ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବାତ୍ୟା ତ ନୂଆ ନୁହେଁ; ହେଲେ ପୁରୀ ବେଳାଭୂମିରେ ଏତେ ଜେଲିଫିସ୍ କାହିଁକି ମଲେ? ତଦନ୍ତ ଚାଲିଛି

ବାତ୍ୟା ତ ନୂଆ ନୁହେଁ; ହେଲେ ପୁରୀ ବେଳାଭୂମିରେ ଏତେ ଜେଲିଫିସ୍ କାହିଁକି ମଲେ? ତଦନ୍ତ ଚାଲିଛି

ପୁରୀ ପେଣ୍ଠକଟାରୁ ଆରମ୍ଭ କରି ଲାଇଟହାଉସ୍ ପର୍ଯ୍ୟନ୍ତ ବେଳାଭୂମିରେ ପଡି଼ଛି କୁଢ଼ କୁଢ଼ ବିରଳ ଜେଲିଫିସଙ୍କ ମୃତ ଦେହ । ଏହା ବେଳାଭୂମିରେ ଆତଙ୍କ ସୃଷ୍ଟି କରିଛି । ବାତ୍ୟା ୟାସ୍ ଯୋଗୁଁ ସାମୁଦ୍ରିକ ପରିବେଶ ବିଗିଡି଼ ଯାଇଛି ବୋଲି କୁହାଯାଉଛି ।

ବାତ୍ୟା ତ ନୂଆ ନୁହେଁ; ହେଲେ ପୁରୀ ବେଳାଭୂମିରେ ଏତେ ଜେଲିଫିସ୍ କାହିଁକି ମଲେ? ତଦନ୍ତ ଚାଲିଛି
ପୁରୀ ବେଳାଭୂମିରେ ମରି ପଡ଼ିଥିବା ଜେଲିଫିସ୍ ଓ ଅନ୍ୟ ମାଛ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ପୁରୀ: ସମୁଦ୍ର କୂଳରେ ପୂର୍ବରୁ ଅଳିଭ୍‌ ରିଡଲେ କଇଁଛଙ୍କ ମୃତ ଦେହ ଦେଖିବାକୁ ମିଳୁଥିବା ବେଳେ ଏବେ ଗଲା ତିନି ଦିନ ହେବ ଛୋଟ ମାଛ ବା ଡିସକୋ କୋକଲି ଓ ବିରଳ ଜେଲିଫିସମାନଙ୍କର ମଡ଼କ ଦେଖିବାକୁ ମିଳିଛି । ବଙ୍ଗୋପସାଗରରେ ବାତ୍ୟା ୟାସର ତାଣ୍ଡବ ଯୋଗୁଁ ଜଳରାଶିରେ ପରିବର୍ତ୍ତନ ହୋଇଥିବାରୁ ପରିବର୍ତ୍ତିତ ସାମୁଦ୍ରିକ ପରିବେଶରେ ତିଷ୍ଠି ନ ପାରି ହଜାର ହଜାର ସଂଖ୍ୟାରେ ସାମୁଦ୍ରିକ ମାଛ ମୃତ୍ୟୁ ବରଣ କରିଛନ୍ତି ବୋଲି କୁହାଯାଉଛି ।

ପୂର୍ବରୁ ଓଡ଼ିଶା ଉପକୂଳ ଦେଇ ଅନେକ ବାତ୍ୟା ଯାଇଛି । ହେଲେ ପ୍ରଥମ ଥର ଏଭଳି ମାଛ ମଡ଼କ ଦେଖାଯାଇଥିବାରୁ ଚିନ୍ତାରେ ପଡ଼ିଛନ୍ତି ଜିଲ୍ଲା ପ୍ରଶାସନ ଓ ପରବେଶବିଦମାନେ । ମାଛ ମଡ଼କକୁ ନେଇ ସାମୁଦ୍ରିକ ମତ୍ସ୍ୟ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ପୁରୀରେ ଥିବା ସାମୁଦ୍ରିକ ମତ୍ସ୍ୟ ଗବେଷଣା କେନ୍ଦ୍ରର ସମୁଦ୍ର ବିଜ୍ଞାନୀମାନେ ମଧ୍ୟ ଏହାର କାରଣକୁ ନେଇ ଗବେଷଣା ଆରମ୍ଭ କରିଛନ୍ତି । ହେଲେ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଏହା ବି ପଢ଼ନ୍ତୁ | ଅନୁପମ ଖେର୍ଙ୍କ ପତ୍ନୀ କିରଣଙ୍କୁ କ୍ୟାନସର୍; ଅପଡେଟ୍ ଦେଇ ଅନୁପମ କହିଲେ; ‘‘କଠିନ ଚିକିତ୍ସା, କିନ୍ତୁ…’’

ଏବେ ପବନର ବେଗ ଜୋର୍‌ ଥିବାରୁ ପୁରୀ ବେଳାଭୂମିରେ କୁଢ଼ କୁଢ଼ ସଂଖ୍ୟାରେ ପଡୁଛନ୍ତି ମୃତ ଜେଲିଫିସ୍‌ ଓ ଛୋଟ ଛୋଟ ମାଛ । ପୁରୀ ପେଣ୍ଠକଟାରୁ ଆରମ୍ଭ କରି ଲାଇଟହାଉସ୍‌ ପର୍ଯ୍ୟନ୍ତ ବେଳାଭୂମିରେ ପଡି଼ଛି କୁଢ଼ କୁଢ଼ ବିରଳ ଜେଲିଫିସଙ୍କ ମୃତ ଦେହ। ଦୁଇ ଦିନ ଧରି ମାଛ ମଡ଼କ ପରେ ମଙ୍ଗଳବାର ଦିନ ଜେଲିଫିସ୍ ମଡ଼କ ଦେଖାଦେଇଥିଲା । ଏହି ସ୍ଥିତି ପୁରୀ ବେଳାଭୂମିରେ ଆତଙ୍କ ସୃଷ୍ଟି କରିଛି । ବାତ୍ୟା ୟାସ୍‌ ଯୋଗୁଁ ସାମୁଦ୍ରିକ ପରିବେଶ ବିଗିଡି଼ ଯାଇଛି ବୋଲି କୁହାଯାଉଛି ।

କେତେକ ମୃତ ଜେଲିଫିସ୍


ବାତ୍ୟା ୟାସ୍‌ ଆସିବାର ତିନି ଦିନ ଆଗରୁ କିଛି ମାସ ସମୁଦ୍ରରେ ମରି ଭାସୁଥିବା ବେଳେ ଆଉ କିଛି କୂଳରେ ଗଦା ହୋଇଥିଲେ । କେଉଁ କାରଣରୁ ଏତେ ସଂଖ୍ୟାରେ ମାଛ ମଡ଼କ ହୋଇଛି ତାହା ଏବେ ବି ଅସ୍ପଷ୍ଟ ଅଛି । ହେଲେ ବାତ୍ୟା ଆସିଲେ ସମୁଦ୍ର ଭିତରେ ଜଳରାଶି ଅସ୍ଥିର ହେଉଥିବା ଯୋଗୁଁ ଅକ୍ସିଜେନ୍‌ ଅଭାବ ହେଉଥିବାରୁ ଛୋଟ ମାଛ ମରିଯାଇଥାନ୍ତି ବୋଲି କହିଛନ୍ତି ପେଣ୍ଠକଟାର ୪୨ ବର୍ଷୀୟ ମତ୍ସ୍ୟଜୀବୀ କେ. ଆନନ୍ଦ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ରେସଲର୍ ସୁଶୀଲ କୁମାର ନିଜ ପ୍ରେମିକାକୁ ଭେଟିବାକୁ ଦିଲ୍ଲୀ ଆସିଥିଲେ; ସାମନାକୁ ଆସିଲା ଏକ ସ୍କୁଟି

‘‘କେତେକ ମଲା ମାଛ ଜାଲରେ ପଡୁଥିବା ବେଳେ ଆଉ କିଛି କୂଳରେ ଲାଗୁଛନ୍ତି । ଏହି ମଲା ମାଛଙ୍କ ମଧ୍ୟରେ ପଥରମୁଣ୍ଡି ଓ ଡିସ୍କୋ କୋକଲି ପ୍ରଜାତର ମାଛ ରହିଛନ୍ତି । ଏଭଳି ମାଛ ମଡ଼କ ଯୋଗୁଁ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଏହାର କାରଣ ସମ୍ପର୍କରେ ତୁରନ୍ତ ତଦନ୍ତ ହେବା ଆବଶ୍କ,’’ କହିଛନ୍ତି ଆନନ୍ଦ ।

ସାମୁଦ୍ରିକ ମତ୍ସ୍ୟ ଗବେଷଣା କେନ୍ଦ୍ରର ସମୁଦ୍ର ବିଜ୍ଞାନୀମାନେ ବେଳାଭୂମିରେ ପହଞ୍ଚିଛନ୍ତି ।


ପୌର ସଂସ୍ଥାକୁ ବେଳାଭୂମିରୁ ମାଛ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ମଙ୍ଗଳବାର ସକାଳୁ ଜାଗୃତିର ସଫେଇ କର୍ମଚାରୀମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଛନ୍ତି । ବାତ୍ୟାକୁ ନେଇ ସମୁଦ୍ର ଭିତରକୁ ମାଛ ମାରିବାକୁ ନ ଯିବା ପାଇଁ ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କ ଉପରେ କଟକଣା ଲଗାଯାଇଛି । ହେଲେ ଏହାକୁ ଉଲ୍ଲଙ୍ଘନ କରି ସୋମବାର ଦିନ ପେଣ୍ଠକଟା ଅଞ୍ଚଳର ପ୍ରାୟ ୩୦ ଜଣ ଧୀବର ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ । ସୂଚନା ପାଇବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଏହା ବି ପଢ଼ନ୍ତୁ | Gold Price: ରେକର୍ଡ଼ ଉଚ୍ଚତାରୁ ଏବେ ବି ,୬୦୦ ଟଙ୍କା ଶସ୍ତା ଅଛି ସୁନା; ଏହି ମାସ ମହଙ୍ଗା ହୋଇଛି

‘‘ଏହି ଧୀବରମାନଙ୍କର ଛଅଟି ଡଙ୍ଗା ଜବତ କରାଯିବା ସହ ସେମାନଙ୍କର ସମସ୍ତ କାଗଜପତ୍ର ମଧ୍ୟ ଜବତ କରାଯାଇଛି । ସଂପୃକ୍ତ ଧୀବରମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରିହୋଇଛି । ଏ.ଡି.ଏଫ୍‌.ଓ. ତଦନ୍ତ କରିବା ପରେ ସମୁଦ୍ର କୂଳ ଥାନା ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ କରାଯାଇଛି । ଏହି ଧୀବରମାନେ ସମୁଦ୍ରରେ କିଛି ମାଛ ଫୋପାଡି଼ ଦେଇଥାଇପାରନ୍ତି ବୋଲି ସନ୍ଦେହ ପ୍ରକାଶ ପାଉଛି,’’ କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ଜାଗୃତିର ସଫେଇ କର୍ମଚାରୀମାନେ ବେଳାଭୂମିରୁ ମଲା ମାଛ ହଟାଉଛନ୍ତି ।


ଲାଇଟହାଉସ୍‌ ବେଳାଭୂମିରୁ ଆରମ୍ଭ କରି ପେଣ୍ଠକଟା ବେଳାଭୂମି ପର୍ଯ୍ୟନ୍ତ ପଡି଼ରହିଥିବା କୁଢ଼ କୁଢ଼ ମୃତ ଜେଲିଫିସ୍ ସାଧାରଣତଃ କେରଳ ଓ ଚୀନ୍‌ ରପ୍ତାନୀ ହୋଇଥାନ୍ତି । ସେଠାରେ ଏହାର ଦର କିଲୋ ପ୍ରତି ୭ ହଜାର ଟଙ୍କାରୁ ଅଧିକ । ଶୀତ ଦିନେ ଏହି ଜେଲିଫିସଗୁଡି଼କ ବହୁଳ ମାତ୍ରାରେ ଜାଲରେ ପଡି଼ଥାନ୍ତି । ବାତ୍ୟାର ପ୍ରଭାବରେ ସମୁଦ୍ର ଜୁଆରିଆ ଓ ଅଶାନ୍ତ ରହିଥିବାରୁ ତା’ର ପ୍ରଭାବରେ ମାଛ ଓ ଜେଲିଫିସ୍ ମରିଯାଉଥିବା କହିଛନ୍ତି ମତ୍ସ୍ୟଜୀବୀମାନେ ।

ଏହା ବି ପଢ଼ନ୍ତୁ | ମେନିଞ୍ଜାଇଟିସ୍ ଏକ ଗୁରୁତର ରୋଗ; ଜାଣନ୍ତୁ ଏଥିରେ କ’ଣ ହୁଏ ଓ କେମିତି ନିଜକୁ ସୁରକ୍ଷିତ ରଖିବେ

‘‘ଏବେ ବାତ୍ୟାର ପ୍ରଭାବ ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି । ହଜାର ହଜାର ସଂଖ୍ୟାରେ ଜେଲିଫିସ୍ ସମୁଦ୍ର ଭିତରେ ମୃତ୍ୟୁ ବରଣ କରି ସମୁଦ୍ରରେ ଭାସୁଥିବା ବେଳେ ଆଉ କିଛି ମୃତ ଜେଲିଫିସ୍ କୂଳରେ ପଡି଼ଛନ୍ତି । ଓଡି଼ଶାରେ ଜେଲିଫିସର ଚାହିଦା ନ ଥିବାରୁ ମତ୍ସ୍ୟଜୀବୀମାନେ ଏହି ମାଛ ପ୍ରତି ଗୁରୁତ୍ୱ ଦିଅନ୍ତି ନାହିଁ,’’ କହିଛନ୍ତି ମତ୍ସ୍ୟଜୀବୀ କେ. ରାମଚନ୍ଦ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କଜରା ରେଗୀତରେ ଜାହ୍ନବୀ କପୁରଙ୍କ ମଜାଳିଆ ନୃତ୍ୟର VIDEO କହୁଛି ସେ ଜଣେଡ୍ରାମା କ୍ୱିନ୍’!

ପୁରୀରେ ଥିବା ସାମୁଦ୍ରିକ ମତ୍ସ୍ୟ ଗବେଷଣା କେନ୍ଦ୍ରର ସମୁଦ୍ର ବିଜ୍ଞାନୀ ଜ୍ଞାନ ରଞ୍ଜନ ଦାଶ କହିଛନ୍ତି, ‘‘ସମୁଦ୍ରରେ ମାଛ ମଡ଼କ ଘଟଣାକୁ ନେଇ ଆମ ମନରେ ଚିନ୍ତା ବଢି଼ଯାଇଛି । ପୁରୀ ସମୁଦ୍ର କୂଳରେ ଶହ ଶହ ଜେଲିଫିସଙ୍କ ମୃତ ଦେହ ପଡି଼ଥିବା ଦେଖାଯିବା ପରେ ଏହା ଉପରେ ଗବେଷଣା କରିବାକୁ ଆମ କେନ୍ଦ୍ରର ତିନି-ଜଣିଆ ବୈଜ୍ଞାନିକ ଦଳ କିଛି ମୃତ ଜେଲିଫିସ ଓ ଜୀବନ୍ତ ଜେଲିଫିସର ନମୁନା ସଂଗ୍ରହ କରିଛନ୍ତି । ସମୁଦ୍ର ଜଳର ନମୁନା ମଧ୍ୟ ସଂଗ୍ରହ କରାଯାଇଛି । କେଉଁ କାରଣରୁ ଏତେ ସଂଖ୍ୟକ ଜେଲିଫିସ୍ ସମୁଦ୍ରରେ ମୃତ୍ୟୁ ବରଣ କରିଛନ୍ତି ତାହା ଉପରେ ଗବେଷଣା କରାଯିବ ।’’



ଦୁଇ ଦିନ ଧରି ପୁରୀ ବେଳାଭୂମିରେ ମାଛ ମଡ଼କ ଦେଖିବାକୁ ମିଳିଥିବା ବେଳେ ତୃତୀୟ ଦିନ ଜେଲିଫିସ୍ ମଡ଼କ ମତ୍ସ ବିଜ୍ଞାନୀଙ୍କ ଚିନ୍ତା ବଢ଼ାଇଛି । କେଉଁ କାରଣରୁ ଏହି ବିରଳ ମାଛର ମୃତ୍ୟୁ ହେଉଛି ତାହା ଗବେଷଣା ପରେ ସ୍ପଷ୍ଟ ହେବ । ବାତ୍ୟା ୟାସ୍‌ ଯୋଗୁଁ ସାମୁଦ୍ରିକ ପରିବେଶ ଅସନ୍ତୁଳିତ ଥିବାରୁ ମାଛ ଓ ଜେଲିଫିସ୍‌ ମଡ଼କ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଥିବା କହିଛନ୍ତି ଦାଶ ।
Published by: Anand ST Das
First published: May 25, 2021, 11:32 PM IST