JEE ମେନ ପରୀକ୍ଷା ଦ୍ଵିତୀୟ ଦିନ: ପରୀକ୍ଷା କେନ୍ଦ୍ରର ସିଟ୍ ସଂଖ୍ୟା ଠାରୁ କମ୍ ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା

ଦ୍ୱିତୀୟ ଦିନରେ B Tech ପାଠ୍ୟକ୍ରମ ପାଇଁ ସାରା ରାଜ୍ୟରେ ୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ଭୁବନେଶ୍ୱରରେ ଦୁଇଟି ସିଟିଂରେ ପ୍ରାୟ ୩ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।

JEE ମେନ ପରୀକ୍ଷା ଦ୍ଵିତୀୟ ଦିନ: ପରୀକ୍ଷା କେନ୍ଦ୍ରର ସିଟ୍ ସଂଖ୍ୟା ଠାରୁ କମ୍ ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 2, 2020, 3:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ସାରା ରାଜ୍ୟରେ ଆଜି JEE ମେନ ପରୀକ୍ଷା ଦ୍ଵିତୀୟ ଦିନ । ଏହି ଦ୍ଵିତୀୟ ଦିନରେ ବିଟେକ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । କୋଭିଡ଼ ଗାଇଡ଼ଲାଇନ ଭିତରେ ପରୀକ୍ଷା କରାଯାଉଛି । ଦୁଇଟି ପର୍ଯ୍ୟାୟରେ ରାଜ୍ୟର ୨୬ଟି କେନ୍ଦ୍ରରେ ଅନଲାଇନରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।

ବହୁ ବାଦ ବିବାଦ ପରେ ଶେଷରେ ଆରମ୍ଭ ହୋଇଛି JEE ମେନ ପରୀକ୍ଷା । ଆଜି ଏହି ପରୀକ୍ଷାର ଦ୍ଵିତୀୟ ଦିନ । ପ୍ରଥମ ଦିନରେ ଛାତ୍ରଛାତ୍ରୀ ବିଆର୍କ(B Arch) ବିଷୟର ପରୀକ୍ଷା ଦେଇଥିବା ବେଳେ ଆଜି ଅର୍ଥାତ ଦ୍ଵିତୀୟ ଦିନରେ ବିଟେକ (B Tech) ପାଠ୍ୟକ୍ରମ ପାଇଁ ପରୀକ୍ଷା ହୋଇଛି । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସକାଳ ୯ଟା ରୁ ଆରମ୍ଭ ହୋଇଥିଲା ଫଳରେ ସବୁ ପରୀକ୍ଷା କେନ୍ଦ୍ର ଗେଟକୁ ସକାଳ ୭ଟା ରେ ଖୋଲା ଯାଇଥିଲା । ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ପରେ ହାତ ସାନିଟାଇଜ କରାଯାଇଥିଲା । ଏନଟିଏ ପକ୍ଷରୁ ଦିଆଯାଇଥିବା ଫେସ ମାସ୍କ ପିନ୍ଧି ପରୀକ୍ଷା ହଲକୁ ପ୍ରବେଶ କରିଥିଲେ ପରୀକ୍ଷାର୍ଥୀ । କେନ୍ଦ୍ରର ଗାଇଡ଼ ଲାଇନ ଅନୁଯାୟୀ ସମ୍ପୂର୍ଣ୍ଣ ବ୍ୟବସ୍ଥା ହେବା ସହ ସାମାଜିକ ଦୂରତ୍ୱକୁ ବେଶ ଗୁରୁତ୍ୱ ଦିଆଯାଇଛି ।

