ଆଜି ଜନ୍ମାଷ୍ଟମୀ; ବିନା ଭକ୍ତ ଓ ଦର୍ଶନରେ ନିରାଡ଼ମ୍ବର ଭାବେ ପାଳିତ ହେବ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ

ପ୍ରତି ବର୍ଷ ଭୁବନେଶ୍ୱରର ଇସ୍କନ ମନ୍ଦିରରେ ବେଶ ଜାକଜମକରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ ପାଳନ ହୁଏ । ଏଥର ପ୍ରଭୁଙ୍କ ଦର୍ଶନ ପାଇଁ କି ତାଙ୍କୁ ଦୋଳିରେ ଝୁଲେଇବାକୁ ଆସିବେନି ଭକ୍ତ । ବିନା ଭକ୍ତରେ ନିରାଡ଼ମ୍ବର ଭାବେ କେବଳ ନୀତିକାନ୍ତି ହେବ ।

ଆଜି ଜନ୍ମାଷ୍ଟମୀ; ବିନା ଭକ୍ତ ଓ ଦର୍ଶନରେ ନିରାଡ଼ମ୍ବର ଭାବେ ପାଳିତ ହେବ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ
ଭୁବନେଶ୍ୱରର ଇସ୍କନ୍ ମନ୍ଦିର
  • News18 Odia
  • Last Updated: August 11, 2020, 12:16 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜି ଜନ୍ମାଷ୍ଟମୀ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । ପ୍ରଭୁଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀର ବିଭିନ୍ନ ମନ୍ଦିର । ଇସ୍କନ ଓ ରାମ ମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି। ବିନା ଭକ୍ତରେ ନିରାଡ଼ମ୍ବର ଭାବେ ଶ୍ରୀ କୃଷ୍ଣଙ୍କ ଜନ୍ମ ଦିନ ହେବ ପାଳନ। ଘରେ ଘରେ ବ୍ରତ ଉପବାସ କରିବାକୁ ରାଜଧାନିବାସୀ ସଜବାଜ ହୋଇ ଚହିଛନ୍ତି ।

ପ୍ରତି ବର୍ଷ ରାଜଧାନୀର ଇସ୍କନ ମନ୍ଦିରରେ ବେଶ ଜାକଜମକରେ ପ୍ରଭୁଙ୍କ ଜନ୍ମଦିନ ପାଳନ ହେଉଥିବା ବେଳେ ଏ ବର୍ଷ କରୋନା ସବୁ କିଛି ଫିକା କରିଦେଇଛି । ଭୋର୍‌ ୪ଟା ଠାରୁ ମଙ୍ଗଳ ଆଳତି ପରେ ସକାଳ ୭ଟା ରେ ହେବ ଦର୍ଶନ ଆଳତି। ହେଲେ ଏଥର ପ୍ରଭୁଙ୍କ ଦର୍ଶନ ପାଇଁ କି ପ୍ରଭୁଙ୍କୁ ଦୋଳି ଝୁଲେଇବାକୁ ଆସିବେନି ଭକ୍ତ। ବିନା ଭକ୍ତରେ ନିରାଡ଼ମ୍ବର ଭାବେ କେବଳ ନୀତିକାନ୍ତି ହେବ । ଇସ୍କନ ମନ୍ଦିରରେ ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ପାଳନ ହେବ ଜନ୍ମ ଉତ୍ସବ । ୧୪ ତାରିଖ ଗୁରୁବାର ପାଳିତ ହେବ ନନ୍ଦ ଉତ୍ସବ ।

‘‘ଜଗନ୍ନାଥ ପାଞ୍ଜି ଅନୁଯାୟୀ ଅଗଷ୍ଟ ୧୧ ତାରିଖରେ ହେବ ଜନ୍ମାଷ୍ଟମୀ । ବୈଷ୍ଣବ ମତ ଅନୁଯାୟୀ ୧୨ ତାରିଖରେ ଏହା ରହିଛି । ଭୁବନେଶ୍ୱର ଇସ୍କନ ପକ୍ଷରୁ ଦୁଇ ଦିନ ଧରି ଜନ୍ମୋତ୍ସବ ହେବା ପରେ ଗୁରୁବାର ସକାଳେ ନନ୍ଦୋତ୍ସବ ପାଳନ ହେବ। ମନ୍ଦିର ଭିତରେ ଥିବା ପୂଜକମାନେ ନିରାଡ଼ମ୍ବର ଭାବେ ଏହି ରୀତି କରିବୁ,’’ କହିଛନ୍ତି ଇସ୍କନ ମନ୍ଦିରର ପୂଜା କମିଟି ଅଧ୍ୟକ୍ଷ ଉପେନ୍ଦ୍ର ମିଶ୍ର ।

