ଏଣିକି ବର୍ଷକୁ ୪ ଥର ହେବ JEE Main ପରୀକ୍ଷା; ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ
ପରୀକ୍ଷା ଶେଷ ହେବାର ପାଞ୍ଚ ଦିନ ଭିତରେ ପ୍ରକାଶ ପାଇବ ପରୀକ୍ଷା ଫଳ। ମୋଟ ଚାରିଟି ପରୀକ୍ଷା ମଧ୍ୟରୁ ବେଷ୍ଟ ରାଙ୍କ ଆଧାରରେ ନାମଲେଖା ହେବ ।

ସେପ୍ଟେମ୍ବର ମାସରେ ଭୁବନେଶ୍ୱରର ଏକ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରୁଛନ୍ତି ପରୀକ୍ଷାର୍ଥୀମାନେ । (ଫାଇଲ୍ ଫଟୋ)
- News18 Odia
- Last Updated: December 17, 2020, 7:49 PM IST
ଭୁବନେଶ୍ୱର: ଅନେକ ଅପେକ୍ଷାର ଅନ୍ତ ଘଟାଇ ଜେଇଇ ମେନ ପରୀକ୍ଷା ନେଇ ସ୍ପଷ୍ଟ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ । ୨୦୨୧ ଶିକ୍ଷାବର୍ଷରୁ ଚାରି ଥର ହେବ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ ମେନ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ.ଟି.ଏ.) ଦ୍ୱାରା ପରିଚାଳିତ ଜେଇଇ ମେନ ପରୀକ୍ଷା ପୂର୍ବରୁ ଜାନୁଆରୀ ଓ ଏପ୍ରିଲ ମାସରେ ବର୍ଷକୁ ଦୁଇ ଥର ହେଉଥିଲା ।
ଫେବ୍ରୁଆରୀ ୨୩ ରୁ ୨୬ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବ। ସେଥି ପାଇଁ ଗୁରୁବାର (ଡିସେମ୍ବର ୧୭) ଠାରୁ jeemain.nta.nic.in ୱେବସାଇଟରେ ଆବେଦନ କରିବା ଆରମ୍ଭ କରିଛନ୍ତି ଛାତ୍ରଛାତ୍ରୀମାନେ । ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଆବେଦନ ପ୍ରକ୍ରିୟା ।
ଏହା ବି ପଢ଼ନ୍ତୁ | ରାଖୀ ସାୱନ୍ତ ଜାଲିଆତିର ଶିକାର ହେଲେ; ପାଖରେ ଟଙ୍କାଟିଏ ନାହିଁ… ନିଜ ଦୁଃଖ କହିଲେ
କରୋନା ସମୟରେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଶିକ୍ଷାବିତମାନେ । ଅନଲାଇନ ପରୀକ୍ଷା ଯୋଗୁଁ ଅନେକ ପିଲା ପରୀକ୍ଷାରୁ ବଞ୍ଚିତ ହେଉଥିଲେ। ଏବେ ଚାରି ଥର ପରୀକ୍ଷା ହେଲେ ସେମାନେ ଅନ୍ତତଃ ପରୀକ୍ଷାରୁ ବଞ୍ଚିତ ହେବେ ନାହିଁ ଓ ଏହି ଯୋଜନା ପିଲାଙ୍କୁ ଚାପମୁକ୍ତ କରିବ ବୋଲି ଦର୍ଶାଇ ଏହାକୁ ସ୍ୱାଗତ କରିଛନ୍ତି ଶିକ୍ଷାବିତମାନେ ।
