୋଟ। ନବ ଦାସ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହୋଇନଥିବାରୁ କଂଗ୍ରେସ ଏହାକୁ ମୁଖ୍ୟ ନିର୍ବାଚନୀ ପ୍ରସଂଗ କରିବ। ମଙ୍ଗଳବାର ସରିବ ପ୍ରମୁଖ ପ୍ରାର୍ଥୀଙ୍କ ନାମାଙ୍କନ। ଆଉ ତାପରେ ଆରମ୍ଭ ହେବ ଗ୍ରାଉଣ୍ଡରେ ଫାଇଟ। ସିଟ୍ ବଜାୟ ରଖିବାକୁ ଦମ ଲଗାଇବ ବିଜେଡି। ଗଡ ଫେରି ପାଇବାକୁ ବଳ କଷିବ କଂଗ୍ରେସ। ଆଉ ଝାରସଗୁଡାରେ ପ୍ରଥମ ଥର ପଦ୍ମ ଫୁଟାଇବା ଲକ୍ଷ୍ୟରେ ରହିବ ବିଜେପି ।

ଏହି ଖବର ପଢ଼ନ୍ତୁ -  ମଦ୍ୟପ ବ୍ୟକ୍ତିଙ୍କ କାରଣରୁ ମତେ ସିନେମା ଅଫର ମିଳୁନଥିଲା- କୋଏଲ ବାନାର୍ଜୀ
Published by:Soubhagya Mishra
First published: