ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି ଝାରସୁଗୁଡ଼ାର ଏସିଡ ପୀଡ଼ିତା; ନ୍ୟାୟ ପାଇଁ ଅପେକ୍ଷା

Acid Attack Case: ନିକଟରେ ଏସିଡ଼ ମାଡ଼ର ଶିକାର ହୋଇଥିଲେ ଝାରସୁଗୁଡ଼ା ବରିହାପଡା ବାସିନ୍ଦା ମୋହୀନ ବାଗ। ଏବେ ମୃତ୍ୟୁ ସହ ସଙ୍ଘର୍ଷ କରୁଥିବା ପୀଡ଼ିତା ନ୍ୟାୟ ପାଇଁ କରିଛନ୍ତି ଅପେକ୍ଷା।

ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି ଝାରସୁଗୁଡ଼ାର ଏସିଡ ପୀଡ଼ିତା

ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି ଝାରସୁଗୁଡ଼ାର ଏସିଡ ପୀଡ଼ିତା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

କଟକ: ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଆଇସିୟୁ ବେଡରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଝାରସୁଗୁଡ଼ା ବରିହାପଡା ବାସିନ୍ଦା ମୋହୀନ ବାଗ। ଏସିଡ ମାଡ଼ ଯୋଗୁଁ ଜଳି ଯାଇଛି ତାଙ୍କ ବେକ ଠାରୁ ଗୋଡ ପର୍ଯ୍ୟନ୍ତ ଅଂଶ।

ଶରୀରର ପ୍ରାୟ ୮୦ ପ୍ରତିଶତ ଭାଗକୁ ବ୍ୟାଣ୍ଡେଜ କରାଯାଇଛି। ନିଜେ କିଛି କାର୍ଯ୍ୟ କରିବାକୁ ଅସମର୍ଥ ହୋଇ ପଡ଼ିଥିବା ଏହି ୩୪ ବର୍ଷୀୟା ମହିଳାଙ୍କ ପାଇଁ ମେଡିକାଲର ସେବିକା ଓ ପରିବାର ଲୋକେ ହିଁ ପାଲଟିଛନ୍ତି ସାହାରା।

ମୋହୀନିଙ୍କ ସ୍ବସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ସ୍ବତନ୍ତ୍ର ଡାକ୍ତରୀ ଟିମ। ନିୟମିତ ବ୍ୟବଧାନରେ ଡ୍ରେସିଂ ଜାରି ରହିଥିବା ବେଳେ ତାଙ୍କୁ ଆବଶ୍ୟକ ହେଉଥିବା ସମସ୍ତ ଚିକିତ୍ସା ସୁବିଧା ମେଡିକାଲ ପକ୍ଷରୁ ଯୋଗାଇ ଦିଆଯାଉଥିବା କହିଛନ୍ତି ଡାକ୍ତର।

ତେବେ ଶରୀରର ଅନେକ ଅଂଶରେ ଏସିଡର ପ୍ରଭାବ ଥିବାରୁ ମୋହିନୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଚିକିତ୍ସା କରାଯାଉଥିବା କହିଛନ୍ତି ତାଙ୍କ ଚିକିତ୍ସା କରୁଥିବା ଡାକ୍ତର।

"ଏବେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ପୂର୍ବ ଅପେକ୍ଷା ଭଲ ଅଛି। ବିଭିନ୍ନ ପର୍ଯ୍ୟାୟରେ ତାଙ୍କର ଚିକିତ୍ସା କରାଯିବ। ସେ ସମ୍ପୂର୍ଣ୍ଣ ଠିକ ହେବାକୁ ପ୍ରାୟ ଦୁଇ ମାସ ସମୟ ଲାଗିପାରେ," କହିଛନ୍ତି ମୋହିନୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ବିଶ୍ବାଜିତ ମିଶ୍ର।

ପ୍ରକାଶ ଥାଉକି ଚଳିତ ମାସ ୭ ତାରିଖ ଦିନ ମୋହିନୀ ଏସିଡ ମାଡ଼ର ଶିକାର ହୋଇଥିଲେ। ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକର ଅର୍ଡା ସରକାରୀ ହାଇସ୍କୁଲରେ ପିଅନ ଭାବେ କାର୍ଯ୍ୟ କରୁଥିବା ମୋହିନୀ ୭ ତାରିଖ ଅପରାହ୍ନ ସ୍କୁଲରୁ ଫେରୁଥିବା ସମୟରେ ଘଟିଥିଲା ଏହି ଅଘଟଣ।

ନିଜ ସ୍କୁଟି ଏକାକି ଘରକୁ ଫେରୁଥିବା ମୋହିନୀଙ୍କୁ କାଦୋବାହାଲ ଜଙ୍ଗଲ ମେଟାକାନି ମନ୍ଦିର ନିକଟରେ ଅଟକାଇ ଥିଲେ ଦୁଇ ଅଜଣା ଯୁବକ। ସେ କିଛି ବୁଝିବା ପୂର୍ବରୁ ଦୁଇଜଣ ଯୁବକ ସାଙ୍ଗରେ ଆଣିଥିବା ଏକ ଏସିଡ଼ ବୋତଲରୁ ମୋହିନୀଙ୍କ ଉପରେ ଏସିଡ ଫିଙ୍ଗି ଫେରାର ହୋଇଯାଇଥିଲା।

ଏନେଇ ପରିବାର ଲୋକେଙ୍କ ଏତଲା ଆଧାରରେ ଲୋଇକେରା ଥାନା ପୋଲିସ ଏକ ମାମଲା ରୁଜୁ କରି ଥିଲେ ମଧ୍ୟ ଘଟଣା ଘଟିବାର ତିନି ସପ୍ତାହ ପରେ ମଧ୍ୟ ନା ଜଣା ପଡ଼ିଲା ଏସିଡ ଆକ୍ରମଣର କାରଣ ନାଁ ଚିହ୍ନା ପଡ଼ିଛନ୍ତି ଅଭିଯୁକ୍ତ।

ପଢ଼ନ୍ତୁ ଏହି ଖବର:  କାଲି ଚରାଉଥିଲେ ଗୋରୁ ଗାଈ, ଆଜି ବୈଜ୍ଞାନିକ; ଏମିତି ଥିଲା ଶେଷ କିସାନଙ୍କ କାହାଣୀ

ତେବେ ଏଠାରେ ପ୍ରଶ୍ନ ଉଠୁଛି ଜଣେ ବିଧବା ମହିଳା ତଥା ଦୁଇଟି ସନ୍ତାନଙ୍କ ଜନନୀଙ୍କୁ ଏସିଡ ମାଡ଼ କରିବାର ଉଦ୍ଦେଶ୍ୟ କଣ? ପୂର୍ବ ଶତ୍ରୁତା ନା ଏହା ପଛରେ ରହିଛି ଆଉ କିଛି କାରଣ। ଯାହାର ଖୁଲାସା ଏପର୍ଯ୍ୟନ୍ତ ହୋଇପାରିନାହିଁ।

ଏସିଡ ଆକ୍ରମଣ ଯୋଗୁଁ ଏକ ପ୍ରକାର ବିକଳାଙ୍ଗ ପାଲଟି ଯାଇଥିବା ମୋହୀନି ଏସସବି ଆଇସିୟୁ ବେଡ ପଡ଼ି ପଡ଼ି ନ୍ୟାୟକୁ ଅପେକ୍ଷା କରିଛନ୍ତି। ତେବେ ତାଙ୍କୁ ଏସିଡ ଆକ୍ରମଣ କରିଥିବା ଅଭିଯୁକ୍ତ କେବେ ଧରା ପଡ଼ିବେ। କେବେ ତାଙ୍କୁ ନ୍ୟାୟ ମିଳୁଛି ଏବେ ତାକୁ ହିଁ ଅପେକ୍ଷା।
Published by:Lipina Das
First published: