News18 Odia Digital
ଭୁବନେଶ୍ବର: ଗୋଟିଏ ପଟେ ମହିଳା ପୋଲିସ ଆଇଆଇସିଙ୍କୁ ର୍ଦୁବ୍ୟବହାର ଘଟଣାକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବିବାଦରେ ଥିବାବେଳେ କିନ୍ନରଙ୍କୁ ମିଠା ବାଣ୍ଟିଛନ୍ତି ତାଙ୍କ ଝିଅ।।
ମହିଳା ପୋଲିସ ଆଇଆଇସିଙ୍କୁ ଧକ୍କା ମାରିବା ଘଟଣାରେ ପ୍ରତିବାଦ କରିବାକୁ ଯାଇଥିବା କିନ୍ନରଙ୍କୁ ମିଠା ଖୁଆଇ ଶାନ୍ତି କରିଥିଲେ ଜୟନାରାୟଣଙ୍କ ଝିଅ।

କିନ୍ନରଙ୍କୁ ମିଠା ଖୁଆଇଲେ ଜୟନାରାୟଣ ମିଶ୍ରଙ୍କ ଝିଅ
ସେହିପରି ବିଜେଡି ନେତା ଅରୁପ ପଟ୍ଟନାୟକଙ୍କ ଧମକ ପରେ ତାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଜୟନାରାୟଣ ମିଶ୍ର। ସେ କହିଛନ୍ତି, ‘‘ଅରୁପ ପଟ୍ଟନାୟକ ବ୍ୟବହାର ଶିଖିନାହାଁନ୍ତି। ମୁମ୍ବାଇର ପୋଲିସ କମିଶନର ଥିବା ବେଳେ ବାଂଲାଦେଶୀଙ୍କ ସହ ସାଲିସ କରିବାରୁ ତାଙ୍କୁ ପଦବୀରୁ ହଟାଯାଇଥିଲା।’’

ବିବାଦରେ ଜୟନାରାୟଣ ମିଶ୍ର
କଥାଟି ହେଲା ଯେ ଶୁକ୍ରବାର ଦିନ ଜୟନାରାୟଣଙ୍କ ନାଁ ନ ନେଇ ତାଙ୍କୁ ଧମକ ଦେଇଥିଲେ ବିଜେଡି ନେତା ଅରୁପ। ଆଉ କହିଥିଲେ, ‘‘ଯେଉଁ ଲୋକ ମହିଳା ଥାନା ଅଧିକାରୀଙ୍କୁ ଧକ୍କା ମାରିଥିଲେ ସେ ମୋ ହାବୁଡ଼ରେ ପଡ଼ିନାହାଁନ୍ତି। ନହେଲେ କ’ଣ ହୋଇଥାନ୍ତୋ ସେ ଠିକ୍ ଜାଣିଛନ୍ତି।’’
ଏହାସହ ସେ ଜାମିନ ବିହିନ ଗିରଫ ପରୱାନା ସତ୍ତ୍ବେ ସେ ଲୋକ କେମିତି ବାହାରେ ବୁଲୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଧକ୍କା ମାରି ଘଟଣାର ଉଦହାରଣ ରଖି ଅରୁପ ପଟ୍ଟନାୟକ କହିଥିଲେ ଯେ ଏହି ଘଟଣାରେ ଯେତେ ସବୁ ଦଫା ଲାଗିବ ତାହା ନନ୍ ବେଲେବୁଲ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।