ଯୀଶୁଖ୍ରୀଷ୍ଟ ଭାରତ ଆସିଥିଲେ!

ଶଙ୍କରାଚାର୍ଯ୍ୟ ମିଛ କହିଛନ୍ତି, ଯୀଶୁଙ୍କ ବିଷୟରେ ମିଛ କହିବା ଠିକ ନୁହେଁ: ପାଷ୍ଟର ଆୟୁବ ଛିଞ୍ଚାଣି

ଶଙ୍କରାଚାର୍ଯ୍ୟଙ୍କ ବିବାଦୀୟ ବୟାନ

ଶଙ୍କରାଚାର୍ଯ୍ୟଙ୍କ ବିବାଦୀୟ ବୟାନ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଣେ ହିନ୍ଦୁ ଥିଲେ। ଏଭଳି ଏକ ବୟାନ ଦେଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଭାରତରେ ପ୍ରଭୁ ଯୀଶୁଖ୍ରୀଷ୍ଟ ୧୦ ବର୍ଷ ବିତାଇଥିଲେ। ତାମଧ୍ୟରୁ ଶ୍ରୀକ୍ଷେତ୍ର ପୁରୀରେ ୩ ବର୍ଷ ରହି ତତ୍କାଳୀନ ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆଧ୍ୟାତ୍ମିକ ତାଲିମ ନେଇଥିଲେ। ଏହାର ପ୍ରମାଣ ରହିଛି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ଯାହାକୁ ନେଇ ଖ୍ରୀଷ୍ଟ ଧର୍ମର ପାଷ୍ଟର ମତ ରଖିଛନ୍ତି।

ପ୍ରଭୁ ଯୀଶୁ କେବେବି ଭାରତ ଆସିନଥିଲେ। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀ ମହାରାଜଙ୍କ ଯାହା କହିଛନ୍ତି,ତାହା ମିଛ ଓ କଳ୍ପିତ ବୋଲି ପାଷ୍ଟର ଆୟୁବ ଛିଞ୍ଚାଣି କହିଛନ୍ତି।

ପ୍ରଭୁ ଯୀଶୁଥିଲେ କେବଳ ହିନ୍ଦୁ ନ ଥିଲେ ସେ ଭାରତରେ ୧୦ ବର୍ଷ କଟାଇଥିଲେ। ପୁଣି ତିନି ବର୍ଷ ପୁରୀରେ ରହି ତତ୍କାଳୀନ ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆଧ୍ୟାତ୍ମିକ ତାଲିମ ନେଇଥିଲେ। ଛତିଶଗଡ଼ର ରାଜଧାନୀ ରାୟପୁରରେ ଅନୁଷ୍ଠିତ ଏକ ପ୍ରବଚନ କାର୍ଯ୍ୟକ୍ରମରେ ଏଭଳି ମନ୍ତବ୍ୟ ଦେଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ମଠାଧିଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀ ମହାରାଜ। ପ୍ରଭୁ ଯୀଶୁଙ୍କୁ ନେଇ ଛତିଶଗଡରେ ଦେଇଥିବା ବିବୃତ୍ତି ଚର୍ଚ୍ଚାର ବିଷୟ ପାଲଟିଛି। ତାକୁ ନେଇ ଏବେ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପ୍ରକାଶ ପାଇଛି।

ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଏହି କାର୍ଯ୍ୟକ୍ରମରେ କହିଛନ୍ତି ଯୀଶୁ ଭାରତରେ ୧୦ବର୍ଷ ଅବସ୍ଥାନ କରିଥିଲେ। ସେ ଅଜ୍ଞାତବାସ ସମୟରେ ଭାରତରେ  ଅବସ୍ଥାନ କରିଥିବା ସହ କେବଳ ପୁରୀରେ ତିନିବର୍ଷ କଟାଇଛନ୍ତି। ସେ ବୈଷ୍ଣବ ଭକ୍ତ ଥିଲେ। ତତ୍କାଳୀନ ଶଙ୍କରାଚାର୍ଯ୍ୟ ଠାରୁ ଆଧ୍ଯାତ୍ମିକ ତାଲିମ ନେଇଥିଲେ। ବର୍ତ୍ତମାନ ସଂରକ୍ଷଣ ଜରିଆରେ ହିନ୍ଦୁମାନଙ୍କୁ ସଂଖ୍ଯାଲଘୁରେ ପରିଣତ କରିବାକୁ ଉଦ୍ୟମ କରାଯାଉଛି ବୋଲି ମଧ୍ୟ ମତବ୍ୟକ୍ତ କରିଛନ୍ତି ।  ଯାହାକୁ ନେଇ ଏବେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଜଗତଗୁରୁ ଶଂକରାଚାର୍ଯ୍ଯ କେବଳ ଧାର୍ମିକ ପ୍ରସଙ୍ଗରେ ନିଜର ମତବ୍ୟକ୍ତ ନକରି ଏଭଳି ବିବାଦୀୟ ମନ୍ତବ୍ୟରୁ ବିରତ ରହିବାକୁ ପରାମର୍ଶ ଦେଇଛନ୍ତି।

ଭୁବନେଶ୍ୱର ୟୁନିଟ ୪ ସ୍ଥିତ ଚର୍ଚ୍ଚର ପାଷ୍ଟର ଆୟୁବ ଛିଞ୍ଚାଣି ଏହାକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି। ତାହା ସହ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ପାଷ୍ଟର ଆୟୁବ କହିଛନ୍ତି ଯେ, ପ୍ରଭୁ ଯୀଶୁ କେବେବି ଭାରତ ଆସିନଥିଲେ। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀ ମହାରାଜଙ୍କ ଯାହା କହିଛନ୍ତି। ତାହା ମିଛ ଓ କପଳ କଳ୍ପିତ। ପ୍ରଭୁ ଯୀଶୁଙ୍କ ବିଷୟରେ କିଛି ନଜାଣି ଵିଭ୍ରାନ୍ତିକର ମନ୍ତବ୍ୟ ଦେବା ଠିକ ନୁହେଁ।  ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଜଣେ ଧର୍ମ ଗୁରୁ। ଏଭଳି କହିବାର ଉଦେଶ୍ୟ କଣ? କାହିଁକି ସେ ଏଭଳି ମନ୍ତବ୍ୟ ଦେଲେ ? ଜଣେ ଧର୍ମ ଗୁରୁ ହୋଇ ପ୍ରଭୁ ଯୀଶୁଙ୍କ ବିଷୟରେ ମିଛ କହିବା ଠିକ ନୁହେଁ ବୋଲ ପାଷ୍ଟର ଆୟୁବ ଛିଞ୍ଚାଣି କହିଛନ୍ତି।
Published by:Soumya Das
First published: