ଆଉ ନିର୍ବାଚନ ଲଢ଼ିବେନି ସୁରେଶ ରାଉତରାୟ; କହିଲେ, ‘‘ସରକାର ଯାହା କରିନାହାନ୍ତି ତାହା ମୋ’ ପୁଅ କରିଛି’’

''କରୋନା ମହାମାରୀ ସମୟରେ ୫୦ ରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ମୋ ପୁଅ । ଗରିବ ଓ ଅବହେଳିତ ଲୋକଙ୍କ ପାଇଁ ସମୟ ଦେଇଛି । ୫୦,୦୦୦ ମାସ୍କ ବାଣ୍ଟିଛି, ଦୁଇ ହଜାର ଟଙ୍କିଆ ପୁଡିଆ ଜଟଣୀ ଠାରୁ ଆରମ୍ଭ କରି ଭୁବନେଶ୍ଵର ପର୍ଯ୍ୟନ୍ତ ବାଣ୍ଟିଛି ।''

ଆଉ ନିର୍ବାଚନ ଲଢ଼ିବେନି ସୁରେଶ ରାଉତରାୟ; କହିଲେ, ‘‘ସରକାର ଯାହା କରିନାହାନ୍ତି ତାହା ମୋ’ ପୁଅ କରିଛି’’
ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ
  • News18 Odia
  • Last Updated: August 21, 2020, 4:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ଆଗାମୀ ୨୦୨୨ ମସିହାରେ ପଞ୍ଚାୟତ ଓ ୨୦୧୪ ରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ତା’ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ଜଟଣୀ ରାଜନୀତିରେ ଏକ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି ବୋଲି କୁହାଯାଉଛି । କଂଗ୍ରେସ ଭବନରେ ହୋଇଥିବା ସାମ୍ବାଦିକ ସମିଳନୀ ଓ ମିଶ୍ରଣ ପର୍ବରେ ସାନ ପୁଅ ମନ୍ମଥକୁ ସାମିଲ କରି ଏକ ରାଜନୈତିକ ବାର୍ତ୍ତା ଦେଇଛନ୍ତି ସୁର ।

"ବାପ୍ ସେ ବେଟା ଜାଦା ମୋ ପୁଅ । ମୋ ଠୁ ସେ ଖୁବ୍ ଭଲ କରିବ ଭବିଷ୍ୟତରେ । ମୋର ଏ ଶେଷ ନିର୍ବାଚନ, ପୁଅ କଣ କରିବ ରାଜନୀତି କରିବ କି ତା ପାଇଲଟ ପେଶା ରଖିବା ତା ଉପରେ ନିର୍ଭର କରେ । ସେ ନିର୍ବାଚନ ପାଇଁ ଠିଆ ହେବା ପାଇଁ କହିଲେ ମୁଁ କହିବି ରେଡୀ ମାଡ଼ିଚାଲ ମୁଁ ପଛରେ ଅଛି । କରୋନା ମହାମାରି ସମୟରେ ସରକାର ଯାହା କରି ନ ଥିବେ ମୋ ପୁଅ କରିଛି ।କରୋନା ମହାମାରୀ ସମୟରେ ପଚାଶ ରୁ ଷାଠିଏ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ମୋ ପୁଅ । ଗରିବ ଓ ଅବହେଳିତ ଲୋକଙ୍କ ପାଇଁ ସମୟ ଦେଇଛି । ପଚାଶ ହଜାର ମାସ୍କ ବାଣ୍ଟିଛି, ଦୁଇ ହଜାର ଟଙ୍କିଆ ପୁଡିଆ ଜଟଣୀ ଠାରୁ ଆରମ୍ଭ କରି ଭୁବନେଶ୍ଵର ପର୍ଯ୍ୟନ୍ତ ବାଣ୍ଟିଛି । ସମାଜସେବାରେ ସମୟ ବିତାଉଥିବାରୁ ମୁ ତା ପାଖରେ ଏକ ନେତୃତ୍ୱ ଦେଖିପାରୁଛି ବୋଲି କହିଛନ୍ତି,'' କହିଛନ୍ତି ଜଟଣୀ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ।

କଂଗ୍ରେସ ଭବନରେ ହୋଇଥିବା ସାମ୍ବାଦିକ ସମିଳନୀ ସୁରେଶ ରାଉତରାୟ


ଏହା ପରେ ସାମ୍ୱାଦିକଙ୍କ ପ୍ରଶ୍ନର ଉତ୍ତରରେ ସୁରଙ୍କ ପୁଅ ମନ୍ମଥ କହିଥିଲେ, "ମୁଁ ବାପାଙ୍କୁ ସହଯୋଗ କରିବାକୁ ଆସିଥିଲି । ୨୦୨୪ ରେ ରାଜନୀତି କୁ ଆସିବେ ନା ନାହିଁ ଉତ୍ତରରେ ସେ କହିଥିଲେ ''ମୁଁ ରାଜନୀତିରେ ପ୍ରଥମ କି ଦ୍ଵିତୀୟ ଷ୍ଟାଣ୍ଡାର୍ଡରେ ଅଛି , ଦଶମ ଶ୍ରେଣୀ କଥା ପଚାରିଲେ କେମିତି କହିବି । ଜଣେ ପାଇଲଟ ପାଇଁ ଆଜି ଏକ ବଡ଼ ଦିନ । ମୋ ପାଇଁ ଗର୍ବ ର ଦିନ ।’’

ଏହା ବି ପଢ଼ନ୍ତୁ | ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷାରେ ନିୟୋଜିତ ୯ ଜଣ ପୋଲିସ କର୍ମୀ କରୋନା ପଜିଟିଭ୍ ହେଲେ

ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

‘‘ରାଜୀବ ଗାନ୍ଧୀ ପାଇଲଟ ଜୀବନରୁ ଦେଶ ପାଇଁ ଯାହା ବଳିଦାନ ଦେଇଛନ୍ତି ତାହା ଅବିସ୍ମରଣୀୟ । ମୁଁ ଏବେ ବି ସେଇ କମ୍ପାନୀ ରେ ଅଛି ଯାହାକୁ ଛାଡି ରାଜୀବ ଗାନ୍ଧୀ ରାଜନୀତିକୁ ଆସିଥିଲେ । ମୁଁ ଏବେ ସାମାଜିକ କାମ କରୁଛି, ବାପାଙ୍କ ଠାରୁ ରାଜନୀତି ଶିଖୁଛି । ଏବେ ରାଜନୀତିକୁ ଆସିବାର ନାହିଁ । ବର୍ତ୍ତମାନର ରାଜନୀତି ବିକାଶ ଅପେକ୍ଷା ଧାର୍ମିକ ଭାବନା ସହ ମୁଁ ବେଶି ଜଡ଼ିତ,’’ କହିଥିଲେ ମନ୍ମଥ ।



କଂଗ୍ରେସର ଜଣେ ଟାଣୁଣା ନେତା ସୁରେଶ କୁମାର ରାଉତରାୟ ନିଜ ରାଜନୈତିକ ଜୀବନରେ ପୂର୍ଣ୍ଣଛେଦ ପକାଇବାକୁ ସୂଚନା ଦେବା ପରେ ତାଙ୍କ ପୁଅ ରାଜନୀତିରେ ପାଦ ଦେଇପାରନ୍ତି ବୋଲି ରାଜନୈତିକ ବିଦ୍ୱାନ ମାନେ ମତ ଦେଉଛନ୍ତି ।
Published by: Jagdish Barik
First published: August 21, 2020, 4:23 PM IST
corona virus btn
corona virus btn
Loading