କାଚ ବୋତଲରେ ଶିବାଳୟ! ୧୨ ଇଞ୍ଚ୍ ଲମ୍ବା ଓ ୮ ଇଞ୍ଚ୍ ଚଉଡ଼ା ମନ୍ଦିର ବନେଇଲେ ଜଟଣିର ଈଶ୍ୱର ରାଓ

କାଚ ବୋତଲ ଭିତରେ ମନ୍ଦିରଟିଏ ବନେଇବା ଆଦୌ ସହଜ ନୁହେଁ । ହେଲେ ତାହା ସମ୍ଭବ କରିଛନ୍ତି ଈଶ୍ୱର ରାଓ । ମାଟି, ଦିଆସିଲି ଓ ତାରକୁ ନେଇ ୩୫୦ ପିସରେ ସେ ତିଆରି କରିଛନ୍ତି ଏହି ସୁନ୍ଦର କୁନି ଶିବ ମନ୍ଦିର ।

କାଚ ବୋତଲରେ ଶିବାଳୟ! ୧୨ ଇଞ୍ଚ୍ ଲମ୍ବା ଓ ୮ ଇଞ୍ଚ୍ ଚଉଡ଼ା ମନ୍ଦିର ବନେଇଲେ ଜଟଣିର ଈଶ୍ୱର ରାଓ
ନିଜ ଅନନ୍ୟ କଳାକୃତି ସହ ଏଲ୍. ଈଶ୍ୱର ରାଓ
  • News18 Odia
  • Last Updated: March 10, 2021, 11:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ନିଜ ହାତର ନିଖୁଣ କାରିଗରୀକୁ ମୂର୍ତ୍ତିମନ୍ତ କରିବାରେ ବ୍ୟସ୍ତ ଈଶ୍ୱର ରାଓ କେବେ ପେନସିଲ୍‌ ମୁନରେ ତ କେବେ ସାବୁନକୁ କାଟି ସେଥିରୁ ତିଆରି କରନ୍ତି ସୁନ୍ଦର କୁନି କୁନି ମୂର୍ତ୍ତି । କେବେ ମାଟି ତ କେତେବେଳେ ତେନ୍ତୁଳି ମଞ୍ଜିକୁ କାଟି ଭଳିକି ଭଳି ରୂପ ଦିଅନ୍ତି ସେ । ମିନିଏଚର୍‌ କାରୀଗରୀରେ ନିଜ ଅନନ୍ୟ ପ୍ରତିଭା ପାଇଁ ଖ୍ୟାତି ଅର୍ଜନ କରିଥିବା ଈଶ୍ୱର ରାଓ ଶିବରାତ୍ରି ଉପଲକ୍ଷେ ତିଆରି କରିଛନ୍ତି କାଚ ବୋତଲରେ ଏକ କୁନି ଶିବ ମନ୍ଦିର ।

କଳା ପ୍ରତି ଖୁବ୍‌ ରୁଚି ରଖୁଥିବା ଜଟଣିର ବାସିନ୍ଦା ଏଲ୍‌. ଈଶ୍ୱର ରାଓ କିଛି ନିଆରା କରିବା ଉଦେଶ୍ୟରେ କାଚ ବୋତଲ ଭିତରେ ସାଇତିଛନ୍ତି ଏକ ସୁନ୍ଦର ଓ ଛୋଟ ଶିବାଳୟ । ଏହି କଳାକୃତି ସେ ଖାସ୍‌ ଶିବରାତ୍ରି ଉପଲକ୍ଷେ ତିଆରି କରିଛନ୍ତି । ମାତ୍ର ୧୨ ଇଞ୍ଚ୍‌ ଲମ୍ବା ଓ ୮ ଇଞ୍ଚ୍‌ ଚଉଡ଼ା ଏହି କାଚ ମନ୍ଦିରରେ ଝୁଲିଛି ଛୋଟିଆ ଗୋଟେ ଘଣ୍ଟି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | West Bengal Assembly Polls: ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ଅଭିନେତ୍ରୀ ସାୟନ୍ତିକା ବାନାର୍ଜୀ

ମାଟି, ଦିଆସିଲି ଓ ତାରକୁ ନେଇ ୩୫୦ ପିସରେ ତିଆରି ହୋଇଛି ଏହି ମନ୍ଦିର । ଗୁରୁବାର ଦିନ ଶିବରାତ୍ରୀକୁ ଲକ୍ଷ କରି ଏହି ଅନନ୍ୟ ଶିବାଳୟଟିକୁ ତିଆରି କରିଛନ୍ତି ଈଶ୍ୱର । ଏହାକୁ ତିଆରି କରିବାକୁ ତାଙ୍କୁ ପ୍ରାୟ ତିନି ମାସ ସମୟ ଲାଗିଛି । ସେ ଅନେକ ବର୍ଷ ହେବ ଏଭଳି ମିନିଏଚର୍‌ ଆର୍ଟ କରିଆସୁଛନ୍ତି ।

ଲିଙ୍ଗରାଜ ମନ୍ଦିର ସାମନାରେ ରହିଛି ଈଶ୍ୱରଙ୍କ କଳାକୃତି ବୋତଲ ଭତରେ ମନ୍ଦିର


‘‘ମୁଁ ସବୁବେଳେ କିଛି ନୂଆ କଳାକୃତି ବୋତଲ ଭିତରେ କରି ଦେଖାଏ । ଏ ଥର ଶିବ ମନ୍ଦିର କରିଛି । କଳା ପ୍ରତି ଥିବା ନିଶା ମୋତେ କିଛି ନିଆରା କରିବାକୁ ପ୍ରେରଣା ଦେଇଛି । ଶିବରାତ୍ରି ଆସୁଥିବାରୁ ମୋ’ ମନକୁ ଆସିଥିଲା ଏମିତି ଏକ ନିଆରା ମନ୍ଦିର ତିଆରି କରିବି । ତାହା ତିଆରି କରି ଖୁବ୍‌ ଖୁସି ଲାଗୁଛି,’’ କହିଛନ୍ତି ଏଲ୍‌. ଈଶ୍ୱର ରାଓ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Bathroom Pic: ଏହି ଯୁବତୀ ଫେସ୍ବୁକ୍ରେ ଟୟଲେଟ୍ରେ ଥିବା ବେଳର ଫଟୋ କାହିଁକି ପୋଷ୍ଟ୍କଲେ?

ପୂର୍ବରୁ ପ୍ରାୟ ୩,୦୦୦ କଳାକୃତି ଏଭଳି ବୋତଲ ଭିତରେ ତିଆରି କରି ସାଇତି ରଖିଛନ୍ତି ସେ । ନିଜ କାରିଗରୀ ପାଇଁ ବେଶ୍‌ ପରିଚିତ ଏଲ୍‌. ଈଶ୍ୱର ରାଓ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି । ପୂର୍ବରୁ ମହାତ୍ମା ଗାନ୍ଧୀ, ବିଶ୍ୱ କପ୍‌ ହକି, ଗେଟ୍‌-ୱେ ଅଫ୍‌ ଇଣ୍ଡିଆ ଓ ବୋଇତ ବନ୍ଦାଣ ଭଳି ଅନେକ କଳାକୃତି ବେଶ୍‌ ସୁନ୍ଦର ଭାବେ ବୋତଲ ଭିତରେ ତିଆରି କରି ପ୍ରଶଂସା ସାଉଁଟିଛନ୍ତି ସେ ।

ଏହା ବି ପଢ଼ନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ଜାଣନ୍ତୁ କହୁଛନ୍ତି ବିଶେଷଜ୍ଞ

‘‘କେବଳ ମନ୍ଦିର ଗଲେ ହିଁ ଯେ ପୁଣ୍ୟ ମିଳେ ତା’ ନୁହେଁ । କେଉଁଠି ବି ରହି ଭଗବାନଙ୍କୁ ଡାକିଲେ ପୁଣ୍ୟ ମିଳିବ । ଆଉ କଳା ହିଁ ତ ଭଗବତ୍‌ ପ୍ରାପ୍ତିର ଏକ ମାଧ୍ୟମ । କୋଭିଡ଼ ସମୟରେ ଲୋକେ ଘରେ ରହି ଭଗବାନଙ୍କୁ ଡାକିଲେ ସମସ୍ତଙ୍କର ମଙ୍ଗଳ ହେବ । ମୁଁ ଭଗବାନଙ୍କୁ ସବୁ ବେଳେ ନିଜ କାମରେ ଦେଖିଥାଏ,’’ କହିଛନ୍ତି ଈଶ୍ୱର ରାଓ ।



ଲିଙ୍ଗରାଜ ମନ୍ଦିର ନିକଟରେ ନିଜ କଳାକୃତି ପ୍ରଦର୍ଶନ କରିଛନ୍ତି ରାଓ । ବୋତଲରେ ଥିବା ଶିବାଳୟଟିକୁ ଦେଖି ଅନେକ ଲୋକ ତାଙ୍କୁ ବେଶ୍‌ ପ୍ରଂଶସା କରିଛନ୍ତି ।
Published by: Anand Shankar Thankur Das
First published: March 10, 2021, 11:56 PM IST