Jharsuguda By polls : ଉଷ୍ମ ହେଉଛି ଝାରସୁଗୁଡା ରାଜନୀତି : କାହିଁକି ଝାଡୁ ମାରିଲେ ଦୀପାଲି ଦାସ ?

Jharsuguda By polls : ଉଷ୍ମ ହେଉଛି ଝାରସୁଗୁଡା ରାଜନୀତି : କାହିଁକି ଝାଡୁ ମାରିଲେ ଦୀପାଲି ଦାସ ?

Jharsuguda By polls : ଉଷ୍ମ ହେଉଛି ଝାରସୁଗୁଡା ରାଜନୀତି : କାହିଁକି ଝାଡୁ ମାରିଲେ ଦୀପାଲି ଦାସ ?

  • News18 Odia
  • Last Updated :
  • Odisha (Orissa), India
  • Share this:
News 18 Odia Digital

ଝାରସୁଗୁଡା : ଝାରସୁଗୁଡା ଆସନ୍ତାକାଲି ଝାରସୁଗୁଡା ଉପନିର୍ବାଚନ ( Jharsuguda Byelection) ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ଦୀପାଲି ଦାସ ( Deepali Das )। ତା ଆଗରୁ ଆଜି ଦେଖିବାକୁ ମିଳିଛି ନିଆରା ଦୃଶ୍ଯ । ଭୋଟ ସମୟ ପାଖେଇ ଆସିଲେ ନେତାଙ୍କୁ ବିଭିନ୍ନ ସ୍ଥାନରେ ନୂଆ କିଛି କରିବାର ଦେଖିବାକୁ ମିଳିଥାଏ ।

ଏହି ସମୟରେ ଆସିଛି ଝାରସୁଗୁଡା ପାଇଁ ବିଜେଡିର ପ୍ରାର୍ଥୀ ଦୀପାଳି ଦାସଙ୍କ ( Deepali Das ) ଝାଡୁ ମାରୁଥିବାର ଦୃଶ୍ଯ । ଦୀପାଳି ଆଜି ଝାରସୁଗୁଡ଼ାରେ ଝାଡେଶ୍ବର ମନ୍ଦିରରେ ଝାଡୁ ମାରିଥିଲେ । ମନ୍ଦିର ପରିସରରେ ପଡିଥିବା ଅଳିଆ ଗୁଡିକୁ ନଡିଆ ଝାଡୁରେ ସଫା କରିଥିଲେ ଦୀପାଳି ଦାସ । ଏ ଅବସରରେ ଦୀପାଳି ( Deepali Das ) ବେଶ୍ ଖୁସି ଥିବା ଦେଖିବାକୁ ମିଳିଥିଲା । ଦୀପାଳିଙ୍କ ସହିତ ଅନେକ ସମର୍ଥକ ମଧ୍ୟ ମନ୍ଦିର ଦର୍ଶନ କରିଥିଲେ ।

ପଢନ୍ତୁ ଏହି ଖବର : ଜାତୀୟ ରାଜପଥରେ ସିଏନଜି୍‌ ଗ୍ୟାସ୍‌ ଲିକ୍‌; ଧୂଆଁମୟ ହେଲା ପୁରା ରାସ୍ତା

ସେପଟେ ଝାରସୁଗୁଡାରେ ନାମାଙ୍କନର (Jharsuguda Byelection) ପର୍ବ ଚାଲିଛି । କଂଗ୍ରେସ ପରେ ଆଜି ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି ବିଜେପିର (Bjp) ଟଙ୍କଧର ତ୍ରିପାଠୀ ( tankadhar tripathy ) । ବିଜେପିର ବରିଷ୍ଠ ନେତୃମଣ୍ଡଳୀଙ୍କ ଗହଣରେ ଉପ ଜିଲ୍ଲାପାଳଙ୍କ ଅଫିସ୍‌ରେ ନାମାଙ୍କନ ଦାଖଲ କରିବେ ଟଙ୍କଧର। ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମାଆ କନକ ଦୁର୍ଗା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି ଟଙ୍କଧର । ସ୍ତ୍ରୀଙ୍କ ସହ ମନ୍ଦିରକୁ ଯାଇ ମାଆଙ୍କୁ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଇଛନ୍ତି ।

ପଢନ୍ତୁ ଏହି ଖବର :  Covid-19 Update : ଡରାଉଛି କୋରୋନା; ୭ ଦିନରେ ୮୧% ନୂଆ ମାମଲା

ଏହାପରେ ନାମାଙ୍କନ ଦାଖଲ ପାଇଁ ଝାରସୁଗୁଡ଼ା ମନମୋହନ ସ୍କୁଲ ନିକଟରୁ ଶୋଭାଯାତ୍ରାରେ ବାହାରିଛନ୍ତି । ଦଳର ହେଭିୱେଟ ନେତା, ସାଂସଦ ବିଧାୟକ ଓ ଶହ ଶହ କର୍ମୀଙ୍କ ଗହଣରେ ବିରାଟ ଶୋଭାଯତ୍ରା ସହର ପରିକ୍ରମା କରିବ । ପରେ ଉପଜିଲ୍ଲାପାଳଙ୍କ ଅଫିସ୍‌ରେ ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ଏହି ସମୟରେ ସାଂସଦ ଜୁଏଲ ଓରାମ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ଦଳର ବରିଷ୍ଠ ନେତା କେ.ଭି ସିଂହଦେଓ ପ୍ରମୁଖ ଉପସ୍ଥିତ ରହିଛନ୍ତି ।

ଅନ୍ୟପକ୍ଷରେ  ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦୁଇ ଦିନ ପୂର୍ବରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ। ତରୁଣ ହେଉଛନ୍ତି ୩ ଥରର ଝାରସୁଗୁଡ଼ା ବିଧାୟକ ସ୍ବର୍ଗତ ବୀରେନ୍ ପାଣ୍ଡେଙ୍କ ପୁଅ। ସେ ନିଜର ସମର୍ଥକ ଓ ବରିଷ୍ଠ ନେତାଙ୍କ ସହ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ଭରିଛନ୍ତି। ଏହି ପ୍ରାର୍ଥୀପତ୍ର ଦାଖଲ ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ।
Published by:Sujit Swain
First published: