News18 Odia Digital
ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ(Jharsuguda Byelection) ପାଇଁ ଆଜି ଆନୁଷ୍ଠାନିକ ଭାବେ ଟିକେଟ୍ ନେଲେ ବିଜେଡି(BJD) ପ୍ରାର୍ଥୀ ଦୀପାଳି ଦାସ(Deepali Das) । ବିଜେଡି ସୁପ୍ରିମୋଙ୍କ ଆଶୀର୍ବାଦ ନେବା ସହ ନବୀନ ପଟ୍ଟନାୟକ(Naveen Patnaik)ଙ୍କୁ ଗୌରବାନ୍ବିତ କରିବେ ବୋଲି କହିଛନ୍ତି ଦୀପାଳି ।
"ମୁଁ ମୁଖ୍ଯମନ୍ତ୍ରୀଙ୍କ ଆର୍ଶୀବାଦ ନେଇଛି। ବିଜୟ ନେଇ ମୁଁ ସମ୍ପୂର୍ଣ୍ଣ ଆଶାବାଦୀ । ଯେଉଁମାନେ କହୁଛନ୍ତି ଝାରସୁଗୁଡାର ବିକାଶ ହୋଇନି ସେମାନେ ଅନ୍ଧ ବୋଲି କହିବି। ଆମ ଅଞ୍ଚଳରେ ବିମାନ ବନ୍ଦରଠୁ ନେଇ ପାନୀୟ ଜଳ ଭଳି ଅନେକ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସମ୍ଭବ ହୋଇଛି", ନବୀନ ନିବାସରୁ ଟିକେଟ ନେଇ ଫେରିବା ସମୟରେ ଏଭଳି ରଖିଛନ୍ତି ବିଜେଡ଼ି ପ୍ରାର୍ଥିନୀ ଦୀପାଳି ଦାସ । ଆଜି ଦୀପାଳି ଭାଇ ବିଶାଲଙ୍କ ସହ ପହଞ୍ଚି ନବୀନ ପଟ୍ଟନାୟକଙ୍କଠାରୁ ଟିକେଟ୍ ନେଇଛନ୍ତି ।
ଝାରସୁଗୁଡ଼ା ଉପନିର୍ବାଚନର ବିଜେଡି ପ୍ରାର୍ଥୀ ଘୋଷଣା; ନିର୍ବାଚନ ଲଢ଼ିବେ ଦୀପାଳି ଦାସଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମଗ୍ର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। ଆଜି ନବୀନ ନିବାସ ଆସି ଟିକେଟ ନେଇଛନ୍ତି ବିଜେଡ଼ି ପ୍ରାର୍ଥୀ ଦୀପାଳି ଦାସ। ୧୮ ତାରିଖରେ ଦୀପାଳି ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଘୋଷଣା ହୋଇଛି।
ଅନ୍ଯପଟେ ମେ ୧୦ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଠାରୁ ଝାରସୁଗୁଡାରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଆଜି କଂଗ୍ରେସ ପକ୍ଷରୁ ତରୁଣ ପାଣ୍ଡେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାଯାଇଛି। ପ୍ରାର୍ଥୀପତ୍ର ଦାଖଲ ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁର ରାଉତରାୟ, ରାଜନ ଏକ୍କା, ଅଧିରାଜ ପାଣିଗ୍ରାହୀ ଓ ସନ୍ତୋଷ ସିଂ ସାଲୁଜା ଓ ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ବିଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଆସନ୍ତା ୧୭ ତାରିଖରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିବେ ଶୁଣା ଯାଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।