ଆରମ୍ଭ ହେଲା JEE Main ପରୀକ୍ଷା; ରାଜ୍ୟରେ ୧୯,୦୦୦ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଲେ

ପୂର୍ବରୁ ରାଜ୍ୟରେ ମାତ୍ର ପାଞ୍ଚଟି ସହରରେ ଏହି ପରୀକ୍ଷା ହେଉଥିବା ବେଳେ କୋଭିଡ ସଂକ୍ରମଣକୁ ଆଖିରେ ରଖି ଏ ଥର ୧୯ଟି ସହରରେ ୩୫ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । କେବଳ ଭୁବନେଶ୍ୱରରେ ହୋଇଥିଲା ଛଅଟି କେନ୍ଦ୍ର ।

ଆରମ୍ଭ ହେଲା JEE Main ପରୀକ୍ଷା; ରାଜ୍ୟରେ ୧୯,୦୦୦ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଲେ
ଭୁବନେଶ୍ୱରରେ ଗୋଟିଏ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀମାନେ ପ୍ରବେଶ କରୁଛନ୍ତି ।
  • News18 Odia
  • Last Updated: July 20, 2021, 11:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସର୍ବ-ଭାରତୀୟ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍‌ (JEE Main) ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । ମେ’ ମାସରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଜେଇଇ ମେନ୍‌ ପରୀକ୍ଷା କୋଭିଡ୍‌ ସଂକ୍ରମଣ କାରଣରୁ ଅଟକି ରହିଥିଲା। ସାରା ଦେଶରେ ସାତ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରୁ ଏଥିରେ ସାମିଲ୍‌ ହୋଇଥିଲେ ୧୯,୯୫୪ ଜଣ।

ଏହି ପରୀକ୍ଷା ପାଇଁ ରାଜ୍ୟରେ ମୋ’ଟ ୧୯ଟି ସହରରେ ୩୫ଟି ପରୀକ୍ଷା କେନ୍ଦ୍ର ରହିଥିଲା । ପୂର୍ବରୁ ମାତ୍ର ପାଞ୍ଚଟି ସହରରେ ଏହି ପରୀକ୍ଷା ହେଉଥିବା ବେଳେ କୋଭିଡ ସଂକ୍ରମଣକୁ ଆଖିରେ ରଖି କେନ୍ଦ୍ର ସଂଖ୍ୟା ବଢ଼ାଯାଇଥିଲା ବୋଲି କହିଛନ୍ତି କର୍ତ୍ତୃପକ୍ଷ । କେବଳ ଭୁବନେଶ୍ୱରରେ ହୋଇଥିଲା ଛଅଟି କେନ୍ଦ୍ର ।

ଏହା ବି ପଢ଼ନ୍ତୁ | ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରାଗଲା; ଅଶ୍ଳୀଳ ଫିଲ୍ମ ବନାଉଥିବା ଅଭିଯୋଗ ଥିଲା

‘‘ଆମେ କୋଭିଡକୁ ଦେଖି ସବୁ ବ୍ୟବସ୍ଥା କରିଛୁ। ସେଣ୍ଟର୍‌ ସଂଖ୍ୟା ବି ବଢ଼େଇଛୁ । ଆଗରୁ ମାତ୍ର ପାଞ୍ଚଟି ସହରରେ ହେଉଥିଲା ପରୀକ୍ଷା । ଏବେ ୧୯ଟି ସହରରେ ୩୫ଟି ସେଣ୍ଟର୍‌ ଅଛି। ଗୋଟିଏ ଗୋଟିଏ ସେଣ୍ଟରରେ ଯେମିତି ଅଧିକ ପିଲା ନ ହେବେ ସେଥି ପାଇଁ ବିଶେଷ ଧ୍ୟାନ ଦିଆଯାଇଛି। ତେଣୁ କିଛି ଅସୁବିଧା ହେବ ନାହିଁ,’’ କହିଛନ୍ତି ଜେଇଇ ମେନର ଇଷ୍ଟର୍ଣ୍ଣ ଜୋନ୍‌ ମୁଖ୍ୟ ପଲ୍ଲୀ ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ | ୧୭ ବର୍ଷୀୟ ଯୁବକର ପାଟି ଭିତରେ ୮୨ଟି ଅଧିକ ଦାନ୍ତ! ଅପରେସନ୍ କରି ବାହାର କଲେ ଡାକ୍ତରମାନେ

ପ୍ରତି ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀମାନଙ୍କୁ ମାସ୍କ ଦିଆଯାଇଥିଲା ।


ସକାଳ ୯ଟାରୁ ଆରମ୍ଭ ହୋଇଥିଲା ପରୀକ୍ଷା । ପୂର୍ବରୁ ସାନିଟାଇଜେସନ୍‌ କରାଯାଇଥିବା କେନ୍ଦ୍ରଗୁଡ଼ିକର ଗେଟ୍‌ ଖୋଲିଥିଲା ୭.୩୦ରେ । ସାମାଜିକ ଦୂରତା ରକ୍ଷା କରି ଭିତରକୁ ଛଡ଼ାଯାଇଥିଲା ପରୀକ୍ଷାର୍ଥୀମାନଙ୍କୁ । ସେମାନଙ୍କ ଥର୍ମାଲ୍‌ ସ୍କ୍ରିନିଂ କରାଯାଇଥିଲା ଓ କେନ୍ଦ୍ର ପକ୍ଷରୁ ଦିଆଯାଇଥିଲା ମାସ୍କ୍‌ । ପରୀକ୍ଷାର୍ଥୀମାନେ ନିଜ ସାଙ୍ଗରେ କୌଣସି ପ୍ରକାର ସାମଗ୍ରୀ ଭିତରକୁ ନେଇପାରିବେ ନାହିଁ କୁହାଯାଇଥିଲେ ବି କେବଳ ସାନିଟାଇଜର୍‌ ଓ ପାଣି ବୋତଲ ନେବାକୁ ଅନୁମତି ମିଳିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବିବାହର ମାତ୍ର ତିନି ମାସ ପରେ ମାହେଲେ ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା; ପୁତ୍ର ଜନ୍ମ ଦେଲେ

ଜେଇଇ ମେନ୍‌ ପରୀକ୍ଷାର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ହେବା ନିତାନ୍ତ ଆବଶ୍ୟକ ଥିଲା ବୋଲି କହିଛନ୍ତି ଛାତ୍ରଛାତ୍ରୀମାନେ । ପୂର୍ବରୁ ବୋର୍ଡ଼ ପରୀକ୍ଷା ଯୋଗୁଁ ଆଗରୁ ହୋଇଥିବା ଦୁଇଟି ପରୀକ୍ଷା ସେତେ ଭଲ ହୋଇ ନ ଥିଲା । ତେଣୁ ଏହି ଦୁଇଟି ପରୀକ୍ଷା ହେବ କି ନାହିଁ ସନ୍ଦେହ ଥିବା ବେଳେ ପରୀକ୍ଷା ହୋଇଥିବାରୁ ଖୁସି ଲାଗୁଛି ବୋଲି କହିଛନ୍ତି ସେମାନେ ।

ଏହା ବି ପଢ଼ନ୍ତୁ | ଦେଶର ସର୍ବ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ପୁଣି ଥରେ କରୋନାରେ ସଂକ୍ରମିତ ହେଲେ

‘‘କୋଭିଡ୍‌ ଓ ଲକଡାଉନ୍‌ ପରିସ୍ଥିତି ଦେଖି ଲାଗୁ ନ ଥିଲା ଆଉ ପରୀକ୍ଷା ହେବ ବୋଲି । ନ ହେଇଥିଲେ ଆମର ଅନେକ କ୍ଷତି ହେଇଥାନ୍ତା । ପ୍ରଥମ ଦୁଇ ରାଉଣ୍ଡରେ ଯୁକ୍ତ୨ ବୋର୍ଡ଼ ଟେନସନ୍‌ ଥିଲା । ଦୁଇଟି ଯାକ ପାଇଁ ପ୍ରସ୍ତୁତି କରିବା କଷ୍ଟକର ଥିଲା। ଯାାହା ହେଉ ଡେରି ହେଉ ପଛେ ପରୀକ୍ଷା ହୋଇଥିବାରୁ ଆମେ ଭାରି ଉତ୍ସାହିତ,’’ କହିଛନ୍ତି ପରୀକ୍ଷାର୍ଥୀ ଶୀତଳ ସୋମାଲିନ୍‌।



ଏଣିକି ବର୍ଷକୁ ଚାରି ଥର ଜେଇଇ ମେନ୍‌ ପରୀକ୍ଷା ହେବ ବୋଲି ଏନ୍‌.ଟି.ଏ. କହିଛି । ଜୁଲାଇ ୨୫ରୁ ଆରମ୍ଭ ହେବ ଚତୁର୍ଥ ଓ ଶେଷ ପର୍ଯ୍ୟାୟ ପରୀକ୍ଷା। ବେଷ୍ଟ ରାଙ୍କ୍‌ ଆଧାରରେ ଛାତ୍ରଛାତ୍ରୀମାନଙ୍କର ନାମଲେଖା ହେବ ।
Published by: Anand ST Das
First published: July 20, 2021, 11:53 PM IST