News18 Odia Digital
ଭୁବନେଶ୍ୱର: ୨୦୨୪ରେ ଆମେ କ୍ଷମତାକୁ ଆସିବୁ। ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଓଡିଶା ଫେରିବା ପରେ ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର।
ଧାନ ବିଲରେ ସାର ସିଞ୍ଚନ ଆରମ୍ଭ ହୋଇଛି,୨୦୨୪ରେ ଫସଲ କାଟିବୁ। ଏକା ଦିନରେ ସବୁକିଛି ହୁଏନି। ସେଥିପାଇଁ ପ୍ରକ୍ରିୟା ଜାରି ରହିଛି। ସିବିଆଇ ଓ ଇଡି ତଦନ୍ତ ରାଜ୍ୟରେ ହେବ କି ନାହିଁ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ସିବିଆଇ ଓ ଇଡି ରାଜ୍ୟକୁ ଆସିବା ଦରକାର। ଓଡ଼ିଶାରେ ଦୁର୍ନୀତି ଚରମ ସୀମାରେ ପହଁଚିଲାଣି। ମୁଁ ଇଡି କି ସିବିଆଇ ପ୍ରବକ୍ତା ନୁହେଁ। ଆମ କର୍ମକର୍ତ୍ତାଙ୍କ ପରିଶ୍ରମରେ ଆମେ ପରିବର୍ତ୍ତନ ଆଣିବୁ ବୋଲି କହିଛନ୍ତି ବିଜେପି ନେତା।
ସେହିଭଳି ଓଡ଼ିଶାର ରାଜନୈତିକ ସ୍ଥିତି ବାବଦରେ ଦିଲ୍ଲୀର ଶୀର୍ଷ ନେତୃତ୍ୱ ଅବଗତ ଅଛନ୍ତି। ତେଣୁ ଆଗକୁ ଓଡ଼ିଶାରେ ସଙ୍ଗଠନକୁ କିଭଳି ମଜବୁତ କରାଯିବ ଓ ମିଶନ-୨୦୨୪ ପାଇଁ ଋଣନୀତି ପ୍ରସ୍ତୁତ ହେବ ସେ ବାବଦରେ ଶାହା ଓ ନଡ୍ଡାଙ୍କଠାରୁ ପରାମର୍ଶ ନିଆଯିବ ବୋଲି କହିଛନ୍ତି ଜୟନାରାୟଣ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।