ରାଜ୍ୟରେ ୩୮ ହଜାରରୁ ଅଧିକ ଛାତ୍ରଛାତ୍ରୀ JEE ମେନ ପରୀକ୍ଷା ଦେଉଥିବା ବେଳେ କେବଳ ଭୁବନେଶ୍ୱରରେ ୧୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସେହିପରି ଦ୍ଵିତୀୟ ଦିନରେ ବିଟେକ ପାଠ୍ୟକ୍ରମ ପାଇଁ ସାରା ରାଜ୍ୟରେ ୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ଭୁବନେଶ୍ୱରରେ ଦୁଇଟି ସିଟିଂରେ ପ୍ରାୟ ୩ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପରୀକ୍ଷା କେନ୍ଦ୍ରର ସିଟ ଅନୁସାରେ କମ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଭୁବନେଶ୍ୱରର 6ଟି କେନ୍ଦ୍ର ମଧ୍ୟରୁ ପଟିଆ ଆଇଡ଼ିଜେଡ-୨ କେନ୍ଦ୍ରରେ ସର୍ବାଧିକ ୯୪୩ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ଥିଲା । ହେଲେ ପ୍ରଥମ ସିଟିଂରେ ୮୦୧ ଜଣ ପରୀକ୍ଷା ଦେଇଛନ୍ତି । ସେହିପରି ପଟିଆ ଆଇଡ଼ିଜେଡ଼-୧ ରେ ୨୩୫ ରୁ ୧୮୨ ଜଣ, ଆଇଡ଼ିଜେଡ଼ ମଞ୍ଚେଶ୍ୱରରେ ୧୧୯ ରୁ ୯୨ଜଣ, ଗୀତା କଲେଜରେ ୧୨୦ ରୁ ୯୮ ଜଣ, ଗୁରୁକୃପା କଲେଜରେ ୧୦୦ ରୁ ୬୨ଜଣ, ସେଣ୍ଟ ଜାଭିୟରରେ ୧୦୫ ରୁ ୫୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇ ହେଉଛି ପରୀକ୍ଷା


ପ୍ରଥମ ସିଟିଂ ପରୀକ୍ଷାର ୩ ଘଣ୍ଟା ବ୍ୟବଧାନରେ ଦ୍ଵିତୀୟ ସିଟିଂ ପରୀକ୍ଷା ହୋଇଛି । ଫଳରେ ପରୀକ୍ଷା ପୂର୍ବରୁ ଓ ପରେ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯାଇଛି । ନୋଡାଲ ସେଣ୍ଟର ଅଧିକାରୀମାନେ ସମସ୍ତ କାର୍ଯ୍ୟକୁ ତଦାରଖ କରିଛନ୍ତି ।

"ଛାତ୍ରଛାତ୍ରୀ କିଭଳି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ସେ ନେଇ ସ୍ୱତନ୍ତ୍ର ଗାଡି ବ୍ୟବସ୍ଥା କରାଯାଇଛି । କୌଣସି ସମସ୍ୟାର ଯେପରି ସମ୍ମୁଖୀନ ନ ହେବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି," କହିଛନ୍ତି ନୋଡାଲ ଅଫିସର ବିଜୟ କୁମାର ବେହେରା ।

ସେହିଭଳି ଓଡ଼ିଶା ମୋ ପରିବାର ତରଫରୁ ରାଜ୍ୟର ୨୬ଟି ଯାକ କେନ୍ଦ୍ରରେ ହେଲପ ଡେସ୍କ କରାଯାଇଛି । ''ଛାତ୍ରଛାତ୍ରୀଙ୍କୁ ପାଣି ସହ ସାନିଟାଇଜର ଦିଆଯାଉଛି । ଏପରିକି ସାମାଜିକ ଦୂରତା ରକ୍ଷା କରିବା ସହ ପରୀକ୍ଷାର୍ଥୀଙ୍କ ସାହାଯ୍ୟ କରୁଛୁ । ଯଦି କିଏ ଭୁଲ ପରୀକ୍ଷା କେନ୍ଦ୍ରକୁ ଆସି ଯାଇଥିବେ ତାଙ୍କୁ ତାଙ୍କ କେନ୍ଦ୍ରରେ ନେଇ ଛାଡୁଛୁ । ଏନେଇ ସ୍ୱତନ୍ତ୍ର ଗାଡି ବ୍ୟବସ୍ଥା କରିଛୁ," କହିଛନ୍ତି ଓଡିଶା ମୋ ପରିବାର ସ୍ବେଚ୍ଛାସେବୀ ରୁଦ୍ର ନାରାୟଣ ସାମନ୍ତରାୟ।
Published by: Jagdish Barik
First published: September 2, 2020, 3:21 PM IST
corona virus btn
corona virus btn
Loading