News18 Odia Digital
Jharsuguda by election: ସମସ୍ତଙ୍କୁ ପଛରେ ପକାଇଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ବହୁମତ ପାଇଁ ବିଜୟ ମୁକୁଟ ପିନ୍ଧିଥିଲେ ଦୀପାଳି। କାଟିଲେ ବାପା ତଥା ଦିବଂଗତ ନେତା ନବ ଦାସଙ୍କ ରେକର୍ଡ।
ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର ଓ ଜଣେ ସହାୟକ ରହିବେ । ଏଥିସହ ଜଣେ ମାଇକ୍ରୋ ଅବଜର୍ଭର ରହିବେ । ଗ୍ରାଉଣ୍ଡୱାରୀ ଫଳାଫଳ ଘୋଷଣା ଲାଗି ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ଟେବୁଲରେ ପ୍ରାର୍ଥୀ ତାଙ୍କର ଏଜେଣ୍ଟ ଦେଇପାରିବେ ।
ସେହିପରି ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟ କାଉଣ୍ଟିଂ ସେଣ୍ଟରରେ ଉପସ୍ଥିତ ରହିପାରିବେ । ସାଧାରଣ ଲୋକ ମଧ୍ୟ ସିଧାସଳଖ ଫଳାଫଳ ଜାଣିପାରିବେ ।
http://www.result.eci.gov.in କୁ ଲଗ୍ ଇନ୍ କରି ରାଉଣ୍ଡୱାରୀ ଫଳାଫଳ ଜାଣି ହେବ । ଫଳାଫଳ ଜାଣିବାକୁ ସିଇଓ ଅଫିସରେ ମଧ୍ୟ ବ୍ୟବସ୍ଥା ହୋଇଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।
ଭୋଟ ଗଣତି କେନ୍ଦ୍ରରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭିତରେ ଅର୍ଦ୍ଧ ସୁରକ୍ଷା ବଳ, ରାଜ୍ୟ ସଶସ୍ତ୍ର ପୋଲିସ ଓ ଓଡ଼ିଶା ପୋଲିସ ନିୟୋଜିତ ରହିଛନ୍ତି । ଜିଲ୍ଲାପାଳଙ୍କ ସହ ଏସ୍ପି ଇଭିଏମ୍ ଓ ଭିଭିପାଟ୍ ରହିଥିବା ଷ୍ଟ୍ରଙ୍ଗରୁମ୍ ବୁଲି ଦେଖିବା ସହ ତ୍ରିସ୍ତରୀୟ ସୁରକ୍ଷା ଵ୍ୟଵସ୍ଥାର ଯାଞ୍ଚ କରିଛନ୍ତି। ସମଗ୍ର ଷ୍ଟ୍ରଙ୍ଗରୁମ୍ ଏରିଆ ସିସି ଟିଭି ସ୍କାନରରେ ରଖାଯାଇଛି ।
କାଉଣ୍ଟିଂରେ ନିଯୁକ୍ତି ଅଧିକାରୀମାନଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦ୍ଵିତୀୟ ରାଉଣ୍ଡ ଟ୍ରେନିଂ ଦିଆଯାଇଛି । କାଉଣ୍ଟିଂ ପାଇଁ ୨୦ ଜଣ ସୁପରଭାଇଜର, ୨୦ ଜଣ ଅସିଷ୍ଟାଣ୍ଟ ଏବଂ ୨୦ ଜଣ ପର୍ଯ୍ୟବେକ୍ଷକ ରହିବେ । ପ୍ରତି ଟେବୁଲରେ କାଉଣ୍ଟିଂ ଅନୁସାରେ ଅଧିକାରୀ ନିୟୋଜିତ ହେବେ ବୋଲି ଝାରସୁଗୁଡ଼ା ଜିଲ୍ଲାପାଳ କହିଛନ୍ତି । ଝାରସୁଗୁଡ଼ା ଜନାଦେଶ କାହା ସପକ୍ଷରେ ଯାଇଛି, ତାକୁ ନେଇ ବଢ଼ି ଚାଲିଛି ଉତ୍କଣ୍ଠା । ଶନିବାର ଭୋଟ୍ ଗଣତି ଉପରେ ଅଟକିଛି ସମସ୍ତଙ୍କ ନଜର ।
ଦ୍ବିତୀୟ ରାଉଣ୍ଡରେ ବି ବିଜେଡି ଆଗୁଆ। ଦ୍ବିତୀୟ ରାଉଣ୍ଡରେ ବିଜେଡି ୫୩୧୨ରେ ଆଗୁଥିବା ବେଳେ ବିଜେପିକୁ ମିଳିଛି ୩୫୦୮ ଭୋଟ। ସେହିପରି କଂଗ୍ରେସକୁ ୧୦୪ ଭୋଟ ମିଳିଛି।
ତୃତୀୟ ରାଉଣ୍ଡରେ ବିଜେଡିକୁ ୬୨୮୭, ବିଜେପିକୁ ୩୧୬୪ ଓ କଂଗ୍ରେସକୁ ମିଳିଛି ୨୫୮ ଭୋଟ। ତୃତୀୟ ରାଉଣ୍ଡ ସୁଦ୍ଧା ବିଜେ଼ଡି ୭୬୩୩ ଭୋଟରେ ଆଗୁଆ।
ଚତୁର୍ଥ ରାଉଣ୍ଡରେ ବିଜେଡିକୁ ୬୦୭୨, ବିଜେପିକୁ ୩୫୨୭ ଭୋଟ୍ ଓ କଂଗ୍ରେସକୁ ମିଳଛି ୩ ଶହ ଭୋଟ । ଚତୁର୍ଥ ରାଉଣ୍ଡ ସୁଦ୍ଧା ୧୦୧୭୮ ଭୋଟ୍ରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗୁଆ।
ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡିକୁ ୨୩୬୧୫ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୧୩୪୩୭ ଭୋଟ୍ ଓ କଂଗ୍ରେସ ୮୨୬ ଖଣ୍ଡ ଭୋଟ୍ ପାଇଛି।
ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି ୧୩୫୪୫ ଭୋଟ୍ରେ ଆଗୁଆ । ପଞ୍ଚମ ରାଉଣ୍ଡରେ ବି ବିଜେଡିକୁ ଅଧିକ ଭୋଟ । ଦୀପାଳି ଦାସ ୬୪୩୫ ଭୋଟ୍ ପାଇଥିବା ବେଳେ ବିଜେପିର ଟଙ୍କଧର ୩୦୬୮ ଭୋଟ୍ ଓ କଂଗ୍ରେସକୁ ୩୨୯ ଭୋଟ୍ ମିଳିଛି।
ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ୧୫୭୫୧ ଭୋଟରେ ଆଗୁଆ, ବିପେଜିକୁ ୩୩୫୩ ଓ କଂଗ୍ରେସକୁ ୭୮୯ ଭୋଟ ମିଳିଛି। ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ୧୮ ହଜାର ୧୩୦ ଭୋଟ୍ରେ ଆଗୁଆ । ସପ୍ତମ ରାଉଣ୍ଡରେ BJDକୁ 4586 ଭୋଟ୍ ମିଳିଥିବା ବେଳେ। BJPକୁ ୨୨୦୭ ଭୋଟ୍ ଓ କଂଗ୍ରେସକୁ ୪୧୬ ଭୋଟ୍ ମିଳିଛି ।
ଝାରସୁଗୁଡା ଉପ ନିର୍ବାଚନ ଗଣତି କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳଙ୍କ ସୂଚନା, ଷଷ୍ଠ ରାଉଣ୍ଡ ସୁଦ୍ଧା
ବିଜେଡି -60%
ବିଜେପି -34%
କଂଗ୍ରେସ -1.8%
ଅନନ୍ୟା -2%
ନୋଟା -1%
ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡି ୨୧ ହଜାର ୬୬୬ ଭୋଟ୍ରେ ଆଗୁଆ । ଅଷ୍ଟମ ରାଉଣ୍ଡରେ ବିଜେଡିକୁ 7003, ବିଜେପିକୁ 3583 ଓ କଂଗ୍ରେସକୁ 326 ଭୋଟ୍ ମିଳିଛି ।
ନବମ ରାଉଣ୍ଡ ସୁଦ୍ଧା ବିଜେଡି ୨୩ ହଜାର ୫୯୦ ଭୋଟ୍ରେ ଆଗୁଆ । ନବମ ରାଉଣ୍ଡ ସୁଦ୍ଧା BJDକୁ ୫୧୭୮୦ ଭୋଟ୍ ମିଳିଥିବା ବେଳେ BJPକୁ ୨୮୧୯୦ ଓ କଂଗ୍ରେସକୁ 2823 ଭୋଟ୍ ମିଳିଛି।
ଦଶମ ରାଉଣ୍ଡ ସୁଦ୍ଧା BJDର ଦୀପାଳି ଦାସ 25484 ଭୋଟରେ ଆଗୁଆ । ଦଶମ ରାଉଣ୍ଡ ସୁଦ୍ଧା ବିଜେଡି ୫୭୬୫୦ ଭୋଟ୍ ପାଇଥିବା ବେଳେ ବିଜେପି ୩୨୧୬୬ ଓ କଂଗ୍ରେସ ୩୦୬୬ ଭୋଟ୍ ପାଇଛି ।
୧୧ତମ ରାଉଣ୍ଡ ପରେ ବିଜେଡିର ଦୀପାଳି ଦାସ ୨୮ ହଜାର ୨୭୦ ଭୋଟରେ ଆଗୁଆ । ଏକାଦଶ ରାଉଣ୍ଡ ସୁଦ୍ଧା ବିଜେଡି ୬୩୫୧୩। ବିଜେପି ୩୫୩୮୮ ଭୋଟ୍ ଓ କଂଗ୍ରେସ ୩୨୦୮ ଭୋଟ୍ରେ ଆଗୁଆ।
ଝାରସୁଗୁଡା ଉପନିର୍ବାଚନରେ ବିଜେଡିର ଲିଡ୍ ବଢ଼ି ଚାଲିଛି । ଦ୍ବାଦଶ ରାଉଣ୍ଡ ସୁଦ୍ଧା ବିଜେଡି ୩୧୪୪୦ ଭୋଟ୍ରେ ଆଗୁଆ ।
୧୨ତମ ରାଉଣ୍ଡ ସୁଦ୍ଧା
ବିଜେଡି - 71076
ବିଜେପି - 39636
କଂଗ୍ରେସ - 3439
ଝାରସୁଗୁଡା ଉପନିର୍ବାଚନରେ ବିଜେଡିର ଲିଡ୍ ବଢ଼ି ଚାଲିଛି । ୧୩ ରାଉଣ୍ଡ ସୁଦ୍ଧା ବିଜେଡି 34295 ଭୋଟ୍ରେ ଆଗୁଆ ।
୧୩ ତମ ରାଉଣ୍ଡ ସୁଦ୍ଧା
ବିଜେଡି - 76939
ବିଜେପି - 42689
କଂଗ୍ରେସ - 3634
ଝାରସୁଗୁ଼ଡ଼ା ଉପନିର୍ବାଚନରେ ବିଜୟ ମୁହାଁ ବିଜେଡି । ୧୯ ରାଉଣ୍ଡରୁ ୧୫ ରାଉଣ୍ଡର ଫଳ ଆସି ସାରିଛି । ପଞ୍ଚଦଶ ରାଉଣ୍ଡ ସୁଦ୍ଧା ବିଜେଡି। ୪୦୧୫୨ ଭୋଟ୍ରେ ଆଗୁଆ ରହିଛନ୍ତି ।
ଝାରସୁଗୁଡ଼ାରେ ବିଜେଡିର ଦୀପାଳି ଦାସଙ୍କ ବିପୁଳ ବିଜୟ ନିଶ୍ଚିତ । ୧୬ ରାଉଣ୍ଡ ସୁଦ୍ଧା ବିଜେଡି ୪୨୩୯୫ ଭୋଟ୍ରେ ଆଗୁଆ । ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ୯୫୩୨୬ ଭୋଟ୍, ବିଜେପି ୫୧୯୩୧ ଓ କଂଗ୍ରେସ ୪୧୩୩ ଭୋଟ୍ରେ ଆଗୁଆ।
ଝାରସୁଗୁଡ଼ା ନିର୍ବାଚନ ରେକର୍ଡ ସଂଖ୍ୟକ ଭୋଟ୍ରେ ଜିତିଲେ ବିଜେଡିର ଦୀପାଳି ଦାସ । ଦୀପାଳି 48619 ଭୋଟ୍ରେ ଜିତିଲେ । ବିଜେଡିକୁ ମୋଟ୍ ୧ ଲକ୍ଷ ୭ ହଜାର ୩ ଭୋଟ ମିଳିଛି ।