ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଝରାଫୁଲ ମୃତ୍ୟୁ: ସ୍କୁଟି ମିଳିଲା, ମୋବାଇଲ୍‌ ଫୋନ୍‌ ବି ମିଳିଲା, ହେଲେ କାହିଁକି ଖୋଲୁନି ରହସ୍ୟ?

ଝରାଫୁଲ ମୃତ୍ୟୁ: ସ୍କୁଟି ମିଳିଲା, ମୋବାଇଲ୍‌ ଫୋନ୍‌ ବି ମିଳିଲା, ହେଲେ କାହିଁକି ଖୋଲୁନି ରହସ୍ୟ?

ପୋଲିସ ହାତରେ ସବୁ ପ୍ରମାଣ ଲାଗିସାରିଥିବା ସତ୍ତ୍ୱେ ସମ୍ପୂର୍ଣ୍ଣ ତଥ୍ୟର ବିବରଣୀ ପ୍ରସ୍ତୁତ କରିବା ପାଇଁ ପୋଲିସ ରାକେଶର ସହଯୋଗୀର ଧରାପଡ଼ିବାକୁ ଅପେକ୍ଷା କରିଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ତାକୁ ଧରିବା ପାଇଁ ପୋଲିସ ଅଭିଯାନ ଜାରି ରଖିଛି ।

ଝରାଫୁଲ ମୃତ୍ୟୁ: ସ୍କୁଟି ମିଳିଲା, ମୋବାଇଲ୍‌ ଫୋନ୍‌ ବି ମିଳିଲା, ହେଲେ କାହିଁକି ଖୋଲୁନି ରହସ୍ୟ?
ରାକେଶ ସ୍ୱାଇଁ; (ଡାହାଣ) ଝରାଫୁଲ ନାୟକ
  • News18 Odia
  • Last Updated: February 5, 2021, 8:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରମାଦେବୀ ମହିଳା ମହାବିଦ୍ୟାଳୟର ସ୍ନାତକ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ୧୦ ଦିନ ପରେ ବି ରହସ୍ୟମୟ ହୋଇ ରହିଛି । ଏହି ବହୁଚର୍ଚ୍ଚିତ ମାମଲାରେ ଯାଜପୁର ପୋଲିସର ତଦନ୍ତ ମନ୍ଥର ଗତିରେ ଆଗକୁ ଯାଉଥିବା ଓ ଦିଗହୀନ ହୋଇପଡ଼ିଥିବା ଲାଗୁଛି ।

ଯୁକ୍ତ ୩ ଫିଲୋସଫି ଅନର୍ସ ଦ୍ୱିତୀୟ ବର୍ଷର ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ତାଙ୍କ ପୁରୁଷ ବନ୍ଧୁ ରାକେଶ ସ୍ବାଇଁକୁ ଶୁକ୍ରବାର ଦିନ ଜିଲ୍ଲା ଜଜଙ୍କ କୋର୍ଟରେ ହାଜର କରିଥିଲା କୁଆଖିଆ ପୋଲିସ୍ । ରକେଶର ତିନି-ଦିନିଆ ରିମାଣ୍ଡର ଅବଧି ଶେଷ ହେବା ପରେ ତାକୁ କୋର୍ଟରେ ହାଜର କରାଯାଇଥିଲା । ପୋଲିସ ଅଧିକ ରିମାଣ୍ଡ ଲାଗି ଆବେଦନ କରି ନ ଥିବାରୁ ରାକେଶକୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କୋର୍ଟର ଭର୍ଚ୍ଚୁଆଲ୍ ଶୁଣାଣି ବେଳେ ଓକିଲ ଜଣେ ଯୁବତୀଙ୍କ ସହ ଯୌନ ସମ୍ପର୍କ ରଖୁଥିବା ଦେଖାଗଲେ

ରାକେଶକୁ ରିମାଣ୍ଡରେ ନିଆଯାଇ କୁଆଖିଆ ଥାନାରେ ପଚରାଉଚରା ଚଳାଇଥିଲା ପୋଲିସ। ଗୁରୁବାର ଦିନ ଝରାଫୁଲଙ୍କ ମୋବାଇଲ ଫୋନ୍‌ ସୁନ୍ଦରପଦାରୁ ଜବତ ହୋଇଥିଲା । ତା’ ପୂର୍ବରୁ ବୁଧବାର ବିଳମ୍ବିତ ରାତିରେ ଝରାଫୁଲଙ୍କ ମୃତ ଦେହକୁ ଭୁବନେଶ୍ୱରରୁ ନେଇ ଯାଜପୁର କୁଆଖିଆରେ ଫିଙ୍ଗିବାରେ ବ୍ୟବହୃତ ସ୍କୁଟିକୁ ସେହି ସୁନ୍ଦରପଦାରୁ ଜବତ କରିଥିଲା ପୋଲିସ ।

ରାକେଶଙ୍କ ଜଣେ ଭାଇ ଓ ଅନ୍ୟ ଜଣେ ସମ୍ପର୍କୀୟ ଭାଇଙ୍କୁ ମଧ୍ୟ ପଚରାଉଚରା କରିଛି ପୋଲିସ । ହେଲେ ଏହି ମୃତ୍ୟୁ ଘଟଣାର ପ୍ରକୃତ ତଥ୍ୟର ଖୁଲାସା ଏ ଯାଏଁ ହୋଇପାରିନି । ରାକେଶର ସହଯୋଗୀ, ଯିଏ ତା’ ସହିତ ମିଶି ଝରାଫୁଲଙ୍କ ମୃତ ଦେହକୁ ସ୍କୁଟିରେ ବୋହି ନେଇ ଫିଙ୍ଗିଥିଲା, ସେ ଏ ପର୍ଯ୍ୟନ୍ତ ଫେରାର୍‌ ଅଛି । ପୋଲିସ ଏବେ ବି ତାକୁ ଖୋଜୁଛି । ସେ ମିଳିଲେ ପୋଲିସର ତଦନ୍ତ ବଳିଷ୍ଠ ହେବ ବୋଲି କୁହାଯାଉଛି ।

ଏହା ବି ପଢ଼ନ୍ତୁ | ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଖେଳାଳିମାନେ ଭୟରେ ଖେଳନ୍ତି: ଅଷ୍ଟ୍ରେଲିଆର ପୂର୍ବ ଖେଳାଳି

‘‘ଏହି ମାମଲାରେ ମୁଖ୍ୟତଃ ଗୋଟିଏ ହୋଟେଲ୍‌ ରୁମ୍‌, ଗୋଟିଏ ସ୍କୁଟି ଓ ଗୋଟିଏ ଶବ ମିଳିଥିବା ସ୍ଥାନ ଅଛି । ଏଗୁଡ଼ିକ ଗୋଟିଏ ଗୋଟିଏ ବିନ୍ଦୁ । ବିନ୍ଦୁଗୁଡ଼ିକୁ ଯୋଡ଼ି ରେଖା ଟାଣୁଛି ପୋଲିସ । ଯେତେବେଳେ ତଦନ୍ତରୁ ସାମନାକୁ ଆସୁଥିବା ମିସିଙ୍ଗ୍‌ ଲିଙ୍କକୁ ମିଶାଇ ସମ୍ପୂର୍ଣ୍ଣ ଛବି ପ୍ରସ୍ତୁତ ହୋଇଯିବ ପୋଲିସ ସେହି ଛବି ସାମାକୁ ଆଣିବ । ତଦନ୍ତରେ ଟିକେ ସମୟ ଲାଗିବା କିଛି ବଡ଼ କଥା ନୁହେଁ,’’ କହିଛନ୍ତି ପୂର୍ବତନ ପୋଲିସ ଆଇ.ଜି, ସୂର୍ଯ୍ୟମଣି ତ୍ରିପାଠୀ ।

ଏହା ବି ପଢ଼ନ୍ତୁ | ବାହାଘରର ଦେଢ଼ ମାସ ପରେ ଯୁବତୀ ଆତ୍ମହତ୍ୟା କଲେ; ‘‘ମୋତେ ଶାଶୁଘର ଲୋକେ ମାରିଦେବେ’’

ସୂତ୍ରଙ୍କ ଅନୁସାରେ ପୋଲିସ ହାତରେ ସବୁ ପ୍ରମାଣ ଲାଗିସାରିଥିବା ସତ୍ତ୍ୱେ ସମ୍ପୂର୍ଣ୍ଣ ତଥ୍ୟର ବିବରଣୀ ପ୍ରସ୍ତୁତ କରିବା ପାଇଁ ପୋଲିସ ରାକେଶର ସହଯୋଗୀର ଧରାପଡ଼ିବାକୁ ଅପେକ୍ଷା କରିଛି । ତାକୁ ଧରିବା ପାଇଁ ପୋଲିସ ଅଭିଯାନ ଚଳାଇଛି ଓ ଗୁପ୍ତରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଝରାଫୁଲଙ୍କ ପୋଷ୍ଟ ମର୍ଟମ୍ ରିପୋର୍ଟ ଓ ଭିସେରା ପରୀକ୍ଷା ରିପୋର୍ଟ ବି ପୋଲିସ ଏ ପର୍ଯ୍ୟନ୍ତ ସାର୍ବଜନୀନ କରିନାହିଁ ।

ଏହା ବି ପଢ଼ନ୍ତୁ | ନୀତା ଅମ୍ବାନୀ ଅତ୍ୟାଧୁନିକ ସ୍ତନ କର୍କଟ କ୍ଲିନିକ୍ ଆରମ୍ଭ କଲେ; ଗୋଟିଏ ଛାତ ତଳେ ସବୁ ସୁବିଧା

‘‘ଝରାଫୁଲକୁ ଶ୍ୱାସରୁଦ୍ଧ କରି ମାରିଦିଆଯାଇଛି ନା ଫୁଡ୍‌ ପଏଜନିଂ କାରଣରୁ ତା’ ମୃତ୍ୟୁ ହୋଇଛି ନା ଆଉ କୌଣସି ଉପାୟରେ ତା’ ମୃତ୍ୟୁ ହୋଇଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ପୋଲିସ ଫରୋନସିକ୍‌ ସାଇନ୍ସ ଲ୍ୟାବର ରିପୋର୍ଟକୁ ଅପେକ୍ଷା କରିଛି । ସେହି ରିପୋର୍ଟ ଆସିବା ପରେ ଅନେକ କଥା ସ୍ପଷ୍ଟ ହେବ,’’ କହିଛନ୍ତି ବରିଷ୍ଠ ଓକିଲ ସିଦ୍ଧାର୍ଥ ଦାସ ।



ଏକ ପ୍ରତିଭାବାନ କଲେଜ ଛାତ୍ରୀଙ୍କ ଅକାଳ ମୃତ୍ୟୁ ପରି ସମ୍ବେଦନଶୀଳ ମାମଲାରେ କମିଶନରେଟ ପୋଲିସ ଯାଜପୁର ପୋଲିସକୁ ସହଯୋଗ କରୁଥିବା ଜଣାପଡ଼ିଛି । ଯଥା ଶୀଘ୍ର ଘଟଣା ଉପରୁ ପରଦା ହଟିବ ବୋଲି କହିଛନ୍ତି ପୋଲିସ ଅଧିକାରୀମାନେ ।
Published by: Anand Shankar Thankur Das
First published: February 5, 2021, 8:52 PM IST