JEE Advanced Exam date 2021: ୩ ଜୁଲାଇରେ ହେବ JEE ଆଡଭାନ୍ସଡ ପରୀକ୍ଷା; ଶିକ୍ଷା ମନ୍ତ୍ରୀ ନିଶଙ୍କ ଘୋଷଣା କଲେ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ JEE ଆଡଭାନ୍ସଡ ପରୀକ୍ଷା ୨୦୨୧ ର (JEE Advanced Exam date 2021) ତାରିଖ ଘୋଷଣା କରିଛନ୍ତି ।

JEE Advanced Exam date 2021: ୩ ଜୁଲାଇରେ ହେବ JEE ଆଡଭାନ୍ସଡ ପରୀକ୍ଷା; ଶିକ୍ଷା ମନ୍ତ୍ରୀ ନିଶଙ୍କ ଘୋଷଣା କଲେ
୩ ଜୁଲାଇରେ ହେବ JEE ଆଡଭାନ୍ସଡ ପରୀକ୍ଷା
  • News18 Odia
  • Last Updated: January 7, 2021, 9:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
JEE ଆଡଭାନ୍ସଡ ପରୀକ୍ଷା ୩ ଜୁଲାଇ ୨୦୨୧ ରେ ଅନୁଷ୍ଠିତ ହେବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି JEE ଆଡଭାନ୍ସଡ ପରୀକ୍ଷା ୨୦୨୧ (JEE Advanced Exam date 2021) ତାରିଖ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ଯାହା ଦ୍ୱାରା ଛାତ୍ରମାନେ ପ୍ରସ୍ତୁତି ପାଇଁ ପୂର୍ଣ୍ଣ ସମୟ ପାଇପାରିବେ ।

ଆଇଆଇଟି ଖଡ଼ଗପୁର ଆୟୋଜନ କରିବ
ଆଇଆଇଟି ଖଡ଼ଗପୁର ଦ୍ୱାରା ଏଥର JEE ଆଡଭାନ୍ସଡ ପରୀକ୍ଷା କରାଯିବ ବୋଲି ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ଆଇଆଇଟିରେ ଆଡମିଶନ ପାଇଁ ବାଧ୍ୟତାମୂଳକ ୭୫ ପ୍ରତିଶତ ମାର୍କ ସହିତ ଜଡିତ ସର୍ତ୍ତକୁ ମଧ୍ୟ ହଟାଇ ଦିଆଯାଇଛି । ୱେବିନିନାର ମାଧ୍ୟମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆଇଆଇଟିରେ ଆଡମିଶନ ପାଇଁ ଆବଶ୍ୟକ ଯୋଗ୍ୟତା ଓ ନିୟମ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ।

୨୨୨ କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ
ପ୍ରାୟ ୨୨୨ ଟି କେନ୍ଦ୍ରରେ JEE ଆଡଭାନ୍ସଡ୍ ପରୀକ୍ଷା କରାଯିବ । ଆବେଦନ ଫର୍ମ ପୂରଣ କରିବାବେଳେ ପ୍ରାର୍ଥୀମାନଙ୍କୁ ସେମାନଙ୍କର ପ୍ରାଥମିକତା କେନ୍ଦ୍ର ଦେବାକୁ ପଡିବ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପୂର୍ବରୁ ଟ୍ୱିଟ୍ କରିଥିଲେ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ପୂର୍ବରୁ ଟ୍ୱିଟ୍ କରି କହିଥିଲେ ଯେ ସେ ୭ ଜାନୁଆରୀ ସନ୍ଧ୍ୟା ୬ ଟାରେ JEE ଆଡଭାନ୍ସଡ ପରୀକ୍ଷା ତାରିଖ ଘୋଷଣା କରିବେ ।

ଚାରିଥର ହେବ JEE Mains ପରୀକ୍ଷା
ଏଥର ଜେଇଇ ମେନ୍ସ ପରୀକ୍ଷା ଚାରିଥର ହେବ । ଗତ ମାସରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ମଧ୍ୟ ଏହି ସୂଚନା ଦେଇଛନ୍ତି । ଏହି ପରୀକ୍ଷା ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ଚାରୋଟି ଅଧିବେଶନରେ ଅନୁଷ୍ଠିତ ହେବ । JEE Mains ପରୀକ୍ଷାର ପ୍ରଥମ ଅଧିବେଶନ ୨୩ ଫେବୃଆରୀ ରୁ ୨୬ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
Published by: Jagdish Barik
First published: January 7, 2021, 9:11 PM IST
corona virus btn
corona virus btn
Loading