ଏହା ବି ପଢ଼ନ୍ତୁ | ହାତ ପାପୁଲିରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେ
‘‘ପିଲାଙ୍କୁ ଆଗରୁ ଗୋଟିଏ କିମ୍ବା ଦୁଇଟି ସୁଯୋଗ ମିଳୁଥିଲା । ଏବେ ବର୍ଷରେ ଚାରିଟି ସୁଯୋଗ ମିଳିବ। ପିଲାମାନେ ଚାପମୁକ୍ତ ହୋଇ ପରୀକ୍ଷା ଦେଇ ପାରିବେ । ଏହା ନିଶ୍ଚିତ ଏକ ଭଲ ପଦକ୍ଷେପ । ଏହା ସହ ଓଡ଼ିଆ ଭାଷାରେ ପରୀକ୍ଷା ଦେଲେ ପିଲାଙ୍କୁ ଆହୁରି ସହଜ ହେବ,’’ କହିଛନ୍ତି ଏନ.ଆଇ.ଟି.ର ପୂର୍ବତନ ଅଧ୍ୟାପକ ସୁନୀଲ ଷଢ଼ଙ୍ଗୀ ।
ଦ୍ବିତୀୟ ପରୀକ୍ଷା ମାର୍ଚ୍ଚ ୧୫ରୁ ୧୮, ତୃତୀୟ ପରୀକ୍ଷା ଏପ୍ରିଲ ୨୭ରୁ ୩୦, ଓ ଚତୁର୍ଥ ପରୀକ୍ଷା ମେ ୨୪ରୁ ୨୮ ମଧ୍ୟରେ ହେବ । ପୂର୍ବ ପରି ଦୁଇଟି ସିଟିଂରେ ହେବ ଏହି ପରୀକ୍ଷା – ସକାଳ ୯ଟାରୁ ୧୨ଟା ଓ ଅପରାହ୍ଣ ୩ଟାରୁ ୫ଟା । ମୋ’ଟ ୯୦ଟି ପ୍ରଶ୍ନରୁ ୭୫ଟିର ଉତ୍ତର ବାଧ୍ୟତାମୂଳକ ହୋଇଥିବା ବେଳେ ୧୫ଟି ଅପ୍ସନାଲ ରହିବ । ଏଥି ପାଇଁ କୌଣସି ନେଗେଟିବ ମାର୍କିଂ ହେବ ନାହିଁ । ଏହି ପରୀକ୍ଷା ପାଇଁ ଏକାଧିକ ଚାନ୍ସକୁ ନେଇ ବେଶ ଉତ୍ସାହ ପ୍ରକାଶ କରିଛନ୍ତି ପରୀକ୍ଷାର୍ଥୀମାନେ ।
ଏହା ବି ପଢ଼ନ୍ତୁ | ଶୀତଦିନେ ନିଜ ଶିଶୁକୁ ଗାଧୋଇଦେବା ବେଳେ ଏହି କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ
‘‘ଏ ବର୍ଷ ପାଠପଢ଼ା ସ୍ଥିତି ଠିକ ନ ଥିବା ବେଳେ ଚାରି ଥର ପରୀକ୍ଷାର ସୁଯୋଗ ମିଳିବା ନିହାତି ଏକ ଖୁସିର କଥା। ବୋର୍ଡ଼ ପରୀକ୍ଷା ସାଙ୍ଗକୁ ଏବେ ସହଜରେ ଜେଇଇ ମେନ ପାଇଁ ପ୍ରସ୍ତୁତି ହୋଇପାରିବ,’’ କହିଛନ୍ତି ରୟାଲ ସାଇନ୍ସ କଲେଜର ଯୁକ୍ତ୨ ଛାତ୍ରୀ ସ୍ଥିତିପ୍ରଜ୍ଞା ସ୍ୱାଇଁ ।
ପରୀକ୍ଷା ଶେଷ ହେବାର ପାଞ୍ଚ ଦିନ ଭିତରେ ପ୍ରକାଶ ପାଇବ ପରୀକ୍ଷା ଫଳ। ମୋଟ ଚାରିଟି ପରୀକ୍ଷା ମଧ୍ୟରୁ ବେଷ୍ଟ ରାଙ୍କ ଆଧାରରେ ନାମଲେଖା ହେବ ।