News18 Odia Digital
ଭୁବନେଶ୍ୱର: ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ଫେରାଇଦେଲେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର।
ନବ ଦାସଙ୍କୁ ହତ୍ୟା ସମୟରେ ତାଙ୍କ ସହ ତାଙ୍କ ପିଏସଓ ଉପସ୍ଥିତ ଥିଲେ। ଏହା ସତ୍ତ୍ୱେ ବି ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ସେଥିପାଇଁ ଜୟ ନାରାୟଣ ବର୍ତ୍ତମାନ ଏଭଳି ନିଷ୍ପତ୍ତି ନେଇଛନ୍ତି। ତାଙ୍କୁ ସରକାର ଦେଇଥିବା ପିଏସଓ ବା ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ଫେରାଇ ଦେଲେ। ସବୁ ପୋଲିସ ଅଧିକାରୀ ଏବେ ଅପରାଧିକ କାର୍ଯ୍ୟକଳାପରେ ରହୁଛନ୍ତି । ତେଣୁ ଓଡ଼ିଶା ପୋଲିସ ଉପରେ ମୋର ଆଉ ଆସ୍ଥା କି ଭରସା ନଥିବା କହି ଏମିତି ପଦକ୍ଷେପ ନେଇଛନ୍ତି ଜୟ ନାରାୟଣ।
ଅନ୍ଯପଟେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ଝାରସୁଗୁଡା ଏସପି କିଛି ଦିନ ପୂର୍ବରୁ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନବ ଦାସଙ୍କ ପିଏସଓ ମିତ୍ରଭାନୁ ଦେଓଙ୍କୁ ସସପେଣ୍ଡ କରାଯାଇଛି। ମିତ୍ରଭାନୁଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଥିଲା । ବ୍ରଜରାଜନଗର ଥାନାରେ କ୍ରାଇମବ୍ରାଞ୍ଚ ଏଡିଜି ତାଙ୍କୁ ୨ଘଣ୍ଟା ଧରି ଜେରା କରିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।