JEE ଆଡ଼ଭାନ୍ସଡ଼ ପରୀକ୍ଷା: ରାଜ୍ୟର ୫ଟି ସହରରେ ପରୀକ୍ଷା ଦେଲେ ୫,୦୦୦ରୁ ଅଧିକ ଛାତ୍ରଛାତ୍ରୀ

କରୋନା ସଙ୍କଟ ସମୟରେ ବି ଏହି ପରୀକ୍ଷା ଆୟୋଜିତ ହୋଇପାରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପରୀକ୍ଷାର୍ଥୀମାନେ । ଅକ୍ଟୋବର ୫ରେ ଆସିବ ରେଜଲ୍ଟ ଓ ତା’ପରେ ଦେଶର ୨୩ଟି IIT ଓ NITର ୧୧,୩୮୯ଟି ସିଟ୍ ପାଇଁ ଆରମ୍ଭ ହେବ ନାମଲେଖା ।

ସେପ୍ଟେମ୍ବର ମାସରେ ଭୁବନେଶ୍ୱରର ଏକ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରୁଛନ୍ତି ପରୀକ୍ଷାର୍ଥୀମାନେ । (ଫାଇଲ୍‌ ଫଟୋ)

ସେପ୍ଟେମ୍ବର ମାସରେ ଭୁବନେଶ୍ୱରର ଏକ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରୁଛନ୍ତି ପରୀକ୍ଷାର୍ଥୀମାନେ । (ଫାଇଲ୍‌ ଫଟୋ)

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ଆଜି ରାଜ୍ୟ ସମେତ ସାରା ଦେଶରେ ଜେଇଇ ଆଡ଼ଭାନ୍ସଡ଼ ପରୀକ୍ଷା ଶାନ୍ତିପୂର୍ଣ୍ଣ ଭାବରେ ଓ ସୁବ୍ୟବସ୍ଥା ମଧ୍ୟରେ ଆୟୋଜିତ ହୋଇଛି । ସାରା ଦେଶରେ ପରୀକ୍ଷା ଦେଇଛନ୍ତି ୧ ଲକ୍ଷ ୬୦ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ । ରାଜ୍ୟର ପାଞ୍ଚଟି ସହରରେ ସ୍ଥାପିତ ୧୮ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ୫,୦୦୦ରୁ ଅଧିକ ଛାତ୍ରଛାତ୍ରୀ । ବିଳମ୍ବରେ ହେଉ ପଛେ କୋଭିଡ କଟକଣା ଭିତରେ ପରୀକ୍ଷା ହୋଇପାରିଥିବାରୁ ଖୁସି ପ୍ରକାଶ କରିଛନ୍ତି ସେମାନେ ।

ଆଇଆଇଟି ବମ୍ବେ ଓ ରୁଡ଼କି ଭଳି ଶିକ୍ଷାନୁଷ୍ଠାନରେ ପଢ଼ିବା ଆଶା ନେଇ ଛାତ୍ରଛାତ୍ରୀମାନେ ଆଜି ଏହି ପରୀକ୍ଷା ଦେଇଛନ୍ତି ।  ଏହି ପରୀକ୍ଷାର ରେଜଲ୍ଟରୁ ଦେଶର ୨୩ଟି ଆଇଆଇଟି ଓ ଏନଆଇଟି ଶିକ୍ଷାନୁଷ୍ଠାନର ୧୧,୩୮୯ଟି ସିଟରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ଚୟନିତ ହେବେ ।

ସାରା ଦେଶରେ ଜେଇଇ ମେନ୍‌ କ୍ବାଲିଫାଏ କରିଥିବା ୨ ଲକ୍ଷ ୪୫ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ମନୋନୀତ ହୋଇଥିବା ବେଳେ ୧ ଲକ୍ଷ ୬୦ ହଜାର ୮୪୧ ଜଣ ଛାତ୍ରଛାତ୍ରୀ ଦେଶର ୨୨୨ଟି ସହରରେ ସ୍ଥାପିତ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ।

ପରୀକ୍ଷା କେନ୍ଦ୍ରରେ ସବୁ କୋଭିଡ ନିୟମର ଅନୁପାଳନ ହୋଇଥିଲା ।


ଓଡ଼ିଶାର ବ୍ରହ୍ମପୁର, ଭୁବନେଶ୍ୱର, କଟକ, ସମ୍ବଲପୁର ଓ ରାଉରକେଲାର ୧୮ଟି ପରୀକ୍ଷା କେନ୍ଦ୍ରରେ ୫,୦୦୦ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହୋଇଥିଲା – ସକାଳ ୯ରୁ ଦିନ ୧୨ ଓ ଦିନ ୨.୩୦ରୁ ୫.୩୦ ।

‘‘ଜେଇଇ ଆଡ଼ଭାନ୍ସଡ଼ ପରୀକ୍ଷା ସବୁବେଳେ କଠିନ ଥାଏ । ଏଥର ବି ସେମିତି ଥିଲା ପରୀକ୍ଷା । ମୁଁ ମୋ’ର ବେଷ୍ଟ ଦେଇଛି। ଆଇଆଇଟି ବମ୍ବେରେ ପଢ଼ିବାକୁ ଇଚ୍ଛା ଅଛି,’’ କହିଛନ୍ତି ଭୁବନେଶ୍ୱରର ଏକ କେନ୍ଦ୍ରରେ ପରୀକ୍ଷା ଦେଇଥିବା ସୁଦୀପ ରଣା ।

ଏହା ବି ପଢ଼ନ୍ତୁ | ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସବୁ ଠିକ୍ ଜାଗାରେ ନ ଥିଲେ, ତଥାପି ୯୯ ବର୍ଷ ଯାଏଁ ବଞ୍ଚିଲେ ମହିଳା

ଏହା ବି ପଢ଼ନ୍ତୁ | Bollywood & Drugs: ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ଦୀପିକା; ଶ୍ରଦ୍ଧା ଓ ସାରାଙ୍କୁ ବି ଜେରା କରାଗଲା

ଆଇଆଇଟି ଦିଲ୍ଲୀ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଜେଇଇ ମେନ ଢାଞ୍ଚାରେ କରାଯାଇଥିଲା । ଅନଲାଇନ କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ପରୀକ୍ଷାର ଦୁଇ ଘଣ୍ଟା ପୂର୍ବରୁ ଗେଟ୍‌ ଖୋଲାଯାଇଥିଲା । ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ପୂର୍ବରୁ ପରୀକ୍ଷାର୍ଥୀଙ୍କ ସମ୍ପୂର୍ଣ୍ଣ ସାନିଟାଇଜସନ ଓ ଥର୍ମାଲ ସ୍କ୍ରିନିଂ ହୋଇଥିଲା ଓ ନୂଆ ମାସ୍କ ପିନ୍ଧିବାକୁ ଦିଆଯାଇଥିଲା । ସାମାଜିକ ଦୁରତାକୁ ବି ଗୁରୁତ୍ୱ ଦିଆଯାଇଥିଲା କେନ୍ଦ୍ରଗୁଡ଼ିକରେ । କଡ଼ା ଯାଞ୍ଚ ସହ ଭିତରକୁ ଛଡ଼ା ଯାଇଥିଲା ପିଲାଙ୍କୁ । ଏହାକୁ ନେଇ ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକ ଖୁସି ପ୍ରକାଶ କରିଥିଲେ।



‘‘କରୋନା ସମୟରେ ସବୁଥିରେ ବିଳମ୍ବ ହୋଇଛି । ପରୀକ୍ଷା ତାରିଖ ଅଚାନକ ଘୋଷଣା ନ କରି ସମୟ ଦେଇଥିଲେ ଆଉ ଭଲ କରିପାରିଥାନ୍ତେ ପିଲାମାନେ । ଅନ୍ୟ ସବୁ ବ୍ୟବସ୍ଥା ବେଶ୍‌ ଭଲ ଥିଲା,’’ କହିଛନ୍ତି ଅଭିଭାବକ ରଞ୍ଜନ ରଣା ।
Published by:Anand Shankar Thankur Das
First published: