୫୦ ଲକ୍ଷ ଟଙ୍କାର ଗହଣା ବ୍ୟାଗ ଝାମ୍ପି ନେଇ ପଳାଇଲେ ଲୁଟେରା; ତନାଘନା ଜାରି

ଜଣେ ଗହଣା ଦୋକାନର ମାଲିକଙ୍କଠୁ ୫୦ ଲକ୍ଷ ଟଙ୍କାର ଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଭଦ୍ରକ ବାସୁଦେବପୁର ଥାନା ବେତଡ଼ାରେ ଘଟିଛି ଏଭଳି ଘଟଣା।

ଗହଣା ଲୁଟ (ପ୍ରତୀକାତ୍ମକ ଛବି)

ଗହଣା ଲୁଟ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ବାସୁଦେବପୁର: ଦିନ ଆଲୋକରେ ବି ଲୁଟ। ଜଣେ ଗହଣା ଦୋକାନର ମାଲିକଙ୍କଠୁ ୫୦ ଲକ୍ଷ ଟଙ୍କାର ଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଭଦ୍ରକ ବାସୁଦେବପୁର ଥାନା ବେତଡ଼ାରେ ଘଟିଛି ଏଭଳି ଘଟଣା।

ମାଲିକ ଜଣଙ୍କ ନିଜ ଘରୁ ଯାଉଥିବା ସମୟରେ ଏପରି ଘଟଣା ଘଟିଛି। ତାଙ୍କ ସହ ଥିବା ବ୍ୟାଗକୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ ଲୁଟେରା। ସେହି ବ୍ୟାଗରେ ପ୍ରାୟ ୫୦ଲକ୍ଷ ଟଙ୍କାର ଗହଣା ଥିଲା।

ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Published by:Soumya Das
First published: