ଏଣିକି ବିନା ହଲ୍‌ମାର୍କ୍‌ରେ ସୁନା ଗହଣା ବିକି ପାରିବେ ନାହିଁ କୌଣସି ସୁନା ଦୋକାନୀ

୨୦୦୦ ମସିହା ଏପ୍ରିଲରୁ ହଲ୍‌ମାର୍କ୍‌ ସୁନା ବିକ୍ରି ହେଉଥିବା ବେଳେ ମାତ୍ର ୪୦ ପ୍ରତିଶତ ସୁନା ଅଳଙ୍କାରରେ ରହୁଥିଲା ହଲ୍‌ମାର୍କ୍‌ ଚିହ୍ନ । ଏବେ ସବୁ ସୁନାରେ ହଲ୍‌ମାର୍କ୍‌ ଲାଗିଲେ ଲୋକେ ଯେମିତି ବିନା ଦ୍ବିଧାରେ ୨୨ କ୍ୟାରେଟ ଗହଣା କିଣୁଛନ୍ତି ସେମିତି ଅନ୍ୟ ଗହଣା ବି କିଣି ପାରିବେ ।

ଏଣିକି ବିନା ହଲ୍‌ମାର୍କ୍‌ରେ ସୁନା ଗହଣା ବିକି ପାରିବେ ନାହିଁ କୌଣସି ସୁନା ଦୋକାନୀ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: January 24, 2020, 6:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନୂଆ କରି ଲାଗୁ ହୋଇଥିବା ନିୟମ ଅନୁସାରେ ୧୪, ୧୮ ଓ ୨୨ କ୍ୟାରେଟ ସୁନା ଗହଣାରେ ହଲମାର୍କ ବାଧ୍ୟତାମୂଳକ ହୋଇଛି । ବି.ଏସ୍.ଆଇ ରେଜିଷ୍ଟ୍ରେସନ୍ କରିବା ପାଇଁ ଗହଣା ବ୍ୟବସାୟୀମାନଙ୍କୁ ବର୍ଷେ ସମୟ ମିଳିବ । ବିନା ହଲମାର୍କରେ ଗହଣା ବିକିଲେ ଜରିମାନା ସାଙ୍ଗକୁ ଜେଲ ଦଣ୍ଡର ପ୍ରାବଧାନ କରାଯାଇଛି ।

ଏହି ନୂଆ ନିୟମ ଜାନୁଆରୀ ୧୫ ଠାରୁ ଲାଗୁ ହୋଇଛି । ସୁନା ଗହଣାରେ ହଲମାର୍କ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର । ଏହି ନୂଆ ନିୟମ ସାରା ଦେଶରେ ଲାଗୁ ହୋଇଛି ।

ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (BSI) ରେ ରେଜିଷ୍ଟ୍ରେସନ୍ କରିବା ସହ ପୁରୁଣା ଷ୍ଟକ୍ ଶେଷ କରିବାକୁ ମିଳିଛି ଦୋକାନୀଙ୍କୁ ଏକ ବର୍ଷର ସମୟ । ଏ ନେଇ କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମବିଲାଶ ପାସଓ୍ବାନ୍ କହିଛନ୍ତି ଯେ ସୁନା ଗହଣା କିଣିବା ସମୟରେ ଗ୍ରାହକ ଯେଭଳି ଠକାମିର ଶିକାର ନ ହେବେ ସେଥି ପାଇଁ ନୂଆ ନିୟମ ଲାଗୁ କରାଯାଇଛି ।

ହଲମାର୍କ ଦ୍ବାରା ଲୋକେ ଠକାମିର ଶିକାର ହେବେ ନାହିଁ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । ବିଳମ୍ବରେ ଆସିଥିଲେ ବି କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ପସନ୍ଦ କରିଛନ୍ତି ଗ୍ରାହକ ।

୨୦୦୦ ମସିହା ଏପ୍ରିଲ ମାସରୁ ହଲମାର୍କ ସୁନା ବିକ୍ରି ହେଉଥିବା ବେଳେ ମାତ୍ର ୪୦ ପ୍ରତିଶତ ସୁନା ଅଳଙ୍କାରରେ ରହୁଥିଲା ହଲମାର୍କ ଚିହ୍ନ । ତେବେ ସବୁ ସୁନାରେ ହଲମାର୍କ ଲାଗିଲେ ଲୋକ ଏବେ ଯେମିତି ବିନା ଦ୍ବିଧାରେ ୨୨ କ୍ୟାରେଟ ଗହଣା କିଣୁଛନ୍ତି ସେମିତି ଅନ୍ୟ ଗହଣା କିଣି ପାରିବେ । ଏହା ସହିତ ସେମାନେ ସୁନାର ସଠିକ୍ ଓଜନ ଓ ମୂଲ୍ୟ ବି ବୁଝି ପାରିବେ ।

‘‘ହଲମାର୍କ ସୁନା ଗହଣାର ସୁଦ୍ଧତାର ପରିଚୟ। ତେଣୁ ଏବେ ୧୪, ୧୮ ଓ ୨୨ କ୍ୟାରେଟ୍ ସୁନା ଗହଣାରେ ବାଧ୍ୟତାମୂଳକଭାବେ ହଲ୍ ମାର୍କ ଚିହ୍ନ ରହିବ । ଯଦି କେହି ବିନା ହଲ୍ ମାର୍କରେ ଗହଣା ବିକ୍ରି କରେ ତେବେ ଜୋରିମାନା ସାଙ୍ଗକୁ ଏକ ବର୍ଷର ଜେଲ ଦଣ୍ଡ ଭୋଗିବେ,’’ କହିଛନ୍ତି କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମବିଲାଶ ପାସଓ୍ବାନ୍ ।

୨୦୧୯ ଡିସେମ୍ବର ୩୧ ତାରିଖ ସୁଦ୍ଧା ସାରା ଦେଶର ୮୯୨ ହଲମାର୍କ ସେଣ୍ଟରରେ ୨୮ହଜାର ୮୪୯ ଜଣ ବ୍ୟବସାୟୀ ରେଜିଷ୍ଟର କରିଥିବା ଜଣାଯାଇଛି  । ସୁନା ଗହଣା କିଣିବା ସମୟରେ ଗ୍ରାହକ ଯେଭଳି ଠକାମିର ଶିକାର ନ ହେବେ ସେଥିପାଇଁ ନୂଆ ନିୟମ ଲାଗୁ କରାଯାଇଛି ।
First published: January 24, 2020, 6:20 PM IST
corona virus btn
corona virus btn
Loading