୪ ଦିନିଆ ରିମାଣ୍ଡରେ ଯିବେ ଜାମତାରା ଗ୍ୟାଙ୍ଗର ୩ ଜଣ ଅଭିଯୁକ୍ତି; ଖୋଳତାଡ଼ କରିବ କ୍ରାଇମ୍ ବ୍ରାଞ୍ଚ୍

ତିନି ଜଣଙ୍କ ଠକଙ୍କୁ ଚାରି ଦିନ ରିମାଣ୍ଡରେ ନେବାକୁ ମିଳିଲା ଅନୁମତି । ଆଉ ଏହି ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଏସଡିଜେଏମସ କୋର୍ଟ। ସେପଟେ ସାତ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା କ୍ରାଇମ୍ ବ୍ରାଞ୍ଚ୍।

୪ ଦିନିଆ ରିମାଣ୍ଡରେ ଯିବେ ଜାମତାରା ଗ୍ୟାଙ୍ଗର ୩ ଜଣ ଅଭିଯୁକ୍ତି

୪ ଦିନିଆ ରିମାଣ୍ଡରେ ଯିବେ ଜାମତାରା ଗ୍ୟାଙ୍ଗର ୩ ଜଣ ଅଭିଯୁକ୍ତି

  • Share this:
News18 Odia Digital

ଭୁବନେଶ୍ବର: ନିକଟରେ ରାଜ୍ୟ ରାଜଧାନୀରୁ ଗିରଫ ହୋଇଥିଲେ ତିନି ଜଣ ଜାମତାରା ଗ୍ୟାଙ୍ଗ ସଦସ୍ୟ। ରସୁଲଗଡ ଅଞ୍ଚଳରେ ଥିବା ଏକ ଭଡ଼ା ଘରୁ ଏହି ସାଇବର ଲୁଟେରା ଗ୍ୟାଙ୍ଗକୁ କାବୁ କରିବାରେ ସକ୍ଷମ ହୋଇଥିଲା କ୍ରାଇମ୍ ବ୍ରାଞ୍ଚ। ଏମାନେ ସମସ୍ତେ ଝାଡଖଣ୍ଡ ଜାମତାରା ଅଞ୍ଚଳରୁ ହୋଇଥିବା ବେଳେ ଏହି ଗ୍ୟାଙ୍ଗ ୨୦ଟି ରାଜ୍ୟରେ ସାଇବର ଅପରାଧ ଘଟାଉଥିଲେ। ଏନ.ସି.ଆର.ବି ତଥ୍ୟ ଅନୁସାରେ ଏବେ ସୁଦ୍ଧା ଏହି ଗ୍ୟାଙ୍ଗ ୧୭୧ ଜଣଙ୍କୁ ଠକିଥିବା ଜଣା ପଡ଼ିଛି।

ତିନି ଜଣ ଠକଙ୍କୁ ଚାରି ଦିନ ରିମାଣ୍ଡରେ ନେବାକୁ ମିଳିଲା ଅନୁମତି । ଆଉ ଏହି ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଏସଡିଜେଏମସ କୋର୍ଟ। ସେପଟେ ସାତ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା କ୍ରାଇମ୍ ବ୍ରାଞ୍ଚ୍। ସେହିପରି ରିମାଣ୍ଡ ସମୟରେ ଓଡ଼ିଶା ଲିଙ୍କ ନେଇ ତନାଘନା କରିବ କ୍ରାଇମ୍ ବ୍ରାଞ୍ଚ୍।

ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ ୨୦ ବକ୍ଷୀୟ ପ୍ରଦ୍ୟୁମ୍ନ ମଣ୍ଡଳ, ୨୨ ବର୍ଷୀୟ କ୍ରିଷ୍ଣା କୁମାର ମଣ୍ଡଳ ଓ ୨୦ ବର୍ଷୀୟ ଚେତଲାଲ୍ ମଣ୍ଡଳ। ସମସ୍ତଙ୍କ ଘର ଝାଡ଼ଖଣ୍ଡ। ପ୍ରଦ୍ୟୁମ୍ନର ଶିକ୍ଷାଗତ ଯୋଗ୍ୟତା ନବମ ହୋଇଥିବା ବେଳେ କ୍ରିଷ୍ଣାକୁମାର ମଣ୍ଡଳର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୩। ଚେତଲାଲ୍ ମଣ୍ଡଳ ନବମ ପର୍ଯ୍ୟନ୍ତ ପାଠ ପଢ଼ିଛି। ହେଲେ ସେମାନେ ବଡ଼ ବଡ଼ ପାଠୁଆଙ୍କୁ ପାଣି ପିଆଉଥିଲେ ବୋଲି କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

କ୍ରାଇମ ବ୍ରାଞ୍ଚ ଏ.ଡ଼ି.ଜି ସଞ୍ଜିବ ପଣ୍ଡା ଗରିଫ ପରେ କହିଥିଲେ, "ଏମାନେ କୋଲକାତାରୁ କଷ୍ଟମର ଡାଟା କଣି ଲୋକଙ୍କ ପାଖକୁ ଫୋନ୍ ଓ ମେଜେସ କରୁଥିଲେ । କେ.ୱାଇ.ସି ଅପଡେଟ କରିବା ଆଳରେ ମେସେଜ କରୁଥିଲେ । ଆଉ ଥରେ ମେସେଜକୁ କ୍ଲିକ କରିଦେଲେ ଖାଲି ହେଇ ଯାଉଥିଲା ବ୍ୟାଙ୍କ ଅକାଉଣ୍ଟ। ତେବେ ଓଡ଼ିଶାରୁ କେତେ ଜଣଙ୍କୁ ଠକିଛନ୍ତି, ତାହା ଜାଣିବା ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଜେରା କରାଯିବ।’’

ସୂଚନାଯୋଗ୍ୟ, କ୍ରାଇମ୍ ବ୍ରାଞ୍ଚ୍ ତଥ୍ୟ ଅନୁସାରେ ୨୦୨୧ ମସିହାରେ ସାରା ରାଜ୍ୟରୁ ୨,୦୮୫ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ୧,୯୩୧ଟି ମାମଲା ସାଇବର ଥାନାରେ ରୁଜୁ ହୋଇଥିଲା। ତେବେ କେବଳ ଭୁବନେଶ୍ୱରରୁ ଗତ ୨୦୨୧ରେ ୮ କୋଟି ଟଙ୍କା ସାଇବର ଠକ ଲୁଟିଥିବା ନେଇ ଅଭିଯୋଗ ହୋଇଛି। ପ୍ରଶ୍ନ ଉଠୁଛି, ରାଜ୍ୟରେ ସକ୍ରିୟ ଅଛନ୍ତି କି ଜମତାରା ଗ୍ୟାଙ୍ଗ ସଦସ୍ୟ? ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କିଏ ? ପୂରା ରାକେଟ କେଉଁଠୁ ହେଉଛି ଅପରେଟ?
Published by:Lipina Das
First published: