News18 Odia Digital
ଭୁବନେଶ୍ୱର: ସାମ୍ପ୍ରତିକ ଯୁଗରେ ଡିଜିଟାଲ ସଂଯୋଗ ପ୍ରାୟ ପ୍ରତ୍ୟେକଙ୍କ ଦୈନନ୍ଦିନ ଜୀବନରେ ଯୋଗାଯୋଗ, ଶିକ୍ଷା, ମନୋରଞ୍ଜନ ପାଇଁ ହେଉ ଅଥବା ଦୈନନ୍ଦିନ ଆବଶ୍ୟକତା ପୂରଣ, ସବୁ କ୍ଷେତ୍ରରେ ଅନ୍ୟତମ ମୌଳିକ ଆବଶ୍ୟକତା ଓ ଅତ୍ୟାବଶ୍ୟକ ଅଙ୍ଗ ପାଲଟିଛି । ଏହାକୁ ଆଖି ଆଗରେ ରଖି ଜିଓ ତାହାର ସମ୍ପୂର୍ଣ୍ଣ ୪ଜି ନେଟୱର୍କ ସହିତ ପାହାଡ ପର୍ବତ ପରିବେଷ୍ଠିତ କୋରାପୁଟ ଜିଲ୍ଲାର ଦୁର୍ଗମ ନାରାୟଣପାଟଣା ବ୍ଲକ ସଦର ମହକୁମା ଓ ନିକଟବର୍ତ୍ତୀ ଗ୍ରାମଗୁଡିକୁ ସଂଯୁକ୍ତ କରିଛି।
ମହାମାରୀ ସମୟରେ ଡିଜିଟାଲ ମାଧ୍ୟମରେ ସଂଯୁକ୍ତ ରହିବା କ୍ଷେତ୍ରରେ ଏହାର ଭୂମିକା ଓ ଗୁରୁତ୍ୱ ମଧ୍ୟ ଏହାର ପ୍ରାଧାନ୍ୟକୁ ଅଧିକ ବୃଦ୍ଧିକରିଛି । ତେବେ ଦୁର୍ଗମ ଅଞ୍ଚଳ ଏବଂ ବିଭିନ୍ନ ପ୍ରତିକୂଳ ଭୌଗୋଳିକ ପରିସ୍ଥିତିରେ ଥିବା ଅଞ୍ଚଳଗୁଡିକରେ ଅନେକ ଲୋକ ଏବେ ମଧ୍ୟ ଡିଜିଟାଲ ରୂପାନ୍ତରଣ ଯାତ୍ରାରୁ ଦୂରରେ ରହିଛନ୍ତି ।
ଏହି ତାରତମ୍ୟକୁ ଦୂର କରିବା ଓ ଏପର୍ଯ୍ୟନ୍ତ ଅସଂଯୁକ୍ତ ଅବସ୍ଥାରେ ରହିଯାଇଥିବା ଜନପଦଗୁଡିକୁ ଡିଜିଟାଲ ରୂପାନ୍ତରଣର ଲାଭ ପହଞ୍ଚାଇବା ସକାଶେ ଜିଓ ଓଡ଼ିଶାରେ ‘ଅସଂଯୁକ୍ତଙ୍କୁ ସଂଯୁକ୍ତ କରିବା’ ସୁଦୂରପ୍ରସାରୀ ଲକ୍ଷ୍ୟର ଅଂଶସ୍ୱରୂପ ଏହିଭଳି ପ୍ରତିକୂଳ ସ୍ଥିତି ରହିଥିବା ଅନେକ ଦୁର୍ଗମ ଭୌଗୋଳିକ ଅଞ୍ଚଳ ଓ ଗ୍ରାମାଞ୍ଚଳଗୁଡିକୁ ନିଜର ୪ଜି ଡିଜିଟାଲ ଉପସ୍ଥିତି ନିରନ୍ତର ସମ୍ପ୍ରସାରିତ କରିଚାଲିଛି ।
ନିକଟରେ ଜିଓ ତାହାର ସମ୍ପୂର୍ଣ୍ଣ ୪ଜି ନେଟୱର୍କ ସହିତ ପାହାଡ ପର୍ବତ ପରିବେଷ୍ଠିତ କୋରାପୁଟ ଜିଲ୍ଲାର ଦୁର୍ଗମ ନାରାୟଣପାଟଣା ବ୍ଲକ ସଦର ମହକୁମା ଓ ନିକଟବର୍ତ୍ତୀ ଗ୍ରାମଗୁଡିକୁ ସଂଯୁକ୍ତ କରିଛି ଓ ଏହା ଦ୍ୱାରା ହଜାର ହଜାର ଅଧିବାସୀଙ୍କ ପାଇଁ ଡିଜିଟାଲ ବିପ୍ଳବର ଶୁଭାରମ୍ଭ କରିଛି, ଯେଉଁମାନଙ୍କ ମଧ୍ୟରୁ ଅନେକ ପ୍ରଥମ ଥର ପାଇଁ ୪ଜି ଇଣ୍ଟରନେଟ୍ ସେବାର ଲାଭ ଅନୁଭବ କରିଛନ୍ତି ।
ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନା, ପ୍ରଶାସନିକ ସ୍ଥଳ, ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନ ରହିଥିବା ନାରାୟଣପାଟଣା ସହର ସମେତ ଜିଓ ୪ଜି ନେଟୱର୍କ ନିକଟବର୍ତ୍ତୀ ଗ୍ରାମ ବିକ୍ରମପୁର, ମୁଣ୍ଡିଗୁରା, ବଚନାପୁଟ, ଅଞ୍ଚଳପୁର ଆଦିର ଅଧିବାସୀଙ୍କୁ ମଧ୍ୟ ଫାଇଦା ପହଞ୍ଚାଉଛି ଓ ଉକ୍ତ ଦୁର୍ଗମ ଅଞ୍ଚଳରେ ଏହା ପ୍ରାୟ ୭୦୦୦ ଲୋକଙ୍କୁ ସେବା ଯୋଗାଇ ଦେଉଛି । ଜିଓ ଓଡ଼ିଶା ଟିମ୍ର ଏହି ତ୍ୱରିତ ପ୍ରୟାସକୁ ସ୍ଥାନୀୟ ବାସିନ୍ଦା, ଛାତ୍ରଛାତ୍ରୀ, ବ୍ୟବସାୟୀ ଗୋଷ୍ଠୀ ଏବଂ ଜିଲ୍ଲା ପ୍ରଶାସନ ସମେତ ସବୁ ମହଲରୁ ପ୍ରଶଂସା ମିଳିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡିଜିଟାଲ ସଂଯୋଗୀକରଣ କ୍ଷେତ୍ରରେ ରହିଥିବା ତାରତମ୍ୟ ଦୂର କରିବାରେ ଜିଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ଓ ଏହାର ୪ଜି ଡିଜିଟାଲ ଜୀବନ ରେଖାର ଉପସ୍ଥିତିକୁ ସମଗ୍ର ଦେଶର ଦୁର୍ଗମ ଓ ଆଭ୍ୟନ୍ତରୀଣ ଅଞ୍ଚଳଗୁଡିକୁ ଦ୍ରୁତ ସମ୍ପ୍ରସାରିତ କରି ଏପର୍ଯ୍ୟନ୍ତ ଅସଂଯୁକ୍ତ ରହିଯାଇଥିବା ନିୟୁତାଧିକ ନାଗରିକଙ୍କୁ ସଶକ୍ତ କରୁଛି । ଏଥିସହିତ ଗୁଗଲ୍ ଓ ଜିଓ ପକ୍ଷରୁ ମିଳିତ ଭାବରେ ବିକଶିତ ଅତ୍ୟନ୍ତ ସୁଲଭ ଓ ବୈଶିଷ୍ଟ୍ୟରେ ସମୃଦ୍ଧ ସ୍ମାର୍ଟଫୋନ୍ ‘ଜିଓଫୋନ୍ ନେକ୍ସଟ’ ହଜାର ହଜାର ବ୍ୟବହାରକାରୀଙ୍କୁ ଆନନ୍ଦ ଆଣିଦେଇଛି।
ବିଶେଷକରି ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ବାସକରୁଥିବା ବୟସ ବର୍ଗ ନିର୍ବିଶେଷରେ ପ୍ରଥମ ଥର ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ସୁଲଭ ମୂଲ୍ୟରେ ହାଇ-ଏଣ୍ଡ ସ୍ମାର୍ଟଫୋନ ବ୍ୟବହାର କରିବା ସ୍ୱପ୍ନ ସାକାର କରିବା ଦିଗରେ ସହାୟତା କରୁଛି । ଏହି ପତଳା ସ୍ମାର୍ଟଫୋନ୍ରେ ହାଇ-ଏଣ୍ଡ୍ ସ୍ମାର୍ଟଫୋନ୍ଗୁଡିକର ସର୍ବାଧୁନିକ ବୈଶିଷ୍ଟ୍ୟ ସନ୍ନିବେଶିତ ହୋଇଛି ଓ ତାହା ସହିତ ଏହା ଗୁଗଲ୍ର ସମସ୍ତ ଆପ୍ ଓ ଜିଓର ପ୍ରିମିୟମ୍ ଆପ୍ଲିକେସନ ସମୂହର ସମ୍ମିଳିତ ଶକ୍ତି ସହିତ ଆସୁଛି, ଯେଉଁଥିରେ ଉଚ୍ଚ କ୍ଷମତା ସଂପନ୍ନ ପଛ ଓ ସମ୍ମୁଖ ଭାଗ କ୍ୟାମେରା ରହିଛି ଓ ଏହା ଫିଚର୍ ଫୋନ୍ରୁ ସ୍ମାର୍ଟଫୋନ ଶ୍ରେଣୀକୁ ଉନ୍ନୀତ ହେବାକୁ ଚାହୁଁଥିବା ହଜାର ହଜାର ବ୍ୟବହାରକାରୀଙ୍କ ଚାହିଦା ପୂରଣ କରୁଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।