ଠାକୁରଙ୍କ ଜନ୍ମ ଦିନ ପାଇଁ ପୋଷାକ, ସାଜସଜ୍ଜା ସରଞ୍ଜାମ ଓ ଭୋଗ କିଣିବାକୁ ସୋମବାର ଗହଳି ଲାଗିଥିଲା ।


ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ନିଷେଧ ଥିବା ବେଳେ ବାହାରେ ଲାଗିଛି ଗହଳି । ଠାକୁରଙ୍କ ଜନ୍ମ ଦିନ ପାଇଁ ପୋଷାକ, ମୁକୁଟ, ସାଜସଜ୍ଜା ସରଞ୍ଜାମ ଓ ଭୋଗ କିଣିବାକୁ ସୋମବାର ଦିନ ଲାଗିଥିଲା ଗହଳି । ଭକ୍ତମାନେ ମନ୍ଦିର ଆସିପାରିବେନି, ତେଣୁ ଘରେ ପୂଜାର୍ଚ୍ଚନା କରି ରାତି ୧୨ଟାରେ ସ୍ୱାଗତ କରିଛନ୍ତି ପ୍ରଭୁଙ୍କୁ । ତେବେ ଭକ୍ତ ଓ ଭଗବାନ ଅଲଗା ହୋଇ ଉତ୍ସବ ପାଳନ କରୁଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ଭକ୍ତମାନେ ।

ରାମ ମନ୍ଦିରରେ ବି ସମାନ ସ୍ଥିତି ଓ ପରିବେଶ ଦେଖିବାକୁ ମିଳିଛି । ବିନା ଭକ୍ତରେ କେବଳ ନୀତି କରିବା ନେଇ ସୂଚନା ଦେଇଛନ୍ତି ରାମ ମନ୍ଦିରର ପୂଜକମାନେ ।

ଏହା ବି ପଢ଼ନ୍ତୁ: ପାଣିକୋଇଲିରେ ଇନୋଭା କାର୍‌କୁ ପଛରୁ ପିଟିଲା ଟ୍ରକ୍, ଫିଙ୍ଗିଦେଲା ଦୂରକୁ; ଅଳ୍ପକେ ବର୍ତ୍ତିଲେ ୭ ଜଣ

ଏହା ବି ପଢ଼ନ୍ତୁ: ଭୁବନେଶ୍ୱର: COVID ଚିକିତ୍ସା ବିଷୟରେ ଭୁଲ୍ ତଥ୍ୟର ଅଡ଼ିଓ ଭାଇରାଲ୍ କରି ୨ ଜଣ ଗିରଫ ହେଲେ

‘‘ପ୍ରତି ବର୍ଷ ଆମେ ଦିନ ତମାମ କୃଷ୍ଣ ନାମ କୀର୍ତ୍ତନ କରି ଓପାସ ବ୍ରତ କରୁ । ସନ୍ଧ୍ୟାରେ ଭଜନ ଓ ଜଣାଣ ଆଦି ପରେ ମଧ୍ୟରାତ୍ରିରେ କୃଷ୍ଣଙ୍କ ଜନ୍ମୋତ୍ସଵ ପାଳନ ହୁଏ । ମହା ଆଳତି ପରେ ଓପାସ ଭାଙ୍ଗୁ । ହେଲେ ଏଥର ଘରେ ଥିବା ବିଗ୍ରହଙ୍କୁ ଅଭିଷେକ କରି ଜନ୍ମ ଦିନ ପାଳିବୁ,’’ କହିଛନ୍ତି ଜଣେ ଶ୍ରଦ୍ଧାଳୁ ।



କୋଭିଡ ଯୋଗୁଁ ଚଳିତ ବର୍ଷ ସମସ୍ତ ପର୍ବପର୍ବାଣୀ ନିରାଡ଼ମ୍ବର ଭାବେ ପାଳନ ହେଉଥିବା ବେଳେ ଧର୍ମାନୁଷ୍ଠାନ ବନ୍ଦ ରହିବା ଭକ୍ତଙ୍କୁ ଅଧିକ ଦୁଃଖିତ କରିଛି । ଆଗକୁ ଗଣେଶ ଚତୁର୍ଥୀ ବା ଗଣେଶ ପୂଜା ଆସୁଛି । ତାହା ବି ଫିକା ପଡ଼ିବ ବୋଲି ଜଣାପଡୁଛି ।
Published by: Anand Shankar Thankur Das
First published: August 10, 2020, 11:59 PM IST
corona virus btn
corona virus btn
Loading