ଗିରଫ ହେଲେ କୁବେର ବିଡ଼ିଓ; ଆୟ ବହିର୍ଭୁତ ସମ୍ପତ୍ତି ଥିବା ନେଇ ହୋଇଥିଲା ଅଭିଯୋଗ

ଗିରଫ ହେଲେ କୁବେର ବିଡ଼ିଓ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଚଢ଼ାଉ ପରେ ଆଜି ଅଶ୍ୱିନୀଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଗିରଫ ହେଲେ ଜଳେଶ୍ବର ବିଡ଼ିଓ (ପ୍ରତୀକାତ୍ମକ ଛବି)

ଗିରଫ ହେଲେ ଜଳେଶ୍ବର ବିଡ଼ିଓ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ୱର: ଗିରଫ ହେଲେ କୁବେର ବିଡ଼ିଓ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଚଢ଼ାଉ ପରେ ଆଜି ଅଶ୍ୱିନୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଭିଜିଲାନ୍ସ କେଶ ନମ୍ବର ୩୬/ ୨୨ ରେ ମାମଲା ରୁଜୁ କରି ଗିରଫ ପରେ ଆଜି ଅଶ୍ୱିନୀଙ୍କୁ କୋର୍ଟ ଚାଲାଣ କରିବ ଭିଜିଲାନ୍ସ । ଏନେଇ ଭିଜିଲାନ୍ସ କାର୍ଯ୍ୟଳୟ ପକ୍ଷରୁ ସୂଚନା ମିଳିଛି।

ଅଶ୍ଵନୀଙ୍କ ୪୨ମୌଜା ବାସଭବନରେ ବିଳାସପୂର୍ଣ୍ଣ ଆସବାବ ପତ୍ର ସହ ରହିଛି ଆକର୍ଷଣୀୟ ଇଂଟେରିୟର ଡିଜାଇନ । ମଡ୍ୟୁଲାର କିଚେନ ସାଙ୍ଗକୁ ଦାମୀ ସୋଫା ଓ ପଲଙ୍କ ଦେଖି ବିଡିଓଙ୍କ ବେଆଇନ ଆୟର ହିସାବ ଲଗାଉଛି ଭିଜିଲାନ୍ସ ।

ତେବେ ଜଳେଶ୍ୱର ଅଫିସ୍ ଓ ପୈତୃକ ଘର, ବାସଭବନ, ୪୨ ମୌଜାର ବାସଭବନ, ଏବଂ ପତ୍ନୀଙ୍କ ବାପ ଘର ଆଦି ୬ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା ।

ସୂଚନା ଅନୁସାରେ ଜଳେଶ୍ବର ବିଡିଓ ଅଶ୍ୱିନୀ ଦାସ ମହାକାଳପଡ଼ାରେ ଚାକିରୀ କରୁଥିବା ସମୟରେ ଅଭିଯୋଗ ହୋଇଥିଲା ଯାହାକୁ ନେଇ ଏଇ ଚଢ଼ାଉ ଭିଜିଲାନ୍ସ କରିଛି । ବାଲେଶ୍ୱର , କେନ୍ଦ୍ରାପଡା ଓ କଟକ ୩ ଟି ସ୍ଥାନରେ ୫ ଜଣ ଡ଼ିଏସପିଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି ।

ଅଶ୍ୱିନୀ କୁମାର ଦାସଙ୍କ ଘରୁ ମିଳିଥିବା ସମ୍ପତ୍ତି ଦେଖିଲେ ୫.୭ କୋଟି ଟଙ୍କା ହେବ ଯାହାକୁ ଭିଜିଲାନ୍ସ ହିସାବ କରିଛି।  ଭିଜିଲାନ୍ସ ମୁତାବକ ୫.୦୭ କୋଟି ଟଙ୍କାର ୨୪ ଟି ପ୍ଲାଟ ମିଳିଛି ଯେଉଁଥିରେ ୨୧ ଟି କଟକ ଓ ୩ ଟି କେନ୍ଦ୍ରାପଡାରେ ରହିଛି । ସେହିପରି ଦୁଇଟି କୋଟି କୋଟି ଟଙ୍କାର କୋଠା ଘର  । ୪ ଟି ୪ ଚକିଆ ବିଳାସପୁର୍ଣ ଯାନ , ୩ ଟି ଦୁଇ ଚକିଆ ମଟର ସାଇକେଲ ୧.୭ ଲକ୍ଷ ନଗଦ ଟଙ୍କା , ୧.୦୨୮ କେଜି ସୁନା ଓ ୬.୬୩୨ କେଜିର ରୁପା ଅଳଙ୍କାର ଭିଜିଲାନ୍ସ ହାତରେ ଲାଗିଛି  ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଛି ।

ଅଶ୍ୱିନୀ କୁମାର ଦାସ ୧୯୯୫ରେ କୃଷି ବିଭାଗର କନିଷ୍ଠ ସହକାରୀ ଅଫିସର ଭାବରେ କୃଷି ବିଭାଗରେ କାର୍ଯ୍ୟ ଆରମ୍ଭ କରିଥିଲେ ଏହାପରେ ଅତିରିକ୍ତ ତହସିଲଦାର ଓ ପରେ ତହସିଲଦାର ଓ ବିଡିଓ ଭାବରେ କାର୍ଯ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୨୦ ସେ oas ଭାବରେ ନିଯୁକ୍ତି ହୋଇ ଟାଙ୍ଗୀ ପରେ ମହାକାଳପଡ଼ା ଓ ଏବେ ଜଳେଶ୍ବରରେ ବିଡିଓ ଭାବରେ କାର୍ଯ୍ୟ କରୁଥିଲେ ।
Published by:Soumya Das
First published: