ମୂର୍ତ୍ତି ଚୋରି ଘଟଣାରେ ୫ ଜଣିଆ ଗ୍ୟାଙ୍ଗକୁ କାବୁ କରିଛି ଜଟଣୀ ଥାନା ପୋଲିସ

ଦୀର୍ଘଦିନ ଧରି ବିଭିନ୍ନ ମନ୍ଦିରରୁ ଧାତୁରେ ନିର୍ମିତ ମୂର୍ତ୍ତି ଚୋରି କରୁଥିବା ୫ ଜଣିଆ ଗ୍ୟାଙ୍ଗକୁ କାବୁ କରିଛି ଜଟଣୀ ଥାନା ପୋଲିସ। ଗିରଫ ମଧ୍ୟରେ ଜଣେ ମୂର୍ତ୍ତି କିଣିବା ବ୍ୟକ୍ତି ସାମିଲ ରହିଛନ୍ତି।

ମୂର୍ତ୍ତି ଚୋରି ଘଟଣାରେ ୫ ଜଣିଆ ଗ୍ୟାଙ୍ଗକୁ କାବୁ କରିଛି ଜଟଣୀ ଥାନା ପୋଲିସ

ମୂର୍ତ୍ତି ଚୋରି ଘଟଣାରେ ୫ ଜଣିଆ ଗ୍ୟାଙ୍ଗକୁ କାବୁ କରିଛି ଜଟଣୀ ଥାନା ପୋଲିସ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ ଦୀର୍ଘଦିନ ଧରି ବିଭିନ୍ନ ମନ୍ଦିରରୁ ଧାତୁରେ ନିର୍ମିତ ମୂର୍ତ୍ତୀ ଚୋରି କରୁଥିବା ୫ ଜଣିଆ ଗ୍ୟାଙ୍ଗକୁ କାବୁ କରିଛି ଜଟଣୀ ଥାନା ପୋଲିସ। ଗିରଫ ମଧ୍ୟରେ ଜଣେ ମୂର୍ତ୍ତି କିଣିବା ବ୍ୟକ୍ତି ସାମିଲ ରହିଛନ୍ତି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଧାତୁ ନିର୍ମିତ ଚୋରା ମନ୍ଦିର ସାମଗ୍ରୀ ଓ ୨ଟି ଗାଡି ମଧ୍ୟ ଜବତ ହୋଇଛି। ଏମାନେ ଦୀର୍ଘଦିନ ଧରି ଏଭଳି ଚୋରି କରୁଥିବା ବେଳେ ରାଜ୍ୟ ବାହାର ଲିଙ୍କ ଥିବା ନେଇ ସନ୍ଦେହ କରୁଛି କମିଶନରେଟ ପୋଲିସ। ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ଅଛନ୍ତି ସେ ନେଇ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ପୋଲିସ ଦ୍ୱାରା ଗିରଫ ହୋଇଥିବା ୫ ଜଣ ହେଲେ, ଜଟଣୀ ଅଞ୍ଚଳର ୨୧ ବର୍ଷୀୟ ରମେଶ ଜେନା, ୩୦ ବର୍ଷୀୟ ମାଜିଦ ଖାନ, ୩୭ ବର୍ଷୀୟ ପଦ୍ମ ଲୋଚନ ବେହେରା, ୨୯ ବର୍ଷୀୟ ମହମ୍ମଦ ସୋଏବ ଖାନ ଓ ୪୪ ବର୍ଷୀୟ ଅଖାତାର ଖାନ। ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ଜଟଣୀ ଥାନା ପୋଲିସ। ଗତ ୩୦ ତାରିଖରେ ଅଭିଯୋଗକାରୀଙ୍କ ଅଭିଯୋଗକ୍ରମେ ଜଟଣୀ ଥାନା ପୋଲିସ ଏକ ଚୋରି ଜନିତ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା।

ପୋଲିସ ତଦନ୍ତରୁ ପ୍ରକାଶ କରାଯାଇଛି, ଅଭିଯୋଗକାରୀ ଜଣକ ଜଟଣୀ ଥାନା ଅଧୀନସୁ ବୁଦ୍ଧପଡା ଠାରେ ଥିବା ଶ୍ରୀ ସୋମନାଥଦେବ ମନ୍ଦିରର ପୂଜକ। ଘଟଣା ଦିନ ସକାଳେ ସେ ମନ୍ଦିରର ମୁଖ୍ୟ ଫାଟକର ତାଲା ଭାଙ୍ଗିଥିବା ଦେଖିବାକୁ ପାଇବା ସହ ପ୍ରଭୁ ଶ୍ରୀ ନଟରାଜଙ୍କ ଏକ ପିତ୍ତଳ ମୂର୍ତ୍ତିକୁ ମିଶାଇ ମନ୍ଦିର ମଧ୍ୟରେ ଥିବା ସମସ୍ତ ପିତ୍ତଳ ଜିନିଷ ସବୁ ଚୋରି ହୋଇଥିବା ଦେଖିଲେ। ଏହା ପରେ ସେ ତୁରନ୍ତ ମନ୍ଦିର କମିଟିକୁ ଏହି ଘଟଣା ବିଷୟରେ ଜଣାଇବା ସହ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ମନ୍ଦିରରୁ ଧାତୁରେ ନିର୍ମିତ ମୂର୍ତ୍ତୀ ଚୋରି କରୁଥିବା ୫ ଜଣିଆ ଗ୍ୟାଙ୍ଗକୁ କାବୁ କରିଛି ଜଟଣୀ ଥାନା ପୋଲିସ


"ଅଭିଯୋଗ ପାଇବା ପରେ ଜଟଣୀ ଥାନା ପୋଲିସ ମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଥିଲା। ଯେଉଁଥିରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ। ପରବର୍ତ୍ତୀ ମୁହୂର୍ତ୍ତରେ ଅଭିଯୁକ୍ତକୁ ଗିରଫ କରିବା ସହ ତାଙ୍କ ନିକଟରୁ ୨ଟି ଗାଡି ସହ ବହୁ ପରିମାଣର ଧାତୁ ନିର୍ମିତ ଜିନିଷ ସବୁକୁ ଜବତ କରାଯାଇଛି,"କହିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ।

ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ, ଗୋଟିଏ OD 33 V 2008 ନମ୍ବର ବିଶିଷ୍ଟ ଟଟା ଏସି, ଗୋଟିଏ ହୋଣ୍ଡା ୟୁନିକରନ ବାଇକ, ଗୋଟିଏ ପିତ୍ତଳ ନଟରାଜ ମୂର୍ତ୍ତି ଗୋଟିଏ ପିତ୍ତଳ ଲକ୍ଷ୍ମୀ ମୂର୍ତ୍ତି, ଗୋଟିଏ ପିତ୍ତଳ ପାର୍ବତୀ ମୂର୍ତ୍ତି ଓ ପ୍ରାୟ ୨ କୁଇଣ୍ଟାଲ ଓଜନର ପିତ୍ତଳ ବାସନକୁଶନ ଓ ଘଣ୍ଟି ରହିଛି। ତଦନ୍ତରୁ ଜଣା ପଡ଼ିଛି ସମସ୍ତ ଅଭିଯୁକ୍ତ ଜଣେ ଜଣେ ଅଭ୍ୟାସଗତ ଅପରାଧି। ସେମାନଙ୍କ ନାମରେ ପୂର୍ବରୁ ଜଟଣୀ ଥାନାରେ ୪ଟି, ବାଲିଅନ୍ତା ଥାନାରେ ୨ଟି, ଇନଫୋଭ୍ୟାଲ୍ଲି ଥାନାରେ ଗୋଟିଏ ଓ ଖୋର୍ଦ୍ଧା ମଡେଲ ଥାନାରେ ଗୋଟିଏ ମାମଲା ରହିଛି।
Published by:Lipina Das
First published: