News18 Odia Digital
ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ(Jharasuguda By Election)ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ଏହା ପରେ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରଚାର । ତିନି ପ୍ରମୁଖ ଦଳ ନିଜ ନିଜ ଢ଼ଙ୍ଗରେ ଆରମ୍ଭ କରିଦେଇଛନ୍ତି ପ୍ରଚାର । ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ବିଭିନ୍ନ ଋଣନୀତି ଆପଣାଉଛନ୍ତି ନେତା । ବିଜେପି(BJP) ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରୁଥିବା ବେଳେ ବିଜେଡି ଓ କଂଗ୍ରେସ କର୍ମୀ ସମ୍ମିଳନୀ କରି ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ ଚଳାଇଛନ୍ତି ।
ଆଜି ବିଜେଡ଼ି ପ୍ରାର୍ଥୀନୀ ଦୀପାଳି ଦାସ(Deepali Das) ଝାରସୁଗୁଡ଼ା ପୌରାଞ୍ଚଳ ସ୍ଥିତ ବଢ଼େଇମୁଣ୍ଡା ଠାରେ ନବକିଶୋର ଦାସ ମେମୋରିଆଲ ନାଇଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ନିଜର ପ୍ରଚାର କରିଛନ୍ତି । ଏପରିକି ସେ ବ୍ୟାଟିଂ ଓ ବୋଲିଂ କରୁଥିବାର ନଜର ଆସିଛି।
କିଛି ଦିନ ପୂର୍ବରୁ ରାମ ନବମୀରେ ଖଣ୍ଡା ବୁଲାଇ ଚର୍ଚ୍ଚାକୁ ଆସିଥିଲେ ଦୀପାଳି ଦାସ। ଶ୍ରୀ ରାମନବମୀ ଅବସରରେ ସହରରେ ଭବ୍ୟ ଶୋଭାଯାତ୍ରା ବାହାରିଥିଲା । ଏହି ଅବସରରେ ସାମିଲ ହୋଇଥିଲେ ବିଭିନ୍ନ ଆଖଡା ଦଳ । ଏଥିରେ ସାମିଲ ହୋଇଥିଲେ ନବଦାସଙ୍କ ଝିଅ ଦୀପାଳି ଓ ପୁଅ ବିଶାଲ ଦାସ । ଏହି ଅବସରରେ ଦୀପାଳି ଖଣ୍ଡା ବୁଲାଇଥିଲେ । ଲୋକମାନେ ମଧ୍ୟ ତାଙ୍କୁ ଉତ୍ସାହିତ କରିଥିଲେ ।
ଅନ୍ୟପଟେ, ବିଜେପି ପ୍ରର୍ଥୀ ଟଙ୍କଧର ତ୍ରିପାଠୀ ପ୍ରଚାର ଜାରି ରଖିଛନ୍ତି । ଘର ଘର ବୁଲୁଛନ୍ତି । ନିଜ ସପକ୍ଷରେ ଭୋଟ୍ ଦେବା ପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି । ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରଚାର ଜାରି ରହିଛି । ସହର ଓ ବ୍ଳକ କମିଟି ସଦସ୍ୟମାନଙ୍କୁ ନେଇ କର୍ମୀ ସମ୍ମଳନୀ କରିଛି କଂଗ୍ରେସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।